ମହେନ୍ଦ୍ର ସିଂ ଧୋନୀ : କିଲୋ ପ୍ରତି ୧୨୦୦ ଟଙ୍କାରେ ବିକ୍ରି କରୁଛନ୍ତି ଘିଅ, ମାର୍କେଟରେ ବହୁତ ଡିମାଣ୍ଡ,ଜାଣନ୍ତୁ ଅନ୍ୟାନ୍ୟ ପ୍ରଡ଼କ୍ଟର ମୂଲ୍ୟ କଣ ରହିଛି !

ରାଞ୍ଚିର ରାଜକୁମାର ଓ ଲକ୍ଷ ଲକ୍ଷ ପ୍ରଶଂସକଙ୍କର ଚିହ୍ନା କ୍ରିକେଟର ମହେନ୍ଦ୍ର ସିଂ ଧୋନୀ ବର୍ତ୍ତମାନ ରିଟେଲ ବିଜନେସରେ ପାଦ ଦେଇଛନ୍ତି। ଝାଡଖଣ୍ଡର ରାଜଧାନୀ ରାଞ୍ଚିରେ ତାଙ୍କର ପ୍ରଥମ ରିଟେଲ ଆଉଟଲେଟ ଇଜା ଫାର୍ମ ନାମରେ ଖୋଲିଛନ୍ତି। ଏଥିରେ ଅର୍ଗାନିକ ପନିପରିବା ସହିତ ଡାଏରୀ ପ୍ରଡ଼କ୍ଟ କ୍ଷୀର, ଘିଅ ଓ ଖାଇବା-ପିଇବା ପରି ଅନେକ ଜିନିଷ ବିକ୍ରି କରାଯାଉଛି। ରିଟେଲ ବିଜନେସ ଜରିଆରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ପୁଣିଥରେ ନିଜର ବ୍ରାଣ୍ଡ ବଢାଇବା ମନୋବୃତ୍ତିରେ ଅଛନ୍ତି। ଧୋନୀଙ୍କ ରିଟେଲ ଶପରେ ସବୁଠାରୁ ମହଙ୍ଗା ଘିଅ ବିକ୍ରି ହେଉଛି। ୩୦୦ଟଙ୍କାରେ ୨୫୦ ଗ୍ରାମ ମୂଲ୍ୟରେ ଘିଅ ବିକ୍ରି ହେଉଛି। ଘିଅର ମୂଲ୍ୟ ୧୨୦୦ ଟଙ୍କା ପ୍ରତି କିଲୋଗ୍ରାମ ରଖାଯାଇଛି।

ଧୋନୀଙ୍କର କ୍ରିକେଟିଙ୍ଗ ଷ୍ଟାଇଲ ଓ ଫେସନ ଯେଉଁପରି ଲୋକଙ୍କ ମନରେ ଥାଏ ଠିକ ସେହିପରି ତାଙ୍କର ଆଉଟଲେଟ ମଧ୍ୟ ପ୍ରଶଂସକଙ୍କ ମଧ୍ୟରେ ଭିଡ ସୃଷ୍ଟି କରୁଛି। ଧୋନୀଙ୍କ ପ୍ରଶଂସକ କୁହନ୍ତିକି ବରଂ ମାହି ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇନିଅନ୍ତୁ କିନ୍ତୁ ତାଙ୍କର ପ୍ରଭାବ ବର୍ତ୍ତମାନ ମଧ୍ୟ ମନ-ମସ୍ତିସ୍କରେ ଅଛି। ବର୍ତ୍ତମାନ ମାହି ଫାର୍ମ ହାଉସର ହେଲଦି ପ୍ରଡ଼କ୍ସନ ତାଙ୍କର ସ୍ୱାସ୍ଥ୍ୟ ସୁଧାରିବ। ଧୋନୀଙ୍କ ପ୍ରଡ଼କ୍ଟର ଗୁଣବତ୍ତା ଭଲ ଓ ଶସ୍ତାକୁ ନେଇ ପ୍ରଶଂସା ହେଉଅଛି।

ଏଠାରେ ଭାରତୀୟ ଦଳର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କର ରିଟେଲ ବିଜନେସରେ ପ୍ରବେଶ ତାଙ୍କର ପ୍ରଶଂସକ ଯୋଗ ଗୁରୁ ଓ ପତଞ୍ଜଳିର ସର୍ବେସର୍ବା ବାବା ରାମଦେବଙ୍କ ସହ ଯୋଡିକରି ଦେଖୁଛନ୍ତି। ବର୍ତ୍ତମାନ ଖୋଲା ହୋଇଥିବା ଇଜା ଫାର୍ମ ରିଟେଲ ଦୋକାନରେ ଧୋନୀ ଫାର୍ମ ହାଉସରେ ଉତ୍ପାଦନ ହେଉଥିବା ପନିପରିବା, ଷ୍ତ୍ରବେରି ଓ ଦୁଧ-ଘିଅ ଆଦି ବିକ୍ରି କରାଯାଉଛି। ରାଞ୍ଚିରେ ମହେନ୍ଦ୍ର ସିଂ ଧୋନୀଙ୍କର ୪୩ଏକରର ଫାର୍ମହାଉସ ଅଛି। ଯେଉଁଠି ଧୋନୀ ଅର୍ଗାନିକ ପନିପରିବା ଓ ଫଳ ଆଦି ଚାଷ କରୁଛନ୍ତି।

ଏଠାରେ ଦେଖନ୍ତୁ ଏମଏସ ଧୋନୀଙ୍କ ଇଜା ଫାର୍ମ୍ସ ରିଟେଲ ଆଉଟଲେଟରେ ଖାଦ୍ଯ ପଦାର୍ଥର ମୂଲ୍ୟ:-

ମଟର- ୫୦ଟଙ୍କା ପ୍ରତି କିଲୋ, ସିମଲା ଲଙ୍କା- ୬୦ ଟଙ୍କା ପ୍ରତି କିଲୋ

ଆଳୁ- ୧୫ଟଙ୍କା ପ୍ରତି କିଲୋ, ବିମ୍ସ- ୪୦ଟଙ୍କା ପ୍ରତି କିଲୋ ପପେୟା- ୪୦ଟଙ୍କା ପ୍ରତି କିଲୋ,

ବ୍ରୋକୋଲି- ୨୫ଟଙ୍କା ପ୍ରତି କିଲୋ

ଦୁଧ- ୫୫ଟଙ୍କା ପ୍ରତି ଲିଟର, ଘିଅ- ୩୦୦ଟଙ୍କା ପ୍ରତି ୨୫୦ଗ୍ରାମ

ଷ୍ଟ୍ରବେରୀ- ୪୦ ଟଙ୍କା ପ୍ରତି ୨୦୦ଗ୍ରାମ

ଜଣାଇଦେଉଛୁକି ଗତ ଦିନ ରାଞ୍ଚିରେ ମହେନ୍ଦ୍ର ସିଂ ଧୋନୀଙ୍କର ଇଜା ଫାର୍ମ୍ସ ରିଟେଲ ଆଉଟଲେଟର ଆରମ୍ଭ କରିଥିଲେ। ଏହି ଆଉଟଲେଟ ମେନ ରୋଡର ସୁଜାତା ଛକରେ ଖୁଲା ଯାଇଛି। ଏଠାରେ ଧୋନୀଙ୍କର ଫାର୍ମ ହାଉସର ଅର୍ଗାନିକ ପନିପରିବା ଓ ଡାଏରୀ ପ୍ରଡ଼କ୍ଟ ଦୁଧ-ଘିଅ ବିକ୍ରି କରାଯାଉଛି। ଏହା ପୂର୍ବରୁ ମହେନ୍ଦ୍ର ସିଂ ଧୋନୀଙ୍କ ଫାର୍ମହାଉସରେ ଉତ୍ପାଦନ ହେଉଥିବା ଅର୍ଗାନିକ ପନିପରିବା କେବଳ ବିଦେଶକୁ ପଠାଯାଉଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *