ଭାରତ ବନାମ ଇଂଲଣ୍ଡ: ଭାରତୀୟ ଦଳ ଜିତିବାର ୫ଟି ବଡ କାରଣ,ଜାଣନ୍ତୁ ସମସ୍ତ କାରଣ

ଭାରତୀୟ ଦଳ ଟେଷ୍ଟ ଓ ଟି-୨୦ ସିରିଜରେ ବିଜୟ ହାସଲ କରିବା ପରେ ଦିନକିଆ ସିରିଜରେ ମଧ୍ୟ ଭଲ ଆରମ୍ଭ କରିଚ୍ଚି। ଦଳ ପ୍ରଥମ ଦିନକିଆରେ ଇଂଲଣ୍ଡକୁ ୬୬ରନରେ ପରାସ୍ତ କରିଛି। ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ବିନିମୟରେ ୩୧୭ରନ କରିଥିଲେ। ଶିଖର ଧାୱନ, ବିରାଟ କୋହଲି, କେଏଲ ରାହୁଲ ଓ କୃଣାଲ ପାଣ୍ଡ୍ୟା ଅର୍ଦ୍ଧଶତକ କରିଥିଲେ। ଉତ୍ତରରେ ଇଂଲଣ୍ଡ ଦଳ ୪୨.୧ ଅଭରରେ ୨୫୧ ରନରେ ଅଲଆଉଟ ହୋଇଯାଇଥିଲେ। ଅନ୍ତର୍ଜାତୀୟ ମ୍ଯାଚରେ ଡେବ୍ୟୁ କରିଥିବା ଦୃତ ବୋଲର ପ୍ରସିଦ୍ଧ କୃଷ୍ଣା ଚାରୋଟି ଓ ଶାର୍ଦ୍ଧୁଳ ଠାକୁର ତିନୋଟି ୱିକେଟ ନେଇଥିଲେ। ଭାରତୀୟ ଦଳର ବିଜୟର ପାଞ୍ଚୋଟି କାରଣ-

୧। ଭାରତୀୟ ଦଳ ଧୀର ଗତିରେ ଇନିଙ୍ଗ୍ସ ଆରମ୍ଭ କରିଲେ। ପ୍ରଥମ ୧୦ ଅଭରରେ ୩୯ରନ କରିଥିଲେ। କିନ୍ତୁ ଶିଖର ଧାୱନ ଗୋଟେ ପାର୍ଶ୍ଵରୁ ଖେଳି ଦଳକୁ ୨୦୦ରନ ପାଖାପାଖି ପହଞ୍ଚାଇଦେଲେ। ମିଡିଲ ଅଭରରେ ଅଧିନାୟକ ବିରାଟ କୋହଲି ଭଲ ସହଯୋଗ କରିଲେ।

୨। ୪୦ ଅଭର ପରେ ଭାରତୀୟ ଦଳର ସ୍କୋର ୪ ୱିକେଟ ବିନିମୟରେ ୨୦୫ ରନ ଥିଲା। ଏହାପରେ ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ ହୋଇଗଲେ। କିନ୍ତୁ କେଏଲ ରାହୁଲ ଓ ପ୍ରଥମ ଦିନକିଆ ଖେଳୁଥିବା କୃଣାଲ ପାଣ୍ଡ୍ୟା ଅର୍ଦ୍ଧଶତକ ଲଗାଇ ୩୦୦ ରନ ଅତିକ୍ରମ କରିଦେଲେ। ଅନ୍ତିମ ଅଭରରେ ଦଳ ୬୭ରନ କରି ଦଳୀୟ ସ୍କୋରକୁ ୩୧୭ ପର୍ଯ୍ୟନ୍ତ ପହଞ୍ଚାଇଲେ।

୩। ଲକ୍ଷର ପିଛା କରି ଇଂଲଣ୍ଡ ଦୃତ ଗତିରେ ଇନିଙ୍ଗ୍ସ ଆରମ୍ଭ କରିଲେ। ଜୋନି ବେୟରଷ୍ଟୋ ଓ ଜେସନ ରୟ ୧୩୫ରନର ବଡ ପାର୍ଟନରସିପ କରିଥିଲେ। ଏହାପରେ ଭାରତୀୟ ଦଳର ଦୃତ ବୋଲର ୩୦ଅଭର ପର୍ଯ୍ୟନ୍ତ ଅର୍ଥାତ ମିଡିଲ ଅଭରରେ ୫ୱିକେଟ ନେଇ ଦଳକୁ ପୁଣିଥରେ ପ୍ରତ୍ୟାବର୍ତ୍ତନ କରାଇଲେ। ମ୍ଯାଚରେ ୧୦ଟି ୱିକେଟରୁ ୯ଟି ୱିକେଟ ଦୃତ ବୋଲର ନେଇଛନ୍ତି।

୪। ଅନ୍ତର୍ଜାତୀୟ ଡେବ୍ୟୁ କରିଥିବା ଦୃତ ବୋଲର ପ୍ରସିଦ୍ଧ କୃଷ୍ଣା ଦଳକୁ ଭଲ ପ୍ରତ୍ୟାବର୍ତ୍ତନ କରାଇଥିଲେ। ପ୍ରଥମ ୩ଅଭରରେ ବହୁତ ମାଡ ଖାଇଥିଲେ ଓ ୩୭ରନ ଦେଇଠିଏ। କିନ୍ତୁ ଶେଷରେ ୪ୱିକେଟ ନେଇ ବିଜୟର ମୁଖ୍ୟ ଭୂମିକା ନିଭାଇଥିଲେ। ଏହା ବ୍ଯତୀତ ପ୍ରଥମ ଦିନକିଆ ଖେଳୁଥିବା କୃଣାଲ ପାଣ୍ଡ୍ୟା ଅର୍ଦ୍ଧଶତକ କରିଲେ ଓ ବୋଲିଂ ମାଧ୍ୟମରେ ଏକ ୱିକେଟ ମଧ୍ୟ ନେଇଥିଲେ।

୫। ଦିନକିଆ କ୍ରିକେଟରେ ମିଡିଲ ଅଭର ମହତ୍ବପୂର୍ଣ ରହିଥାଏ। ଭାରତୀୟ ଦଳ ପ୍ରଥମ ୧୦ଅଭରରେ କେବଳ ୩୯ ରନ କରିଥିଲେ। ଯେତେବେଳେ ଇଂଲଣ୍ଡ ଦଳ ପ୍ରଥମ ୧୦ ଅଭରରେ ୮୯ରନ କରିଥିଲେ। ଅର୍ଥାତ ଇଂଲଣ୍ଡ ଦଳ ପ୍ରଥମ ୧୦ ଅଭରରେ ଭାରତୀୟ ଦଳଠାରୁ ୫୦ରନ ଅଧିକ କରିଥିଲେ ମଧ୍ୟ ମ୍ଯାଚ ହାରିଗଲେ। କାରଣ ତାଙ୍କର ବ୍ୟାଟ୍ସମ୍ୟାନ ମିଡିଲ ଅଭରରେ ଭଲ ଖେଳି ପାରିଲେ ନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *