ଭାରତ ବନାମ ଇଂଲଣ୍ଡ : ଡେବ୍ୟୁ ମ୍ୟାଚରେ ଇତିହାସ ରଚିଲେ କୃଣାଲ ପାଣ୍ଡ୍ୟା,ଭାଙ୍ଗିଲେ ୩୧ବର୍ଷର ପୁରୁଣା ରେକର୍ଡ,ଜାଣନ୍ତୁ ତାଙ୍କ ରେକର୍ଡ ବିଷୟରେ

ଇଂଲଣ୍ଡ ବିରୁଦ୍ଧରେ ପ୍ରଥମ ଦିନକିଆରେ ଡେବ୍ୟୁ କରିଥିବା କୃଣାଲ ପାଣ୍ଡ୍ୟା ନିଜର ପ୍ରଥମ ମ୍ଯାଚରେ ବିଶ୍ଵ ରେକର୍ଡ କରିଛନ୍ତି। ବାମହାତୀ ୨୯ବର୍ଷୀୟ କୃଣାଲ ପାଣ୍ଡ୍ୟା ବଢିଆ ବ୍ୟାଟିଂ କରି ୨୬ ବଲରେ ନିଜର ଅର୍ଦ୍ଧଶତକ ସମ୍ପୂର୍ଣ କରିଲେ। ଏହା ସହିତ ସେ ଏକଦିବସୀୟ କ୍ରିକେଟରେ ଡେବ୍ୟୁ ମ୍ଯାଚରେ ବିଶ୍ଵର ସବୁଠୁ ଦୃତ ଅର୍ଦ୍ଧଶତକ କରିଥିବା ଖେଳାଳି ହୋଇଗଲେ।

ପୁନେର ମହରାଷ୍ଟ୍ର କ୍ରିକେଟ ଏସୋସିଏସନ ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ଏକଦିବସୀୟ କ୍ରିକେଟରେ କୃଣାଲ ପାଣ୍ଡ୍ୟା ସାତ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ। ସେ ଆସିବା ମାତ୍ରେ ତୀବ୍ର ଭାବରେ ରନ କରିବା ଆରମ୍ଭ କରିଦେଇଥିଲେ। କୃଣାଲ ଛଅଟି ଚଊକା ଓ ଦୁଇଟି ଛକା ସାହାଯ୍ୟରେ ନିଜର ପ୍ରଥମ ଏକଦିବସୀୟ ଅର୍ଦ୍ଧଶତକ ପୂରଣ କରିଲେ।

କୃଣାଲଙ୍କ ଇନିଙ୍ଗ୍ସ ବିଷୟରେ କଥାବାର୍ତ୍ତା ହେଲେ, ସେ ସେତେବେଳେ ବ୍ୟାଟିଂ କରିବାକୁ ଆସିଥିଲେ ଯେତେବେଳେ ଭାରତ ୫ ୱିକେଟ ବିନିମୟରେ ୨୦୫ ରନ କରିଥିଲେ। ଓ କେଏଲ ରାହୁଲ ଅନ୍ୟ ପାର୍ଶ୍ଵରେ ଥିଲେ। ଏହାପରେ କୃଣାଲ ରାହୁଲଙ୍କ ସହ ମିଶି ୧୧୨ରନର ଏକ ଭଲ ପାର୍ଟନରସିପ କରିଥିଲେ। ଅସୁବିଧାରେ ପଡିଥିବା ଦଳକୁ ମଧ୍ୟ ବଞ୍ଚାଇଲେ। ସେ ଇନିଙ୍ଗ୍ସ ସମାପ୍ତ ବେଳକୁ ୩୧ଟି ବଲରେ ୫୮ରନ କରି ନଟଆଉଟ ଫେରିଥିଲେ।

କୃଣାଲ ନିଜର ଇନିଙ୍ଗ୍ସରେ ୧୮୭.୧୦ ଷ୍ଟ୍ରାଇକ ରେଟରେ ରନ କରିଥିଲେ। ଏହା ସହିତ ସେ ଏକ ଖାସ ସୂଚୀରେ ସାମିଲ ହୋଇଗଲେ। କୃଣାଲ ବର୍ତ୍ତମାନ ଏକଦିବସୀୟ କ୍ରିକେଟର ଡେବ୍ୟୁ ଇନିଙ୍ଗ୍ସରେ ସବୁଠାରୁ ଦୃତ ଷ୍ଟ୍ରାଇକ ରେଟରେ ୫୦ରୁ ଅଧିକ ସ୍କୋର କରିବା ମାମଲାରେ ଦ୍ଵିତୀୟ ସ୍ଥାନରେ ପହଞ୍ଚିଗଲେ। ତାଙ୍କ ଆଗରେ ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ସାହିଦ ଆଫ୍ରିଦୀଙ୍କ ନାମ ସାମିଲ ଅଛି। ଆଫ୍ରିଦୀ ୧୯୯୬ରେ ଶ୍ରୀଲଙ୍କା ବିରୁଦ୍ଧରେ ୨୫୫ଷ୍ଟ୍ରାଇକ ରେଟରେ ୧୦୨ରନ କରିଥିଲେ।

ଏହା ପୂର୍ବରୁ କୃଣାଲ ଅନେକ ସମୟରେ ଭାବୁକ ନଜର ଆସିଥିଲେ। କୃଣାଲ ଓ ହାର୍ଦ୍ଦିକଙ୍କ ପିତା ହିମାଂଶୁ ପାଣ୍ଡ୍ୟାଙ୍କର ଏହିବର୍ଷ ଜାନୁୟାରୀରେ ନିଧନ ହୋଇଯାଇଥିଲା। ଘରେ ସବୁଠାରୁ ବଡ କୃଣାଲଙ୍କୁ ଏଥିରେ ବହୁତ ଆଘାତ ଲାଗିଥିଲା। ସେ ହିମ୍ମତ ହାରିନଥିଲେ ଓ ବିଜୟ ହଜାରେ ଟ୍ରଫି ଖେଳିଥିଲେ ଓ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଓ ଭାରତୀୟ ଦଳରେ ଚୟନ ହୋଇଥିଲେ।

ଏହି କାରଣରୁ ଯେତେବେଳେ ମ୍ଯାଚ ପୂର୍ବରୁ ଅଧିନାୟକ ବିରାଟ କୋହଲି ତାଙ୍କୁ ଭାରତୀୟ ଦଳର କ୍ୟାପ ଦିଆଯାଇଥିଲା ସେ ଭାବୁକ ହୋଇ ସାନ ଭାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କୁଣ୍ଢାଇ ପକାଇଥିଲେ। ଏହାପରେ ସେ ନିଜେ ଅର୍ଦ୍ଧଶତକ କରିବା ପରେ ଆକାଶମାର୍ଗକୁ ବ୍ୟାଟ କରି ନିଜର ପିତାଙ୍କୁ ନିଜର ଇନିଙ୍ଗ୍ସ ସମର୍ପିତ କରିଥିଲେ। କେବଳ ଏହା ନୁହେଁ କୃଣାଲଙ୍କ ଇନିଙ୍ଗ୍ସ ସମାପ୍ତ ହେବା ପରେ କମେଣ୍ଟେଟରଙ୍କ ସହିତ କଥାବାର୍ତ୍ତା କରିବା ସମୟରେ ଅସମର୍ଥ ଜଣାପଡୁଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *