ଆଇପିଏଲ ୨୦୨୧: ଆଇପିଏଲ ଇତିହାସରେ ସବୁଠାରୁ ଅଧିକ ଛକା ମାରିବାର ଟପ ୫ ଖେଳାଳୀ, ୩୪୯ଟି ଛକା ମାରି ପ୍ରଥମ ସ୍ଥାନରେ ଅଛନ୍ତି ଗେଲ,ଜାଣନ୍ତୁ କେଉଁ କେଉଁ ଖେଳାଳୀ ସବୁ ଲିଷ୍ଟରେ ଅଛନ୍ତି !

ଆଇପିଏଲର 14ତମ ସଂସ୍କରଣ ବହୁତ ଜଲଦି ଆରମ୍ଭ ହେବାକୁ ଯାଉଛି । ଆଇପିଏଲର ପ୍ରତ୍ୟେକ ମ୍ୟାଚରେ ଖେଳାଳିମାନେ ଚୌକା ଓ ଛକା ବର୍ଷା କରିଥାନ୍ତି । ଯାହାକୁ ଦେଖି ଦର୍ଶକଙ୍କ ରୋମାଞ୍ଚ ଆହୁରି ବଢିଯାଇଥାଏ । କ୍ରିକେଟର ଏହି ଛୋଟ ପ୍ଲାଟଫର୍ମରେ ପ୍ରତ୍ୟେକ ଖେଳାଳି ଚାହିଁଥାଏ ଦ୍ରୁତ ରନ ବନାଇବାକୁ, ଆଜି ଆମେ ଆଇପିଏଲ ଇତିହାସର ସେହି ଧୁରନ୍ଧର ଖେଳାଳି ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯିଏକି ଆଇପିଏଲରେ ସର୍ବାଧିକ ଛକା ମାରିବାର ଲିଷ୍ଟରେ ରହିଛନ୍ତି ।

କ୍ରିସ ଗେଲ :-

ଆଇପିଏଲ ଇତିହାସରେ ସର୍ବାଧିକ ଛକା ମାରିବାର ଖେଳାଳି ହେଉଛନ୍ତି ୱେଷ୍ଟଇଣ୍ଡିଜ ଷ୍ଟାର ଖେଳାଳି କ୍ରିସ ଗେଲ । କ୍ରିସ ଗେଲ ଜଣେ ଡେଙ୍ଗା ଓ ଲମ୍ବା ଖେଳାଳି ହୋଇଥିବାରୁ ନିଜର ଉଚ୍ଚତାକୁ ଭଲ ଭାବରେ ବ୍ୟବହାର କରିଥାନ୍ତି । ସେ 132ଟି ଆଇପିଏଲ ମ୍ୟାଚରୁ 349ଟି ଛକା ମାରି ସାରିଛନ୍ତି । ସେ ଆଇପିଏଲରେ 6ଟି ସେଞ୍ଚୁରୀ ମଧ୍ୟ ମାରିଛନ୍ତି ।

ଏବି ଡିଭିଲିୟର୍ସ :-

ଆଇପିଏଲରେ ସର୍ବାଧିକ ଛକା ମାରିବାରେ ଦ୍ଵିତୀୟ ନମ୍ବର୍ ସ୍ଥାନରେ ରହିଛନ୍ତି ଏବି ଡିଭିଲିୟର୍ସ । Mr 360 ନାମରେ ପରିଚିତ ଏହି ଖେଳାଳି ଯେତେବେଳେ ପଡ଼ିଆକୁ ଓହ୍ଲାଇଥାଏ ସେତେବେଳେ ମୈଦାନର ପ୍ରତ୍ୟେକ ଆଡ଼କୁ ଚୌକା ଛକା ମାରିଥାଏ । ଡିଭିଲିୟର୍ସ 169 ମ୍ୟାଚରୁ 235 ଛକା ମରିସାରିଛନ୍ତି । ଏହାସହ ସେ ତିନୋଟି ସେଞ୍ଚୁରୀ ମଧ୍ୟ ମାରିଛନ୍ତି। ସେ ଆଇପିଏଲରେ ମୋଟ 4849 ରନ କରିଛନ୍ତି।

ମହେନ୍ଦ୍ର ସିଂହ ଧୋନୀ :-

ହେଲିକ୍ୟାପ୍ଟର ଶର୍ଟ ମାରିବାରେ ମାହୀର ଧୋନୀ ମଧ୍ୟ ଛକା ମାରିବା ଲିଷ୍ଟରେ ତୃତୀୟରେ ରହିଛନ୍ତି । ଧୋନୀ 204 ଆଇପିଏଲ ମ୍ୟାଚରେ 216 ଟି ଛକା ମାରିଛନ୍ତି । ଆଇପିଏଲରେ ତାଙ୍କର ମୋଟ ରନ ସଂଖ୍ୟା 4632 ଅଟେ ।

ରୋହିତ ଶର୍ମା :-

ଆଇପିଏଲରେ ବର୍ତ୍ତମାନ ସର୍ବାଧିକ ଛକା ମାରିବାର ଲିଷ୍ଟରେ ହିଟମ୍ୟାନ ରୋହିତ ଶର୍ମା ଚତୁର୍ଥ ସ୍ଥାନରେ ରହିଛନ୍ତି । ସେ 200 ଆଇପିଏଲ ମ୍ୟାଚରୁ ମୋଟ 213 ଟି ଛକା ମାରିଛନ୍ତି । ଏଥିସହ ଆଇପିଏଲରେ 5230 ରନ ମଧ୍ୟ କରିଛନ୍ତି ।

ବିରାଟ କୋହଲି :-

ବିରାଟ କୋହଲି ଏହି ଲିଷ୍ଟରେ ପଞ୍ଚମ ସ୍ଥାନରେ ରହିଛନ୍ତି । ବିରାଟ କୋହଲି 192 ଆଇପିଏଲ ମ୍ୟାଚରୁ 201 ଟି ଛକା ମାରିଛନ୍ତି । ଏଥିସହ ସେ 5878 ମଧ୍ୟ ଆଇପିଏଲରେ କରିସାରିଛନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *