କହି ପାରନ୍ତିନି କି ଶୁଣି ପାରନ୍ତିନି ଏହି ଦମ୍ପତି,କିନ୍ତୁ ଏମାନଙ୍କ ପ୍ରେମ କହିଥାଏ ବହୁତ କାହାଣୀ,ଜାଣନ୍ତୁ ଏମାନଙ୍କ ପ୍ରେମ କାହାଣୀ ବିଷୟରେ

ସୋସିଆଲ ମିଡିଆରେ ବହୁତ କ୍ଷତି କରିଥାଏ|କିନ୍ତୁ ଏହାର ତାକତ ମଧ୍ୟ ସର୍ବବ୍ୟାପୀ|ମନେଅଛି ତ ଘଟଣା ‘ବା କା ଢାବା’|କେମିତି ଏକ ଛୋଟ ଭିଡିଓ ଵୟସ୍କ ଲୋକଙ୍କ ଜୀବନ ବଦଳେଇ ଦେଲା|ଏହିପରି ଭାବରେ ବହୁତ କାହାଣୀ ରହିଛି ଯାହା ସୋସିଆଲ ମିଡିଆ ମାଧ୍ୟମରେ ପରିବର୍ତ୍ତନ ହୋଇଯାଇଛି|ଏମିତି ଏକ କାହାଣୀ ଝାଡ଼ଖଣ୍ଡର ମହାଵୀର ପ୍ରସାଦ ଶୁକ୍ଳା ଓ ସମ୍ବଲପୁରର (ଓଡିଶା) ଲକ୍ଷ୍ମୀରାଣୀ ତ୍ରିପାଠୀଙ୍କ|ଦୁହେଁ କହିପାରନ୍ତିନି କି ଶୁଣିପାରନ୍ତିନି|ଯେତେବେଳେ ସୋସିଆଲ ମିଡିଆରେ ତାଙ୍କର ଦେଖାସାକ୍ଷାତ ହେଲା ଆଶାକରାଯାଏ ଯେ ସେମାନେ ଚିନ୍ତା କଲେ ଓ ପରେ ପତିପତ୍ନୀ ସମ୍ପର୍କରେ ବନ୍ଧା ହେଲେ|

ମହାଵୀର ଓ ଲକ୍ଷ୍ମୀରାଣୀଙ୍କ ଦେଖା ୬ ମାସ ପୂର୍ବେ ଫେସବୁକରେ ହୋଇଥିଲା|ଦୁହିଁଙ୍କ ଦୋସ୍ତି ହେଲା,ପ୍ରେମ ହେଲା ଓ ପତିପତ୍ନୀ ଭାବରେ ରବିବାର ଦିନ ଶଙ୍କର ମଠରେ ବିବାହ କରିଥିଲେ|ଲକ୍ଷ୍ମୀରାଣୀ ୪୩ ବର୍ଷୀୟ ହୋଇଥିଲା ବେଳେ ମହାଵୀର ୪୮ ଵର୍ଷୀୟ ମନୋହରପୁରର ଅଟନ୍ତି|ଦୁହେଁ କହିବା ଶୁଣିବାରେ ଜନ୍ମରୁ ଅସମର୍ଥ|ଲକ୍ଷ୍ମୀରାଣୀ ମାଟ୍ରିକ୍ ପାସ କରି ସିଲେଇ ଓ ବ୍ୟୁଟିସିଆନ କୋର୍ସ୍ କରିଛନ୍ତି|ମହାବୀର ଜଣେ ଇଲେକ୍ଟ୍ରିକାଲ କଣ୍ଟ୍ରାକ୍ଟର ଅଟନ୍ତି|

ଛଅମାସ ପରେ ଦୁହେଁ ଫେସବୁକରେ ମିଶିଥିଲେ|ଫୋନ ନମ୍ବରରେ କଥା ହେଉନଥିଲେ|ମେସେଜ ମାଧ୍ୟମରେ ଭାଵ ଆଦାନପ୍ରଦାନ ହେଉଥିଲା|ହ୍ୱଟ୍ସଆପର ଭିଡିଓ କଲରେ ସାଇନ ଲାଙ୍ଗୁଏଜ୍ ମାଧ୍ୟମରେ କଥାବାର୍ତ୍ତା ହୁଅନ୍ତି|ଟେକ୍ନୋଲୋଜି ଫଳରେ ଦୁହେଁ ଦୁହିଁଙ୍କୁ ମିଳିଲେ ଓ ବିବାହ ବନ୍ଧନରେ ବାନ୍ଧି ହେଲେ|ଝିଅ ଘର ଲୋକଙ୍କୁ ବିଶ୍ୱାସ ନଥିଲା ଏତେଦୂର ସେ ବିବାହ କରିବେ|

ଲକ୍ଷ୍ମୀରାଣୀଙ୍କ ଭତିଜା କହିଛନ୍ତି ଯେ ଦୁହେଁ ଦୁହିଁଙ୍କୁ ଫେସବୁକରେ ପାଇଥିଲେ ଓ ଭାବ ବିନିମୟ ପରେ ବିବାହ କଲେ|ସେ କହିଲେ ଯେ ମୋ ଆଣ୍ଟି ଘରେ ବିବାହ କଥା କହିବାରୁ ଘରଲୋକ ରାଜି ହୋଇଥିଲେ|ତେଣୁ ଦୁହେଁ ଘରଲୋକଙ୍କ ଉପସ୍ଥିତିରେ ବିବାହ ବନ୍ଧନରେ ବାନ୍ଧି ହୋଇ ପତିପତ୍ନୀ ସ୍ୱୀକାର କରିଛନ୍ତି|ପରିବାର ଲୋକ ଦୁହିଁଙ୍କ ସମ୍ପର୍କରେ ଖୁସି ଅଟନ୍ତି|ସେ କହିଛନ୍ତି ଏହା ଭଗବାନଙ୍କ ଇଚ୍ଛା|ଆମେ ଆଶାକରୁ ତାଙ୍କର ଦାମ୍ପତ୍ୟ ଜୀଵନ ସୁଖମୟ ହେଉ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *