ବିନା ଡ୍ରାଇଭରରେ ଚାଲୁଥିଲା ଗାଡି, ବ୍ୟକ୍ତି ଜଣକ ପ୍ରଥମେ ରୋକିବାକୁ ଚେଷ୍ଟା କଲେ, କିନ୍ତୁ ତା’ପରେ ଭୟରେ ଦୌଡ଼ି ପଳାଇଲା,ଦେଖନ୍ତୁ ଭିଡ଼ିଓ

ବିଜନେସମ୍ୟାନ ହର୍ଷ ଗୋଏଙ୍କା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ଥାନ୍ତି | ସେ ମଜାଳିଆ ଟ୍ୱିଟ ଏବଂ ଜୋକ୍ସ ସେୟାର କରି ନିଜ ଫୋଲର୍ସଙ୍କୁ ମନୋରଞ୍ଜନ କରନ୍ତି | ନିକଟରେ ସେ ଗୋଟିଏ ଭିଡିଓ ସେୟାର କରିଛନ୍ତି, ଯାହା ଖୁବ ଦ୍ରୁତ ଗତିରେ ଭାଇରାଲ ହେଉଛି | ଏହି ଭିଡିଓ ଦେଖିବାକୁ ବହୁତ ମଜାଳିଆ ଲାଗୁଛି ଏବଂ ଏହି ଭିଡିଓକୁ ଦେଖିବା ପରେ ଆମେ ସମସ୍ତଙ୍କୁ ଏକ ଶିକ୍ଷା ମଧ୍ୟ ମିଳିଥାଏ | ଏହି ଭିଡିଓରେ ଜଣେ ବ୍ୟକ୍ତି ଡ୍ରାଇଭର ବିନା ଚାଲୁଥିବା ଗୋଟିଏ ଗାଡିକୁ ରୋକିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ପରେ ତାଙ୍କ ସହ ଏପରି କିଛି ହୋଇଗଲା, ଯେଉଁଥିପାଇଁ ସେ ଡରିଯାଇ ସେଠାରୁ ପଳାଇ ଯାଇ ଠିଆ ହେଲେ |

ଦେଖନ୍ତୁ ଭିଡିଓ :-

ହର୍ଷ ଗୋଏଙ୍କା ଏହି ଭିଡିଓକୁ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ବେଳେବେଳେ ଆମେ ଭଲ କରିବାକୁ ଚାହିଁଥାଉ କିନ୍ତୁ …’ | ଭିଡିଓରେ ଆପଣ ଦେଖିପାରିବେ ଯେ ଜଣେ ବ୍ୟକ୍ତି ଆସୁଛନ୍ତି ଏବଂ ତାଙ୍କର ନଜର ଗୋଟିଏ ଗାଡି ଉପରେ ପଡୁଛି, ସେ ଦେଖୁଛନ୍ତି ଯେ ସେହି ଗାଡି ବିନା ଡ୍ରାଇଭରରେ ଚାଲୁଛି | ବ୍ୟକ୍ତି ଜଣକ ପ୍ରଥମେ ଗାଡିଟିକୁ ରୋକିବାକୁ ତ ନିଜେ ଚେଷ୍ଟା କରନ୍ତି, ତା’ପରେ ସେ ଗାଡିର ଆଗ ଟାୟାର ତଳେ ପଥର ଦେଇ ତାକୁ ରୋକିଲେ ଏବଂ ତା’ପରେ ସେ ସେଠାରୁ ଯିବାକୁ ଲାଗନ୍ତି | କିନ୍ତୁ ସେ ଆଗକୁ ଯାଇ ଯେତେବେଳେ ତାଙ୍କର ନଜର ଗାଡିର ପଛପଟରେ ପଡେ, ସେତେବେଳେ ସେ ଦେଖନ୍ତି ଯେ କିଛି ଲୋକ ପଛରୁ ଗାଡିକୁ ଠେଲି ଦେଉଛନ୍ତି | ଏହା ଦେଖି ସେ ଡରିଯାଇ ସେଠାରୁ ପଳାଇଯାଇ ଠିଆ ହୁଅନ୍ତି |

ଭିଡିଓଟି ବହୁତ ମଜାଳିଆ ଅଟେ, କିନ୍ତୁ ଆପଣ ଏହା ଦେଖି ନିଶ୍ଚୟ ବୁଝିପାରିଥିବେ ଯେ ଅନେକ ଥର ଆମେ କିଛି ଭଲ କରିବାକୁ ଯାଉ, କିନ୍ତୁ ଆମ ସହିତ ହିଁ ଖରାପ ହୋଇଯାଏ | ଭିଡିଓକୁ ସୋସିଆଲ ମିଡିଆରେ ବର୍ତ୍ତମାନ ସୁଦ୍ଧା ୧୯ ହଜାରରୁ ଅଧିକ ଥର ଦେଖାଗଲାଣି ଏବଂ ଲୋକମାନେ ଏହା ଉପରେ ମଜାଳିଆ କମେଣ୍ଟ ମଧ୍ୟ କରୁଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *