ଭାରତ ବନାମ ଇଂଲଣ୍ଡ : ଡେବ୍ୟୁ ମ୍ୟାଚରେ ପ୍ରସିଦ୍ଧ କୃଷ୍ଣା କଲେ ନିଜ ନାମରେ ଏହି ବଡ ରେକର୍ଡ,ଜାଣନ୍ତୁ ସେ ରେକର୍ଡ ବିଷୟରେ

ଭାରତ ଇଂଲଣ୍ଡ ବିରୁଦ୍ଧରେ ପ୍ରଥମ ଦିନକିଆ ମ୍ୟାଚର ୬୬ରନରେ ବିଜୟ ଲାଭ କରିଛି। ଭାରତର ଏହି ବିଜୟରେ ଦୃତ ବୋଲରଙ୍କର ଖାସ ଯୋଗଦାନ ରହିଛି। ଏହି ମ୍ୟାଚରେ ଭାରତୀୟ ଦଳର ଦୃତ ବୋଲର ନିଜ ନାମରେ ୯ଟି ୱିକେଟ କରିଛନ୍ତି। ଯେଉଁଥିରେ ସବୁଠୁ ଅଧିକ ୱିକେଟ ଡେବ୍ୟୁ କରିଥିବା ପ୍ରସିଦ୍ଧ କୃଷ୍ଣା ନେଇଥିଲେ। ପ୍ରସିଦ୍ଧ କୃଷ୍ଣା ନିଜର ପ୍ରଥମ ମ୍ୟାଚରେ ସାନଦାର ବୋଲିଂ କରି ଆଇ ଇଂଲଣ୍ଡର ଚାରିଜଣ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିଥିଲେ। ଏହା ସହିତ କୃଷ୍ଣା ପ୍ରଥମ ମ୍ୟାଚରେ ଭାରତ ପାଇଁ ସର୍ବାଧିକ ୱିକେଟ ନେଇଥିବା ବୋଲର ହୋଇଗଲେ।

ପ୍ରସିଦ୍ଧ କୃଷ୍ଣା ନିଜର ଡେବ୍ୟୁ ମ୍ଯାଚରେ ଇଂଲଣ୍ଡର ଚାରିଜଣ ବ୍ୟାଟ୍ସମ୍ୟାନଙ୍କୁ ନିଜର ଶିକାର କରିଥିଲେ। ଏହା ସହିତ ସେ ଭାରତ ପାଇଁ ପ୍ରଥମ ମ୍ଯାଚରେ ସର୍ବାଧିକ ୱିକେଟ ନେଇଥିବା ବୋଲର ହୋଇଗଲେ। ପ୍ରସିଦ୍ଧ କୃଷ୍ଣା ଭାରତର ନୋଏଲ ଡେଭିଡଙ୍କର ରେକର୍ଡ ଭାଙ୍ଗିଦେଲେ ଓ ନିଜ ନାମରେ ଖାସ ରେକର୍ଡ ଦାଖଲ କରିଲେ। ସେ ଭାରତ ପାଇଁ ଡେବ୍ୟୁ ମ୍ଯାଚରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବୋଲର ହୋଇଗଲେ।

ଦିନକିଆ ଡେବ୍ୟୁରେ ଭାରତ ପାଇଁ ସର୍ବଶ୍ରେଷ୍ଠ ବୋଲିଂ:-

୪/୫୪ – ପ୍ରସିଦ୍ଧ କୃଷ୍ଣା

୩/୨୧ – ନୋଏଲ ଡେଭିଡ

୩/୨୪ – ବରୁଣ ଆରୋନ

ଭାରତ ପାଇଁ ସର୍ବଶ୍ରେଷ୍ଠ ବୋଲିଂ ଫିଗର:-

ଟେଷ୍ଟ ଡେବ୍ୟୁ – ନରେନ୍ଦ୍ର ହିରବାନୀ (୮/୬୧)

ଟି-୨୦ ଡେବ୍ୟୁ- ବରିନ୍ଦର ସରାଙ୍ଗ (୪/୧୦)

ଦିନକିଆ ଡେବ୍ୟୁ ୦ ପ୍ରସିଦ୍ଧ କୃଷ୍ଣା (୪/୫୪)

ପ୍ରଥମ ଦିନକିଆ ମ୍ଯାଚରେ ପ୍ରସିଦ୍ଧ କୃଷ୍ଣା ନିଜର ଦୃତ ବୋଲରଙ୍କୁ ବହୁତ ପ୍ରଭାବିତ କରିଲେ। ଆରମ୍ଭ ସମୟରେ ବହୁତ ରନ ଦେଇଥିଲେ। କିନ୍ତୁ ଯେତେବେଳେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ତାଙ୍କୁ ଦ୍ଵିତୀୟ ସ୍ପେଲ କରାଇଲେ, ସେତେବେଳେ କୃଷ୍ଣା ଏହି ଅବସରର ଲାଭ ଉଠାଇଲେ। ଇଂଲଣ୍ଡର ସେଟ ହୋଇଥିବା ବ୍ୟାଟ୍ସମ୍ୟାନ ଜେସନ ରୟଙ୍କୁ ପେଭିଲିୟନ ପଠାଇଥିଲେ। ଏହାପରେ କୃଷ୍ଣା ଅଲଗା ପ୍ରକାର ବୋଲିଂ କରିଲେ। ଏହାପରେ ସେ ଇଂଲଣ୍ଡର ଆଉ ତିନୋଟି ୱିକେଟ ନେଲେ ଓ ମ୍ଯାଚକୁ ଜିତାଇଦେଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *