ରାମାୟଣ ଓ ମହାଭାରତର ଏହି ମହାନ ଅଭିନେତାମାନେ ଟିଭି ଦୁନିଆକୁ ଛାଡି ରାଜିନୀତିରେ କରିଛନ୍ତି ପ୍ରବେଶ, ଦେଖନ୍ତୁ କିଏ କିଏ ସବୁ ଲିଷ୍ଟରେ ଅଛନ୍ତି !

ମନୋରଞ୍ଜନ ଜଗତରେ ଏମିତି ବହୁ ଅଭିନେତା ନିଜର କଠିନ ପରିଶ୍ରମ ଓ ସୁନ୍ଦର ଅଭିନୟ ଫଳରେ ଇଣ୍ଡଷ୍ଟ୍ରିରେ ଭଲ ନାମ ଅର୍ଜନ କରିଛନ୍ତି|ଏଥିରେ ସକ୍ରିୟ ହୋଇଥିବା ବହୁ ଲୋକ ମଧ୍ୟ ରାଜନୀତିରେ ନିଜ ପାଦ ମଧ୍ୟ ରଖିଛନ୍ତି|ଏବେ ରାମାୟଣରେ ଶୀରାମ ଭୂମିକାରେ ଅଭିନୟ କରିଥିବା କଳାକାର ଅରୁଣ ଗୋବିଲ ରାଜନୀତିରେ ଯାଇଛନ୍ତି|ସେ ବିଜେପିରେ ସାମିଲ ହୋଇଛନ୍ତି କିନ୍ତୁ କେବଳ ସେ ନୁହେଁ ଆହୁରି ମଧ୍ୟ ବହୁ କଳାକାର ଅଛନ୍ତି ଯେଉଁମାନେ ଟିଭି ଇଣ୍ଡଷ୍ଟ୍ରି ଛାଡ଼ି ରାଜନୀତିରେ ପାଦ ଦେଇଛନ୍ତି|ଚାଲନ୍ତୁ ତାଙ୍କ ବିଷୟରେ ଜାଣିବା|

ଅରୁଣ ଗୋବିଲ:ରାମାୟଣର ରାମ ମାନେ ଅରୁଣ ଗୋବିଲ ରାଜନୀତିର ରାସ୍ତା ଧରିଛନ୍ତି|ସେ ଵିଜେପିରେ ସାମିଲ ହୋଇଛନ୍ତି|ତାଙ୍କୁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ସଦସ୍ୟତା ଦେଇଛନ୍ତି|ପୂର୍ବବର୍ଷ କରୋନା କାରଣରୁ ଲକଡାଉନ୍ ସମୟରେ ରାମାୟଣ ଟିଭିରେ ପୁନଃପ୍ରସାରଣ କରାଯାଇଥିଲା|ଲୋକମାନେ ଏହା ପସନ୍ଦ କରିବା ସହ ତାଙ୍କର ପ୍ରଶଂସା ମଧ୍ୟ କରୁଥିଲେ|

ନିତୀଶ ଭାରଦ୍ୱଜ୍:ଭଗବାନ ଶ୍ରୀକୃଷ୍ଣ ଭୂମିକାରେ ଅଭିନୟ କରିଥିବା ଏହି କଳାକାର ବହୁଦିନରୁ ଵିଜେପିର ଅଂଶଭାବେ ପରିଚିତ|ସେ ୧୯୯୬ରେ ବିଜେପି ଟିକେଟରେ ଝାଡ଼ଖଣ୍ଡର ଜାମସେଦପୁରରୁ ଟିକେଟ ଲଢିଥିଲେ ଓ ଜିତିଥିଲେ କିନ୍ତୁ ପୂର୍ବ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂଙ୍କ ଭାଇ ଲକ୍ଷ୍ମଣ ସିଂ ହାରିବା ପରେ ସେ ରାଜନୀତିରୁ ଦୁରେଇ ଯାଇଥିଲେ|

ଦାରା ସିଂହ:ଏହି ଅଭିନେତା ହନୁମାନ ଭୂମିକାରେ ନିଜର ଅଭିନୟ ଫଳରେ ଲୋକଙ୍କ ପ୍ରଶଂସନୀୟ|ସମସ୍ତେ ତାଙ୍କୁ ହନୁମାନ ଭୂମିକାରେ ପ୍ରଶଂସା କରୁଛନ୍ତି|ତାଙ୍କୁ ହନୁମାନ ଭଳି ମଧ୍ୟ ଲୋକମାନେ ପୁଜା କରୁଥିଲେ|ସେ କୈାଣସି ରାଜନୈତିକ ଦଳ ସହ ଯୋଡ଼ି ହୋଇନଥିଲେ|କିନ୍ତୁ ବିଜେପି ତାଙ୍କୁ ମନୋନୀତ ସଦସ୍ୟ ଭାବରେ ରାଜ୍ୟସଭା ପଠେଇଥିଲା|

ଗଜେନ୍ଦ୍ର ଚୈହାନ:ମହାଭାରତର ଯୁଧିଷ୍ଠିର ଭୂମିକାରେ ଅଭିନୟ କରିଥିବା ଏହି କଳାକାର ରାଜନୀତିରେ ଯୋଗ ଦେଇଛନ୍ତି|ସେ ୨୦୦୪ରେ ବିଜେପିରେ ଯୋଗଦେଲେ|ଫଳରେ ପାର୍ଟି ତାଙ୍କୁ ୨୦୧୫ରେ ଫିଲ୍ମ ଓ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ଚେୟାରମେନ ଭାବେ ନିଯୁକ୍ତ କରିଥିଲେ|

ଦୀପିକା ଚିଖାଲିୟା:ଏହି ଅଭିନେତ୍ରୀ ରାମାୟଣରେ ସୀତା ଭୂମିକାରେ ଅଭିନୟ କରିଥିଲେ ଓ ବିଜେପି ଟିକେଟରେ ନିର୍ବାଚନ ଲଢି ଜିତିଥିଲେ|ସେ ୧୯୯୧ରେ ଗୁଜରାଟର ବରୋଦାରୁ ଲୋକସଭା ନିର୍ବାଚନ ମଧ୍ୟ ଲଢିଥିଲେ|

ଅରବିନ୍ଦ ତ୍ରିବେଦୀ:ରାମାୟଣରେ ରାଵଣ ଭୂମିକାରେ ଅଭିନୟ କରିଥିବା ଏହି କଳାକାର ବିଜେପି ସହ ଜଡ଼ିତ|୧୯୯୧ରେ ସାବରକାଣ୍ଠା ସେ ଲୋକସଭା ନିର୍ବାଚନ ଲଢି ବିଜୟୀ ହୋଇଥିଲେ|ଏହାପରେ ୨୦୦୨ରେ ମଧ୍ୟ ବିଜୟୀ ହୋଇଥିଲେ|

ରୂପା ଗାଙ୍ଗୁଲି:ମହାଭାରତର ଦ୍ରୈପଦୀ ଭୂମିକାରେ ଅଭିନୟ କରିଥିବା ଏହି କଳାକାର ରାଜନୀତିରେ ପରିଚିତ ଚେହରା|ସେ ଏହି ସମୟରେ ରାଜ୍ୟସଭାର ମନୋନୀତ ସଦସ୍ୟ|ସେ ପୂର୍ବ ବିଧାନସଭାରେ ହାୱଡା ଦକ୍ଷିଣ ପକ୍ଷରୁ ନିର୍ବାଚନ ଲଢିଥିଲେ କିନ୍ତୁ ସଫଳ ହୋଇନଥିଲେ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *