ଭାରତ ବନାମ ଇଂଲଣ୍ଡ: ନୂଆ ମୈଦାନ, ନୂଆ ଫର୍ମାଟ,ଜାଣନ୍ତୁ କେବେ ଓ କେଉଁଠାରେ ଖେଳାଯିବ ପ୍ରଥମ ଦିନିକିଆ ମ୍ୟାଚ !

କେବେ ହେବ ମ୍ୟାଚ ? :-

ଏକଦିବସୀୟ ଶୃଙ୍ଖଳାର ପ୍ରଥମ ମୁକାବିଲା ମାର୍ଚ୍ଚ 23 ମଙ୍ଗଳବାର ଦିନ ଖେଳାଯିବ । ଜୁନ 2019 ପରେ ଏହା ଉଭୟ ଦଳପାଇଁ ପ୍ରଥମ ମୌକା ହେବ ଦିନିକିଆ ଖେଳିବାକୁ । ଏହାପୂର୍ବରୁ ବିଶ୍ୱକପରେ ଇଂଲଣ୍ଡ ଭାରତକୁ 35 ରନରେ ହରାଇଥିଲା ।

କେଉଁଠାରେ ହେବ ମ୍ୟାଚ ? :-

ଟେଷ୍ଟ ଓ t-20 ପରେ ଦିନିକିଆ ମ୍ୟାଚ ମହାରାଷ୍ଟ୍ରର ପୁନେ ଷ୍ଟାଡିୟମରେ ଖେଳାଯିବ । ଉଭୟ ଦଳ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନରେ ପରସ୍ପର ମଧ୍ୟରେ ଭେଟ ହେବେ ।

କେଉଁ ସମୟରେ ହେବ ଉଭୟ ଦଳ ମଧ୍ୟରେ ମ୍ୟାଚ ? :-

ଏହି ଦିବାରାତ୍ର ମ୍ୟାଚ ଭାରତୀୟ ସମୟାନୁସାରେ 1.30 ରେ ଖେଳାଯିବ । କରୋନା ବଢିବା ମାମଲାକୁ ଆଖି ଆଗରେ ରଖି ଷ୍ଟାଡିୟମରେ କୌଣସି ଦର୍ଶକ ଉପସ୍ଥିତ ରହିବେନାହିଁ । ବିନା ଦର୍ଶକରେ ଏହି ମ୍ୟାଚ ଖେଳାଯିବ ।

କେଉଁ ଚ୍ୟାନେଲରେ ହେବ ପ୍ରସାରଣ :-

ଭାରତୀୟ ମାଟିରେ ହେବାକୁ ଥିବା ସମସ୍ତ ମ୍ୟାଚର ପ୍ରସାରଣ ଷ୍ଟାର ନେଟୱର୍କ ପାଖରେ ରହିଛି । ମ୍ୟାଚର ସିଧା ପ୍ରସାରଣ ଷ୍ଟାର ସ୍ପୋର୍ଟସ 1 HD/SD ଓ ଷ୍ଟାର ସ୍ପୋର୍ଟସ 3 ରେ ଉଭୟ ହିନ୍ଦୀ ଓ ଇଂରାଜୀ ଭାଷାରେ ପ୍ରସାରଣ କରାଯିବ ।

ଅନଲାଇନରେ ମଧ୍ୟ ଦେଖିପାରିବେ ମ୍ୟାଚ :-

ଡିଜିଟାଲ ପ୍ଲାଟଫର୍ମ ଡିଜନି ହଟଷ୍ଟାରରେ ଆପଣ ମ୍ୟାଚ ଦେଖିପାରିବେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *