ମେ ୨୩ ତାରିଖରେ ହେବ OAS ପ୍ରିଲିମିନାରୀ ପରୀକ୍ଷା

ରାଜ୍ୟରେ କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ସମୟରେ ଆଜି ଓଡିଶା ସିଭିଲ ସର୍ଭିସେସ(ପ୍ରିଲିମିନାରୀ) ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି। ଓଡ଼ିଶା ଲୋକସଭା ଆୟୋଗଙ୍କ ତରଫରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ, ମେ ମାସ ୨୩ ତାରିଖ ରବିବାର ଦିନ ୫ଟି ଜୋନରେ ଓଏଏସ ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହେବ। ଭୁବନେଶ୍ୱର,କଟକ,ବ୍ରହ୍ମପୁର,ସମ୍ବଲପୁର ଓ ବାଲେଶ୍ଵରରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଆଉ ଏହି ପରୀକ୍ଷା ୨ଟି ସିଟିଂରେ ୨ ଘଣ୍ଟା ଲେଖାଏଁ ପରୀକ୍ଷା ହେବ। ଜେନେରାଲ ଷ୍ଟଡିଜ ପେପର ୧ ପରୀକ୍ଷା ସକାଳ ୧୦ ଟା ସମୟରୁ ଆରମ୍ଭ ହୋଇ ଦିନ ୧୨ ଟାରେ ସମାପ୍ତ ହେବ। ସେହିପରି ଭାବରେ ଜେନେରାଲ ଷ୍ଟଡିଜ ପେପର ୨ ଅପରାହ୍ନ ୧.୩୦ ମିନିଟରେ ଆରମ୍ଭ ହୋଇ ୩.୩୦ ମିନିଟରେ ଶେଷ ହେବ।

Google

ପରୀକ୍ଷାର୍ଥୀ ମାନେ ନିଜର ଆଡମିଟ କାର୍ଡକୁ ଓଡ଼ିଶା ଲୋକସେବା ଆୟୋଗଙ୍କ ୱେବସାଇଟରୁ ଡାଉନଲୋଡ କରିପାରିବେ। ସୂଚନା ଅନୁସାରେ, ଏହି ଓଏଏସ ପ୍ରିଲିମିନାରୀ ପରୀକ୍ଷାର ପଦବୀ ସଂଖ୍ୟା ୩୯୨ଟି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *