ମ-ଦ କମ୍ପାନୀରେ ନିଯୁକ୍ତି : ବାଛନ୍ତୁ ମନ ପସନ୍ଦର ଚାକିରୀ , ଆଉ ପାଆନ୍ତୁ ୭ ଲକ୍ଷ ଟଙ୍କା ପ୍ରତି ମାସରେ ଦରମା,ରହିବା ମଧ୍ୟ ମାଗଣା,ଜାଣନ୍ତୁ ପୁରା ଖବର

ମ-ଦ ତିଆରି କରୁଥିବା ଏକ କମ୍ପାନୀ ୭ ଲକ୍ଷ ୨୪ ହଜାର ଟଙ୍କା ପ୍ରତିମାସରେ ଚାକିରି ଅଫର କରୁଛି | ଏକାଠି କାମ କରୁଥିବା ବ୍ୟକ୍ତିଙ୍କୁ ଭଡା-ମୁକ୍ତ ଘର ଦିଆଯିବ | ଏହି ଚାକିରି ଏକ ବର୍ଷ ପାଇଁ ହେବ | ଆସନ୍ତୁ ଜାଣିବା ଏହି ଚାକିରୀ ବିଷୟରେ ଅଧିକ କିଛି ବିଶେଷ କଥା …

୭ ଲକ୍ଷ ୨୪ ହଜାର ଟଙ୍କା ପ୍ରତିମାସରେ ଚାକିରୀ ଦେଉଥିବା ଏହି ମଦ କମ୍ପାନୀ ଆମେରିକାର ଅଟେ | କମ୍ପାନୀର ନାମ Murphy-Goode Winery ଅଟେ | କମ୍ପାନୀ କାଲିଫର୍ଣ୍ଣିଆର ସୋନୋମାରେ ଅବସ୍ଥିତ ନିଜର ଫ୍ୟାକ୍ଟ୍ରି ପାଇଁ ଏହି ଜବ ଅଫର କରୁଛି | ବିଶେଷ କଥା ହେଉଛି ଯେ ଯେଉଁ ବ୍ୟକ୍ତିକୁ ଚାକିରି ମିଳିବ, ତାଙ୍କୁ ବାଇନରୀରେ ନିଜ ପସନ୍ଦର କାମ ଦିଆଯିବ |

ସିଏନ୍ଏନ ରିପୋର୍ଟ ଅନୁଯାୟୀ, ଚାକିରି ପାଇଥିବା ବ୍ୟକ୍ତିକୁ ନିଜର ଉତ୍ସାହକୁ ପ୍ରକାଶ କରିବାର ସୁଯୋଗ ମିଳିବ | ପ୍ରଥମେ କିଛି ମାସ ପର୍ଯ୍ୟନ୍ତ ବ୍ୟକ୍ତିଙ୍କୁ ବାଇନରୀରେ ଅଲଗା ଅଲଗା କାମ କରିବାକୁ ପଡିବ ଏବଂ ଏହା ପରେ ତାଙ୍କୁ ନିଜର ଦକ୍ଷତାକୁ ଆଧାର କରି କାମ ବାଛିବାକୁ ସୁଯୋଗ ମିଳିବ |

ଚାକିରୀ କରୁଥିବା ବ୍ୟକ୍ତିଙ୍କୁ ମ-ଦ ଫ୍ୟାକ୍ଟ୍ରିରେ ବିଭିନ୍ନ କାର୍ଯ୍ୟ ବିଷୟରେ ସୂଚନା ହାସଲ କରିବାକୁ ପଡିବ ଏବଂ ଇ-ବାଣିଜ୍ୟ ବିଷୟରେ ମଧ୍ୟ ଶିଖିବାକୁ ପଡିବ | ବ୍ୟକ୍ତିଙ୍କୁ ଅଲଗା ଅଲଗା ଟିମ ସହିତ କମ୍ୟୁନିକେସନ କରିବାକୁ ପଡିବ |

ଆମେରିକୀୟ କମ୍ପାନୀ Murphy-Goode Winery ୧୯୮୫ ମସିହାରେ ପ୍ରତିଷ୍ଠିତ ହୋଇଥିଲା | ପ୍ରଥମ ଥର କମ୍ପାନୀ ୨୦୦୯ ମସିହାରେ ଏହି ପ୍ରକାରର ଜବ ଅଫର କରିଥିଲା | ସେତେବେଳେ କ୍ୟାଣ୍ଡିଡେଟଠାରୁ ନିଜର କାମକୁ ସୋସିଆଲ ମିଡିଆରେ ପ୍ରମୋଟ କରିବାପାଇଁ କୁହାଯାଇଥିଲା | କମ୍ପାନୀର ସାମ୍ପ୍ରତିକ ଆହ୍ୱାନକୁ ଦୃଷ୍ଟିରେ ରଖି ପୁଣିଥରେ ଏହି ଜବକୁ ପ୍ରଦାନ କରାଯାଇଛି |

ଆବେଦନ କରୁଥିବା ବ୍ୟକ୍ତିଙ୍କ ବୟସ ୨୧ ବର୍ଷ କିମ୍ବା ତା’ଠାରୁ ହେବା ଉଚିତ ଏବଂ ଆମେରିକାରେ କାମ କରିବାପାଇଁ ତା’ପାଖରେ ଅନୁମୋଦନ ରହିବା ମଧ୍ୟ ଆବଶ୍ୟକ | କ୍ୟାଣ୍ଡିଡେଟ ଏହି ଚାକିରୀ କାହିଁକି କରିବାକୁ ଚାହୁଁଛନ୍ତି, ଏହା କହି ତାଙ୍କୁ ଭିଡିଓ ରିଜ୍ୟୁମ ପଠାଇବାକୁ ପଡିବ | ରୋଲ ଭାଲ୍ୟୁ,କ୍ରିଏଟିଭିଟି ,ଡିଜାଇନ, ସ୍କିଲ ଏବଂ ଅଭିଜ୍ଞତା ଆଧାରରେ କ୍ୟାଣ୍ଡିଡେଟ ଚୟନ କରାଯିବ | ଆବେଦନ କରିବାର ଶେଷ ତାରିଖ ଜୁନ ୩୦ ତାରିଖ ଅଟେ | ଅଧିକ ସୂଚନା କମ୍ପାନୀର ୱେବସାଇଟରୁ ନେଇପାରିବେ |

Leave a Reply

Your email address will not be published. Required fields are marked *