ଭାରତ ବନାମ ଇଂଲଣ୍ଡ : ଭାରତୀୟ ଦଳକୁ ଶକ୍ତ ଝ-ଟ-କା,ରୋହିତ ଶର୍ମା ଓ ଶ୍ରେୟସ ଅୟର ଆ-ଘା-ତ-ପ୍ରା-ପ୍ତ,ଜାଣନ୍ତୁ କେମିତି ସ୍ଥିତି ଏବେ ରହିଛି

ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଦିନକିଆ ମୁକାବିଲାରେ ଘରୋଇ ଦଳର ଦୁଇଜଣ ଷ୍ଟାର ଖେଳାଳି ଆଘାତପ୍ରାପ୍ତ ହୋଇଛନ୍ତି। ଭାରତୀୟ ଦଳର ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ବ୍ୟାଟିଂ କରୁଥିବା ସମୟରେ ଓ ଶ୍ରେୟସ ଅୟର ଫିଲଡିଙ୍ଗ କରୁଥିବା ସମୟରେ ଆଘାତପ୍ରାପ୍ତ ହୋଇଥିଲେ।

ରୋହିତଙ୍କ ଆଘାତ ଅଧିକ ଗମ୍ଭୀର ନୁହେଁ ବୋଲି କୁହାଯାଉଛି କିନ୍ତୁ ଅୟରଙ୍କ ଆଘାତ ଅଧିକ ଗଭୀର ଅଟେ ଓ ତାଙ୍କର ସ୍କାନ ପାଇଁ ହସ୍ପିଟାଲ ନିଆଯାଇଛି। ବିସିସିଆଇ ତରଫରୁ ଜାରି ସୂଚନାରେ କୁହାଯାଇଛିକି ଶ୍ରେୟସ ଅୟରଙ୍କ କାନ୍ଧର ହାଡ ଖସିଯାଇଛି, ଏଥିପାଇଁ ସେ ମ୍ଯାଚର ଅଂଶ ରହିନପାରନ୍ତି।

ରୋହିତ ଶର୍ମାଙ୍କ ପ୍ରଥମ ଇନିଙ୍ଗ୍ସରେ ବ୍ୟାଟିଂ କରୁଥିବା ସମୟରେ ତାଙ୍କର କହୁଣୀରେ ବଲ ବାଜିଥିଲା, ଯାହାପରେ ମଧ୍ୟ ସେ ଖେଳିବା ଜାରି ରଖିଥିଲେ। ଦ୍ଵିତୀୟ ଇନିଙ୍ଗ୍ସରେ ଫିଲଡିଙ୍ଗ ସମୟରେ ସେ ପଡିଆକୁ ଆସିନଥିଲେ। ଶ୍ରେୟସ ଫିଲଡିଙ୍ଗ କରୁଥିବା ସମୟରେ ଆଘାତପ୍ରାପ୍ତ ହୋଇଗଲେ।

ଶ୍ରେୟସଙ୍କ ଆଘାତ ସେତେବେଳେ ହୋଇଥିଲା ଯେତେବେଳେ ୮ମ ଅଭରରେ ଜୋନି ବେୟରଷ୍ଟୋଙ୍କର ଏକ ସଟରେ ଡାଇଭ ଲଗାଇ ବଲକୁ ରୋକିବାକୁ ଚେଷ୍ଟା କରୁଥିଲେ ଓ ସେଥିରେ ମଧ୍ୟ ସେ ସଫଳ ହୋଇଥିଲେ। ଶ୍ରେୟସ ଏହାପରେ ବହୁତ କଷ୍ଟରେ ଦେଖାଯାଇଥିଲେ ଓ ତାଙ୍କୁ ପଡିଆ ବାହାରକୁ ଯିବାକୁ ପଡିଲା, ତାଙ୍କୁ ହସ୍ପିଟାଲ ପଠାଇ ଦିଆଯାଇଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *