ବାଙ୍ଗାଲୋରକୁ ଝଟକା : ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ଅଷ୍ଟ୍ରେଲିଆର ଏହି ଷ୍ଟାର ବୋଲର, ଆଇପିଏଲର ପ୍ରଥମ ମ୍ୟାଚରୁ ହେଲେ ବାହାର

ରୟାଲ ଚଲେଞ୍ଜରସ ବାଙ୍ଗାଲୋର ପାଇଁ ଏକ ଖରାପ ଖବର ସାମ୍ନାକୁ ଆସିଛି କାରଣ ଅଷ୍ଟ୍ରେଲିଆ ଲେଗ ସ୍ପିନର ଆଡ଼ମ ଜାମ୍ପା ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଉପଲବ୍ଧ ହେବେନାହିଁ । ଆରସିବିର ଡାଇରେକ୍ଟର ମଇକ୍ ହେସନ ଏହାର ସୂଚନା ଦେଇଛନ୍ତି । ଜାମ୍ପା ବିଗତବର୍ଷ ବିରାଟ କୋହଲିଙ୍କ ଦଳରେ ସାମିଲ ହୋଇଥିଲେ ଓ ଏହି 28 ବର୍ଷୀୟ ବୋଲର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏଥିପାଇଁ ସେ ବେଙ୍ଗାଲୁରୁର ପ୍ରଥମ ମ୍ୟାଚରେ ଖେଳିବେନାହିଁ ।

ମାଇକ ହେସନ କହିଥିଲେ କି, ଆମ ପାଖରେ ପ୍ରଥମ ମ୍ୟାଚ ପାଇଁ ବିଦେଶୀ ଖେଳାଳି ଉପସ୍ଥିତ ରହିବେନାହିଁ । ଆଡମ ଜାମ୍ପା ବିବାହ କରିବାକୁ ଯାଉଛନ୍ତି ଓ ତାଙ୍କ ପାଇଁ ଏହାଏକ ମହତ୍ତ୍ୱପୂର୍ଣ୍ଣ ସମୟ ଅଟେ । ଆମେ ଜାମ୍ପାଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଉଛୁ ଓ ସେ ଏହିକାମକୁ ପରିସମାପ୍ତି କରି ଆମ ସହିତ ପୁଣି ଯୋଗଦେବେ ।

ମଇକ୍ କୁହନ୍ତି କି, ତାଙ୍କ ପାଖରେ 8 ଜଣ ବିଦେଶୀ ଖେଳାଳି ରହିଛନ୍ତି । ଆମେ ଏହା ସୁନିଶ୍ଚିତ କରିବାକୁ ଚାହୁଁଛୁ କି, ଦଳ ଭଲ ପ୍ରଦର୍ଶନ କରିବ । ଏବି ଡିଭିଲିୟର୍ସ ମାର୍ଚ୍ଚ 28 ତାରିଖରେ ପହଞ୍ଚିବାକୁ ଥିବାବେଳେ ନ୍ୟୁଜିଲାଣ୍ଡର ଫିନ ଏଲେନ ଏପ୍ରିଲ 1 ତାରିଖରେ ଯୋଗଦେବେ ।

ଜାମ୍ପା ବିଗତବର୍ଷ ଆରସିବି ପାଇଁ ମାତ୍ର ତିନୋଟି ମ୍ୟାଚ ଖେଳି ଦୁଇଟି ଉଇକେଟ ନେଇଥିଲେ । ଏହାପୂର୍ବରୁ ସେ ଆଇପିଏଲ 2016 ଓ 17 ରେ ରାଇଜିଙ୍ଗ ପୁନେ ସୁପରଜ୍ୟାଣ୍ଟ ତରଫରୁ ଖେଳି 11 ମ୍ୟାଚରୁ 19 ଉଇକେଟ ନେଇଥିଲେ ।

ଆଇପିଏଲ 2021 ପାଇଁ ଆରସିବି ଟ୍ରେନିଂ କ୍ୟାମ୍ପ ମାର୍ଚ୍ଚ 29 ତାରିଖରେ ଆରମ୍ଭ ହେବାକୁ ଯାଉଛି । ଏପ୍ରିଲ 9 ତାରିଖରେ ଆରମ୍ଭ ହେବାକୁ ଥିବା ଆଇପିଏଲ ମ୍ୟାଚରେ ପ୍ରଥମେ ମୁମ୍ବାଇ ଇଣ୍ଡିଆନ୍ସ ଓ ଆରସିବି ମଧ୍ୟରେ ଖେଳାଯିବ ।

ଆରସିବି ସ୍କ୍ୱାର୍ଡ :- ବିରାଟ କୋହଲି, ଏବି ଡିଭିଲିୟର୍ସ, ଏଡାମ ଜାମ୍ପା, ଡାନ କେଶ୍ଚିୟନ, ଡାନିଏଲ ସାମ, ଦେବଦତ ପାଡ଼ିକଲ, ଗ୍ଲେନ ମାକ୍ସୱେଲ, ହର୍ଷଲ ପଟେଲ, ଫିନ ଏଲେନ, କେଏନ ରିଚାର୍ଡସନ, ଭରତ, କାଇଲ ଜେମିସନ, ମହମ୍ମଦ ଆଝାରୁଦ୍ଦିନ, ମହମ୍ମଦ ସିରାଜ, ନବଦୀପ ସୈନି, ପବନ ଦେଶପାଣ୍ଡେ, ରଜତ ପାଟିଦାର, ସଚିନ ବେବି, ଶହବାଜ ଅହମ୍ମଦ, ପ୍ରଭୁ ଦେଶାଇ, ୱାଶିଂଟନ ସୁନ୍ଦର, ଯୁଜବେନ୍ଦ୍ର ଚହଲ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *