ଶ୍ରୀ ରାମ ମନ୍ଦିର ନିର୍ମାଣ ପାଇଁ ଓଡ଼ିଶାରୁ ସଂଗ୍ରହ ହେଲା ୪୨ କୋଟି ଟଙ୍କା

ଶ୍ରୀ ରାମ ମନ୍ଦିର ନିଧି ସମର୍ପଣ ଅଭିଯାନରେ ଓଡ଼ିଶା ରାଜ୍ୟରୁ ୪୨ କୋଟି ଟଙ୍କା ସଂଗ୍ରହ କରାଯାଇଛି। ଏହି ୪୨ କୋଟି ଟଙ୍କାକୁ ଶ୍ରୀ ରାମ ମନ୍ଦିର ବିକାଶ କରିବା ପାଇଁ ପଠାଯାଇଛି। ଓଡ଼ିଶାରେ ମକର ସଂକ୍ରାନ୍ତିରୁ ମାଘ ପୂର୍ଣ୍ଣିମା ପର୍ଯ୍ୟନ୍ତ ଶ୍ରୀ ରାମ ମନ୍ଦିର ବିଧି ସମର୍ପଣ ଅଭିଯାନ ଚାଲିଥିଲା।

ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ୫୮ ହଜାର ୯୯୨ ଜଣ ସ୍ଵୟଂସେବକ ଏବଂ ରାଜ୍ୟର ୪୩ ହଜାର ଗାଁର ୭୫ ହଜାର ଲୋକମାନେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି। ଭୁବନେଶ୍ୱରରେ ଆରଏସଏସ ଓଡ଼ିଶା ପକ୍ଷରୁ ଆୟୋଜିତ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରୁ ଏହି ସମ୍ପର୍କରେ ସୂଚନା ମିଳିଛି।

ସଂଘ କହିବା ଅନୁସାରେ, କରୋନା ମହାମାରୀ ସମୟରେ ଆରଏସଏସ ସ୍ୱୟଂସେବକର ସେବକ ରାଜ୍ୟରେ ୩ ହଜାର ୬୨ଟି ସ୍ଥାନରେ ବିପଦରେ ଥିବା ପରିବାରକୁ ସେବା ଯୋଗାଇଥିଲେ। ସଂଘର ସେବାକାରୀ ମାନେ, ବିପଦରେ ଥିବା ଲୋକଙ୍କୁ ରାସନ କିଟ,ଖାଦ୍ୟ ପ୍ୟାକେଟ,ମାସ୍କ ବଣ୍ଟନ କରିବା ସହିତ ବାହାର ରାଜ୍ୟରୁ ନିଜ ରାଜ୍ୟକୁ ଫେରୁଥିବା ଲୋକ ମାନଙ୍କ ପାଇଁ ଷ୍ଟେ ହୋମ ବ୍ୟବସ୍ଥା କରିଥିଲେ। ଏପରିକି ସ୍ୱୟଂସେବକମାନେ ରାଜ୍ୟରେ ୬୦ ହଜାର ୟୁନିଟ ରକ୍ତଦାନ କରିଥିଲେ।

Google

ଏ ସମ୍ପର୍କରେ ସଂଘର ଜଣେ କର୍ମକର୍ତ୍ତାଙ୍କ କହିବା ଅନୁଯାୟୀ, ଶ୍ରୀରାମ ମନ୍ଦିର ନିଧି ସମର୍ପଣ ଅଭିଯାନରେ ଭାରତରେ ୧୨କୋଟିରୁ ଊର୍ଦ୍ଧ୍ୱ ପରିବାରକୁ ଏବଂ ସାଢେ ୫ ଲକ୍ଷରୁ ଊର୍ଦ୍ଧ୍ୱ ସ୍ଥାନରେ ଏହି ବିଷୟରେ ସମ୍ପର୍କ କରାଯାଇଥିଲା। ସେହିପରି ଓଡ଼ିଶାରେ ୭୫ ଲକ୍ଷ ପରିବାରକୁ ଏ ବିଷୟରେ ସମ୍ପର୍କ କରାଯାଇଥିଲା। ଏଥିସହିତ ୪୩ ହଜାରରୁ ଅଧିକ ସ୍ଥାନ ଗୁଡ଼ିକରେ କାର୍ଯ୍ୟକର୍ତ୍ତା ମାନେ ପହଞ୍ଚିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *