ଦେଖନ୍ତୁ ଭିଡ଼ିଓ : ଯୁବରାଜ ସିଂହଙ୍କ ବାହୁବଳୀ ଅବତାର, ଭାଇରାଲ ହେଲା ଭିଡ଼ିଓ

ରୋଡ଼ ସେଫଟି ବିଶ୍ୱ t-20 ମ୍ୟାଚ ଫାଇନାଲରେ ଭାରତ ଲେଜେଣ୍ଡସ ଶ୍ରୀଲଙ୍କା ଲେଜେଣ୍ଡସକୁ ହରାଇ ଚମ୍ପିୟାନ ହୋଇଛି । ଏହି ମ୍ୟାଚରେ ଯୁବରାଜ ସିଂହ ବିସ୍ଫୋଟକ 60 ରନ କରି ବୋବାଲ ମଚାଇ ଥିଲେ ।

ଇଣ୍ଡିଆ ଲେଜେଣ୍ଡସକୁ ବିଜୟ ଦେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଯୁବରାଜ ସିଂହ ମ୍ୟାଚପରେ ଏକ ଭିଡ଼ିଓ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଶେୟର କରିଥିଲେ । ଯେଉଁ ଭିଡ଼ିଓରେ ସେ ନିଜର ଗୋଡ଼ରେ ସଫ୍ଟ ପ୍ଲାଷ୍ଟର ଲଗାଇ ଡ୍ୟାନ୍ସ କରିବାର ଦେଖାଯାଇଥିଲା ।

ବିଜୟ ପରେ ଭାରତୀୟ ଦଳ ମେଫେୟାର ହୋଟେଲ ଆଣ୍ଡ ରିଜର୍ଟ ପହଞ୍ଚିଥିଲା । ଯେଉଁଠାରେ ଯୁବରାଜଙ୍କୁ ହୋଟେଲ ଷ୍ଟାଫ ଗାର୍ଡ ଅଫ ଅନର ଦେଇ ସମ୍ମାନ କରିଥିଲେ । ଏହାପରେ ଯୁବରାଜ ଡ୍ୟାନ୍ସ କଲେ ଓ ବ୍ୟାକଗ୍ରାଉଣ୍ଡରେ ବାହୁବଳୀ ଗୀତ ବାଜୁଥିଲା ।

ଫାଇନାଲ୍ ମ୍ୟାଚରେ ଭାରତୀୟ ଲେଜେଣ୍ଡସ ପ୍ରଥମେ ବ୍ୟାଟିଂ କରି 20 ଓଭରରେ 181 ରନ କରିଥିଲା । ଏହାର ଜବାବରେ ଶ୍ରୀଲଙ୍କା ଲେଜେଣ୍ଡସ 20 ଓଭରରେ 7ଟି ଉଇକେଟ ହରାଇ 167 ରନ କରିପାରିଥିଲା । ଯୁବରାଜ ଏହି ମ୍ୟାଚରେ 41 ବଲରେ 70 ରନ କରିଥିଲେ । ସେ ଏହି ଟୋଟାଲ ସିରିଜରେ ସର୍ବାଧିକ ଛକା ମଧ୍ୟ ମାରିଥିଲେ । ସେ 7ଟି ମ୍ୟାଚରୁ 17 ଟି ଛକା ମାରିଛନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *