ହ୍ଵାଟ୍ସଆପରେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି କାମ, ବର୍ତ୍ତମାନ ସରକାର ପ୍ରସ୍ତୁତ କରୁଛନ୍ତି ନୂଆ ସିଷ୍ଟମ,ଜାଣନ୍ତୁ ସମ୍ପୂର୍ଣ ସୂଚନା

ମିଥ୍ୟା ଏବଂ ଗୁଜବ ପ୍ରଚାର କରୁଥିବା ଲୋକଙ୍କ ପାଇଁ ଭଲ ନୁହେଁ :-

ଟେକ ସାଇଟ telecomtalk ଅନୁଯାୟୀ କେନ୍ଦ୍ର ସରକାର ଦେଶରେ ଗୁଜବ ଏବଂ ମିଥ୍ୟା ପ୍ରଚାର କରୁଥିବା ଲୋକଙ୍କୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି | ଏଥିପାଇଁ ବର୍ତ୍ତମାନ ଭାରତ ସରକାର ଏକ ନୂତନ ଡ୍ରାଫ୍ଟ ପ୍ରସ୍ତୁତ କରିଛନ୍ତି, ଯାହା ସାହାଯ୍ୟରେ ହ୍ଵାଟ୍ସଆପରେ ଗୁଜବ ପ୍ରଚାର କରୁଥିବା ଲୋକମାନଙ୍କୁ ତୁରନ୍ତ ଧରା ଯାଇପାରିବ |

Alpha-numeric hash ସିଷ୍ଟମର ହେବ ବ୍ୟବହାର :-

ସୂଚନା ଅନୁଯାୟୀ, କେନ୍ଦ୍ର ସରକାର ହ୍ଵାଟ୍ସଆପରେ Alpha-numeric hash Assigning System ଲାଗୁ କରିବାକୁ କହିଛନ୍ତି | ଏହି ସିଷ୍ଟମ ଲାଗୁ ହେବାପରେ ଗୁଜବ ପ୍ରଚାର କରୁଥିବା ଲୋକଙ୍କୁ ତୁରନ୍ତ ଚିହ୍ନଟ କରାଯାଇପାରିବ |

କିପରି ଧରାପଡିବେ ଗୁଜବ ପ୍ରଚାର କରୁଥିବା ଲୋକଙ୍କୁ :-

ବାସ୍ତବରେ Alpha-numeric hash Assigning System ଅଧୀନରେ ପ୍ରତ୍ୟେକ ମେସେଜ ସହିତ ଏକା ସ୍ୱତନ୍ତ୍ର ନମ୍ବର ଜେନେରେଟ ହେବ | ଏହି ସିଷ୍ଟମ ଦ୍ୱାରା ମେସେଜ ପଠାଇଥିବା ଲୋକଙ୍କୁ ଟ୍ରାକ କରାଯାଇପାରିବ | ସରକାରଙ୍କ କହିବା ଅନୁଯାୟୀ, ଏହାଦ୍ୱାରା ପ୍ରାଇଭେସି ଉପରେ କୌଣସି ପ୍ରଭାବ ପଡିବ |

ହ୍ଵାଟ୍ସଆପରେ ବର୍ତ୍ତମାନ ଥିବା ପ୍ରାଇଭେସି ପଲିସୀର ହେବନାହିଁ ଉଲଂଘନ :-

ସୂଚନାନୁଯାୟୀ, ହ୍ଵାଟ୍ସଆପ ବର୍ତ୍ତମାନ end-to-end encryption ଟେକ୍ନୋଲୋଜିର ବ୍ୟବହାର କରୁଛି | ଯେଉଁ କାରଣରୁ କେବଳ ସେଣ୍ଡର ଏବଂ ରିସିଭର ମେସେଜ ଦେଖିପାରିବେ | ସରକାର କହିଛନ୍ତି ଯେ ନୂତନ ସିଷ୍ଟମକୁ ଲାଗୁ କରିବାଦ୍ୱାରା ପ୍ରାଇଭେସି ସିଷ୍ଟମର ଉଲଂଘନ ହେବନାହିଁ |

ହ୍ଵାଟ୍ସଆପ ଏବଂ ସରକାରଙ୍କ ମଧ୍ୟରେ ବି-ବା-ଦ :-

କେନ୍ଦ୍ର ସରକାରଙ୍କ ଏହି ନୂତନ ପ୍ରସ୍ତାବକୁ ହ୍ଵାଟ୍ସଆପ ମାନିବାକୁ ଚାହୁଁନାହିଁ | କମ୍ପାନୀ କହିଛି ଯେ ଏହା ଦ୍ୱାରା ଆପର ପ୍ରାଇଭେସି ପଲିସୀ ଉଲ୍ଲଂଘନ ହୋଇଥାଏ | ଯେତେବେଳେ କି ଭାରତ ସରକାର ଏହି ନୂତନ ପ୍ରସ୍ତାବକୁ ଦେଶରେ ଆଇନ ଏବଂ ଶୃଙ୍ଖଳା ସହିତ ଯୋଡି ଦେଖୁଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *