ହୋଲି ପୂର୍ବରୁ ଏହି ଯୋଜନା ପାଇଁ ଜଲଦି କରନ୍ତୁ ଆବେଦନ,ନ ହେଲେ ହେବ ଲକ୍ଷାଧିକ ଟଙ୍କା ବେକାର,ଜାଣନ୍ତୁ ସମ୍ପୁର୍ଣ୍ଣ ଖବର ଓ ଆବେଦନ କରନ୍ତୁ

ଯଦି ଆପଣ କମ ଖର୍ଚ୍ଚରେ ଘର କରିବାକୁ ଚାହୁଁଛନ୍ତି ତେଵେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲାଭ ଉଠାଇ ପାରିବେ|ଏଥିପାଇଁ ଆଉ ମାତ୍ର ୫ଦିନ ସମୟ ରହିଛି|୩୧ମାର୍ଚ୍ଚ ପରେ ଏହାର ଲାଭ ଉଠାଇ ପାରିବେ ନାହିଁ|

ଏହି ଯୋଜନା ସେମାନଙ୍କ ପାଇଁ ଫଳପ୍ରଦ ଯେଉଁମାନେ ପ୍ରଥମଥର ଘର କରୁଛନ୍ତି ଵା କିଣୁଛନ୍ତି|ଏହି ଯୋଜନାରେ ଘର କିଣୁଥିବା ଲୋକଙ୍କୁ କ୍ଲାସ ମାନେ କ୍ରେଡିଟ ଲିମିଟ ସବ୍ସିଡି ସ୍କିମରେ ସବ୍ସିଡି ଦିଆଯାଏ|ଏହାର ସୀମା ସର୍ବାଧିକ ୨.୬୭ ଲକ୍ଷ ଟଙ୍କା ହୋଇଥାଏ|ଏଥିରେ ଆୟ ଅନୁଯାୟୀ ଡିଭାଇଡ ହୋଇଥାଏ|୧୮ଲକ୍ଷରୁ ଉର୍ଦ୍ଧ୍ବ ଆୟ ବ୍ୟକ୍ତି ଏହାର ଲାଭ ପାଇପାରିବେ ନାହିଁ|

ଯଦି ଆପଣଙ୍କ ବାର୍ଷିକ ଆୟ ୩-୬ ଲକ୍ଷ ଟଙ୍କା ମଧ୍ୟରେ ହୋଇଥାଏ ଓ ଆପଣ ଇଡବ୍ଲୁଏସ୍ କାଟାଗୋରିର ଓ ଲୋୟର ଇନକମ ଗ୍ରୁପ ଅନ୍ତର୍ଗତ ଏହି ଯୋଜନାର ଲାଭ ପାଇପାରିବେ|ଏଥିପାଇଁ ସର୍ବାଧିକ ୬ଲକ୍ଷ ଟଙ୍କାର ହୋମ ଲୋନ ଉପରେ ୬.୫% କ୍ରେଡିଟ ସବ୍ସିଡି ମିଳିବ|ଯଦି ଆପଣଙ୍କ ବାର୍ଷିକ ଆୟ ୬-୧୨ଲକ୍ଷ ଟଙ୍କା ଅଟେ ତେବେ ମିଡିଲ ଇନକମ ଗ୍ରୁପ ଅନ୍ତର୍ଗତ ଆସିଥାନ୍ତି|

ଏହି ସ୍ଲାବରେ ୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ ଉପରେ ୪% ସବ୍ସିଡି ମିଳେ|ବାର୍ଷିକ ଆୟ ୧୨-୧୮ ଲକ୍ଷ ଟଙ୍କା ଥିବା ବ୍ୟକ୍ତି ମିଡିଲ ଇନକମ ଗ୍ରୁପ-୨ ଅନ୍ତର୍ଗତ ଏହାର ଲାଭ ପାଇପାରିବେ|ଏଥିପାଇଁ ୧୨ଲକ୍ଷ ପର୍ଯ୍ୟନ୍ତ ୩%ସଵ୍ସିଡି ମିଳିବ, ମାନେ ସର୍ବାଧିକ ୨.୬୭ ଲକ୍ଷ ଟଙ୍କା ମିଳିବ|

ନିର୍ଧାରିତ ଲୋନରୁ ଅଧିକ ନେବା ଉପରେ ଆପଣଙ୍କ କାଟାଗୋରୀ ଅନୁସାରେ ସବ୍ସିଡି ମିଳିବ|ବାକି ଟଙ୍କା ବ୍ୟାଙ୍କ ତରଫରୁ ନିର୍ଧାରିତ ଦରରେ ସୁଧ ଦେବାକୁ ହେବ|ଯଦି ଯଦି ଆପଣଙ୍କ ବାର୍ଷିକ ଆୟ ୧୮ ଲକ୍ଷ ଟଙ୍କା ଆପଣ ୧୨ ଲକ୍ଷ ପର୍ଯ୍ୟନ୍ତ ଲୋନ ନେଇପାରିବେ|ଯଦି ୧୭ ଲକ୍ଷ ଲୋନ ନିଅନ୍ତି ତେଵେ ୧୨ଲକ୍ଷ ଛାଡି ଵାକି ୫ ଲକ୍ଷ ଟଙ୍କାର ବ୍ୟାଙ୍କ ଦରରେ ସୁଧ ଦେବେ|ଏଥିପାଇଁ ସର୍ବାଧିକ ୨୦ବର୍ଷ ରହିଛି|

ଏମାନଙ୍କୁ ମିଳିବ ଲାଭ:

*ଆବେଦକ ବା ପରିବାର ସଦସ୍ୟଙ୍କ ନାମରେ ଭାରତରେ କୈାଣସି ସ୍ଥାନରେ ପକ୍କା ଘର ନଥିବା ଆବଶ୍ୟକ|

*ପରିବାର ସଦସ୍ୟ ବା ଆଵେଦକ ପୂର୍ବରୁ କୈାଣସି ହାଉସିଙ୍ଗ ଯୋଜନାର ଲାଭ ପାଇନଥିବେ|

*ଵିବାହିତ ଯୋଡି ପାଇଁ ସିଙ୍ଗଲ ବା ସ୍ୱଆମିତ୍ୱ ଏହି ଯୋଜନାର ଲାଭ ଉଠାଇ ପାରିବେ|

*ଇଡବ୍ଲୁଏସ ଓ ମିଡିଲ ଇନକମ ଗ୍ରୁପ ଏଥିପାଇଁ ଉପଯୁକ୍ତ|

ଏଥିରେ ଲାଭାର୍ଥୀଙ୍କୁ କେବଳ ନୂତନ ରେସିଡେନସିଆଲ ସମ୍ପତ୍ତି କିଣିବା ବା ବନେଇବାକୁ ସ୍ୱୀକୃତି ପ୍ରଦାନ କରିଥାଏ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *