ଦେଖନ୍ତୁ ଭିଡିଓ : ଫଟୋ ଉଠାଇବା ପାଇଁ ଝିଅକୁ କୋଳରେ ଧରି ହାତୀ ପାଖକୁ ଗଲା ବାପା,ତା ପରେ କ୍ରୋଧିତ ହୋଇ ହାତୀ ଧାରଣ କଲା ଏମିତି ରୂପ

ପଶୁମାନଙ୍କୁ ପ୍ରାୟ ସମସ୍ତେ ଭଲ ପାଆନ୍ତି ଏବଂ ଅଧିକାଂଶ ପଶୁଙ୍କୁ ଲୋକମାନେ ବହୁତ ପସନ୍ଦ ମଧ୍ୟ କରିଥାନ୍ତି ଓ ନିଜ ଘରେ ପାଳିଥାନ୍ତି | କିନ୍ତୁ, କିଛି ବଡ ପଶୁ ଅଛନ୍ତି, ଯେଉଁମାନଙ୍କୁ ଆମେ ଘରେ ରଖି ପାଳି ପାରିବାନାହିଁ | ସେମାନଙ୍କୁ ଦେଖିବାପାଇଁ ଲୋକମାନେ ଚିଡ଼ିଆଘରକୁ ଯାଆନ୍ତି ଏବଂ ସେମାନଙ୍କ ସହ ଫଟୋ ମଧ୍ୟ ଉଠାଇ ଥାନ୍ତି | ପଶୁମାନଙ୍କ ସହିତ ଫଟୋ ଉଠାଇବା ବହୁତ ବିପଜ୍ଜନକ ହୋଇଥାଏ, କାରଣ କେତେବେଳେ ଏବଂ କାହିଁକି ସେମାନଙ୍କ ମନ ବଦଳିଯାଏ ତାହା ଆମେ ଜାଣିପାରିନଥାନ୍ତି | ଏପରି କିଛି ହୋଇଛି ଜଣେ ବ୍ୟକ୍ତିଙ୍କ ସହିତ, ଯିଏକି ଚିଡ଼ିଆଘରେ ହାତୀ ସହିତ ଫଟୋ ଉଠାଇବାକୁ ଯାଇଥିଲେ, କିନ୍ତୁ ତା’ପରେ ତାଙ୍କ ସହ ଯାହା ଘଟିଥିଲା, ତାକୁ ସେ କେବେହେଲେ ଭୁଲି ପାରିବେନାହିଁ |

ଦେଖନ୍ତୁ ଭିଡିଓ :-

ଏହି ଘ-ଟ-ଣା ଆମେରିକାର ସାନ ଡିଏଗୋ ଜୁ’ର ଅଟେ | ବର୍ତ୍ତମାନ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଖୁବ ଦ୍ରୁତ ଗତିରେ ଭାଇରାଲ ହେଉଛି | ଏହି ଭିଡିଓରେ ଆପଣ ଦେଖିପାରିବେ ଯେ ଜଣେ ବ୍ୟକ୍ତି ନିଜ ଝିଅକୁ ନିଜ କୋଳରେ ଧରିଛନ୍ତି ଏବଂ ଝିଅଟିକୁ ଧରି ସେ ହାତୀ ପାଖକୁ ଗଲେ ଓ ପୋଜ ଦେଉଛନ୍ତି | କିନ୍ତୁ ଅଚାନକ ପଛରୁ ହାତୀଟି ତାଙ୍କ ଆଡକୁ ଆସିବାକୁ ଲାଗିଲା | ହାତୀକୁ ଦେଖି ଏପରି ଲାଗୁଛି ଯେମିତି ସେ ରାଗିରେ ଅଛି | ହାତୀଟି ସେହି ବ୍ୟକ୍ତିଙ୍କ ଆଡକୁ ଆସିବା ମାତ୍ରେ ବ୍ୟକ୍ତିଜଣକ ଦୌଡ଼ି ପଳାଇଯିବାକୁ ଲାଗନ୍ତି ଏବଂ ଭୟରେ ଥିବାରୁ ତାଙ୍କ କୋଳରୁ ଛୋଟ ଝିଅଟି ମାଟିରେ ପଡ଼ିଯାଉଛି | ସେ ପୁଣିଥରେ ଝିଅଟିକୁ କୋଳରେ ଉଠାଉଛନ୍ତି ଏବଂ ସେଠାରୁ ପଳାଉଛନ୍ତି |

ଏହି ଭିଡିଓକୁ ଦେଖିବା ପରେ ତ ଆପଣ ନିଶ୍ଚୟ ବୁଝିସାରିଥିବେ ଯେ ପଶୁମାନଙ୍କ ସହିତ ଫଟୋ ଉଠାଇବା ଏବଂ ସେମାନଙ୍କ ପାଖକୁ ଯିବା କୌଣସି ବିପଦଠାରୁ କମ ନୁହେଁ | ଏଥିପାଇଁ ଆପଣ ଯେବେ ବି ଏପରି କରିବେ, ସେତେବେଳେ ଭାବିଚିନ୍ତି ଆଗକୁ ବଢିବେ | ସୋସିଆଲ ମିଡିଆରେ ଏହି ଭିଡିଓକୁ ୫୧ ହଜାରରୁ ଅଧିକ ଥର ଦେଖାଗଲାଣି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *