କ୍ରିକେଟ ଫ୍ୟାନ୍ସମାନେ ହୋଇଯାଆନ୍ତୁ ପ୍ରସ୍ତୁତ, ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଯାଉଛି ଟକ୍କର ,ଜାଣନ୍ତୁ ପୁରା ଖବର

ଭାରତ ଓ ପାକିସ୍ତାନ ମଧ୍ୟରେ ବହୁତ ଲମ୍ବା ସମୟ ହେବ ସୀମା ବିବାଦ ଚାଲୁଛି । ଏମାନେ କେବଳ ଆଇସିସିର ବଡ଼ ଟୁର୍ଣ୍ଣାମେଣ୍ଟରେ ଖେଳୁଛନ୍ତି । ବର୍ତ୍ତମାନ ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ମ୍ୟାଚ ହେବାକୁ ନେଇ ଖବର ସାମ୍ନାକୁ ଆସୁଛି। ଏମତିରେ ଉଭୟ ଫ୍ୟାନଙ୍କ ପାଇଁ ଏକ ବଡ଼ ଖବର ହେବ କି, ପୁଣିଥରେ ସେମାନଙ୍କ ମଧ୍ୟରେ ମ୍ୟାଚ ହେବ ।

2012 ରେ ଶେଷଥର ପାଇଁ ହୋଇଥିଲା ସିରିଜ :-

ଭାରତ ଓ ପାକିସ୍ତାନ ମଧ୍ୟରେ ଶେଷଥର ପାଇଁ ଦ୍ୱିପାକ୍ଷିକ ସିରିଜ 2012 ମସିହାରେ ଖେଳାଯାଇଥିଲା । ଏହାପରେ ଏହି ଉଭୟ ଦେଶ ବିଲକୁଲ ଆମନା ସାମ୍ନି ହୋଇନାହାଁନ୍ତି । ହୁଏତ ଉଭୟ ଦେଶ ପ୍ରତି ଆଇସିସି ମ୍ୟାଚରେ ପରସ୍ପର ସହ ଭେଟ ହୁଅନ୍ତି । ଭାରତ ଓ ପାକିସ୍ତାନ ମଧ୍ୟରେ ବାରମ୍ବାର ସୀମା ବିବାଦ ଲାଗି ରହୁଛି ଏପରିକି ଉଭୟ ଦେଶ ମଧ୍ୟରେ 2019-20 ରେ ଯୁଦ୍ଧର ପରିସ୍ଥିତି ମଧ୍ୟ ଦେଖାଦେଇଥିଲା ।

କଣ ହୋଇପାରେ ସିରିଜ :-

ପାକିସ୍ତାନ କ୍ରିକେଟ ବୋର୍ଡର ଏକ ଅଧିକାରୀ କହିଛନ୍ତି କି, ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ସିରିଜ ଆୟୋଜିତ ହେବାକୁ ଯାଉଛି । ପାକିସ୍ତାନର ଏହି ଅଧିକାରୀ, ସୂଚନା ଦେଇଛନ୍ତି କି, ଉଭୟ ଦେଶ ମଧ୍ୟରେ ଶାନ୍ତି ରଖିବାକୁ ଚେଷ୍ଟା କରାଯାଉଛି । ସେପଟେ ଭାରତ ଓ ପାକିସ୍ତାନର ସିରିଜକୁ ନେଇ ପ୍ରୟାସ ହେଉଛି । ଯଦି ସିରିଜ ଉପରେ ଉଭୟ ପକ୍ଷ ରାଜି ହେବେ ତାହେଲେ ତିନିମ୍ୟାଚ ବିଶିଷ୍ଟ ସିରିଜ ହେବ । ଏଥିପାଇଁ ଦୁଇ ଦେଶକୁ ଛଅ ଦିନର ସମୟ ବାହାର କରିବାକୁ ପଡ଼ିବ କିନ୍ତୁ ସମ୍ପର୍କକୁ ସୁଧାର କରିବାପାଇଁ ମ୍ୟାଚ କରାଇବାକୁ ହେବ ।

ସେହିପରି ପାକିସ୍ତାନ କ୍ରିକେଟ ବୋର୍ଡର ଚେୟାରମ୍ୟାନ ଏହସାନ ମନି ଏହାବିଷୟରେ କିଛି ବି କହିନାହାଁନ୍ତି । ସେ କହିଛନ୍ତି, ପିସିବି ଏବେ ଏଥିପାଇଁ ରାଜି ନାହିଁ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *