ଧଳା କପଡା ପିନ୍ଧି କାହିଁକି ହୋଲି ଖେଳାଯାଏ,ଜାଣନ୍ତୁ କଣ ରହିଛି ଏହା ପଛର କାହାଣୀ !

ହୋଲି ୨୦୨୧ ହେବାକୁ ଯାଉଛି|ଏବେଠାରୁ ଏହାର ପ୍ରସ୍ତୁତି ହେଲାଣି|ସମସ୍ତେ ଏହାକୁ ଧୁମଧାମରେ ପାଳନ କରିଥାନ୍ତି|ବଜାରରେ ରଙ୍ଗ ବିକ୍ରି ହେଲାଣି|ଏହିପର୍ବରେ ଧନି ଗରିବ ସମସ୍ତଙ୍କ ଉତ୍ସାହ ହୋଇଥାଏ|ଏଥିରେ କୈାଣସି ଭେଦଭାବ ନଥାଏ|

ବଜାରରେ ବିଭିନ୍ନ ପ୍ରକାର ରଙ୍ଗ ଦୋକାନ ଦେଖାଯାଉଛି|ମିଠେଇ ଦୋକାନରେ ନୂଆ ନୂଆ ମିଠେଇ ମିଳୁଛି|କପଡା ଦୋକାନରେ ନୂଆ ନୂଆ କପଡା ଆସିଲାଣି|ଏହିଦିନ ସାଧାରଣତଃ ଲୋକମାନେ ହାଲକ୍ ରଙ୍ଗ ବା ଧଳା କପଡା ପିନ୍ଧିଥାନ୍ତି|ଚାଲନ୍ତୁ ଏହାର ରହସ୍ୟ ଜାଣିବା|

ହୋଲି ପର୍ଵରେ ଧଳା କପଡା ପିନ୍ଧାଯାଏ|ପୁରୁଷମାନେ ଧଳା କୁର୍ତ୍ତା ପାଇଜାମା ପିନ୍ଧୁଥିଲା ଵେଳେ ମହିଳାମାନେ ଧଳା ଶାଢ଼ୀ,ଧଳା ସାଲୱର ସୁଟ୍ ସହ ଲାଲ୍ ଦୁପଟା ନଜରରେ ଆସିଥାନ୍ତି|ହୋଲିଦିନ କପଡା ଖରାପ ହୋଇ ମଧ୍ୟ ଧଳା ବସ୍ତ୍ର ପରିଧାନ କରିଥାନ୍ତି କାରଣ ଏହା ଶାନ୍ତିର ପ୍ରତୀକ|

ଏହିଦିନ ଲୋକମାନେ ନିଜର ପୁରୁଣା କଥା ଭୂଲି ଏକ ହୋଇଥାନ୍ତି|ଏଥି ପାଇଁ ପ୍ରସ୍ତୁତ ଗୀତ ମଧ୍ୟ ମିଳେ|ଏମିତିକା ମାନାଯାଏ ଯେ ଧଳା ରଙ୍ଗ ପିନ୍ଧିବା ଦୋସ୍ତି ବଢାଇବାରେ ସାହାଯ୍ୟ କରେ|ଏହି ପର୍ବ ୨ ଦିନ ପର୍ଯ୍ୟନ୍ତ ମନାଯାଏ|ପ୍ରଥମ ଦିନ ହୋଲିକା ଦହନ ଓ ଦ୍ୱିତୀୟ ଦିନ ରଙ୍ଗ ଖେଳାଯାଏ|

ଯେତେବେଳେ ରଙ୍ଗ ଧଳା କପଡାରେ ଲଗାଯାଏ ତେଵେ ଏହା ସ୍ପଷ୍ଟ ଦେଖାଯାଏ|ଏଥିପାଇଁ ମଧ୍ୟ ଧଳା ପିନ୍ଧାଯାଏ|ତେଣୁ ଏଥିପାଇଁ ଆପଣ ମଧ୍ୟ ଧଳା ରଙ୍ଗ ସହ ଲାଲର ଯୋଡି ଵନାନ୍ତୁ|ଏହା ଆରାମଦାୟକ ଟ୍ରେଣ୍ଡିଙ୍ଗ୍|ମହିଳାମାନେ ସିଫନର ଧଳା ଓ ଲାଲ ଧଡି ଯୁକ୍ତ ଶାଢ଼ୀ ପିନ୍ଧନ୍ତୁ|

ଏଥର ଏହା ମାର୍ଚ୍ଚ ୨୮ ରେ ପାଳନ କରାଯିବ|ଏଥର ଫାଲ୍ଗୁନ ମାସ କୃଷ୍ଣପକ୍ଷ ପୂର୍ଣ୍ଣିମା ତିଥିରେ ପଡୁଛି|ଏଥିପାଇଁ ସନ୍ଧ୍ୟା ୬ଟା ୩୭ ରୁ୮ ଟା ୫୬ ମଧ୍ୟରେ ହୋଲି ଦହନର ଶୁଭ ମୁହୁର୍ତ୍ତ|ପରଦିନ ହୋଲି ଖେଳାଯିବ|

ହୋଲିକା ଦହନ ଦିନ ହୋଲାଷ୍ଟିକର ସମାପନ କରାଯିବ|ଏହି ପଞ୍ଚାଙ୍ଗ ଅନୁସାରେ ଏହା ୨୨ ମାର୍ଚ୍ଚରୁ ଆରମ୍ଭ ହେବ|ଏହା ୮ ଦିନ ପୂର୍ବରୁ କରାଯାଏ|ଏହା ଆରମ୍ଭ ହେବା ପୂର୍ବରୁ ଶୁଭକାମ କରିନେବା ଆବଶ୍ୟକ କାରଣ ଏହାପରେ କାର୍ଯ୍ୟ କରିହେବ ନାହିଁ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *