ଗୁରୁତ୍ୱପୂର୍ଣ୍ଣ ଖବର : ଆସନ୍ତା ମାସରୁ ରଦ୍ଦ ହୋଇପାରେ ଆପଣଙ୍କର ପ୍ୟାନ କାର୍ଡ,ତେଣୁ ଆଜି ହିଁ କରାଇ ନିଅନ୍ତୁ ଏହି କାମ,ଜାଣନ୍ତୁ ସମ୍ପୂର୍ଣ ସୂଚନା

ଆୟକର ବିଭାଗ ସମସ୍ତ ପ୍ୟାନ କାର୍ଡକୁ ଆଧାର ସହିତ ଲିଙ୍କ କରିବା ବାଧ୍ୟତାମୂଳକ କରିଦେଇଛି | ଏଥିପାଇଁ ଯଦି ଆପଣ ଏପର୍ଯ୍ୟନ୍ତ ଆପଣଙ୍କର ପ୍ୟାନ କାର୍ଡକୁ ଆଧାର ସହିତ ଲିଙ୍କ କରିନାହାଁନ୍ତି, ତେବେ ଆଲର୍ଟ ହୋଇଯାନ୍ତୁ | ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସ (CBDT) ପରମାନେଣ୍ଟ ଆକାଉଣ୍ଟ ନମ୍ବର (PAN) ଏବଂ ଆଧାର ଲିଙ୍କ ପାଇଁ ଶେଷ ତାରିଖ ମାର୍ଚ୍ଚ ୩୧,୨୦୨୧ ସ୍ଥିର କରିଛି, ଅର୍ଥାତ ଏଥିପାଇଁ ମାତ୍ର ୧୦ ଦିନ ହିଁ ବାକି ଅଛି | ଯଦି ଆପଣ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଏହି କାମ କରିବେନାହିଁ, ତେବେ ଆପଣଙ୍କର ପ୍ୟାନ କାର୍ଡ ବେକାର ହୋଇପାରେ | ଏଭଳି ପରିସ୍ଥିତିରେ ଆପଣଙ୍କ ଉପରେ ଆୟକର ଆଇନର ଧାରା ୨୭୨ ବି ଅନୁଯାୟୀ ୧୦,୦୦୦ ଟଙ୍କାର ଜୋରିମାନା ମଧ୍ୟ କରାଯାଇପାରେ | ତେଣୁ ସମସ୍ତ ପ୍ୟାନ କାର୍ଡଧାରୀମାନଙ୍କୁ ଷ୍ଟେଟସକୁ ଯାଞ୍ଚ କରି ଆଧାର ସହିତ ଖୁବଶୀଘ୍ର ଲିଙ୍କ କରାଇବା ଉଚିତ | ସର୍ବପ୍ରଥମେ ଆପଣଙ୍କୁ ଏହା ଜାଣିବାକୁ ପଡିବ ଯେ ଆପଣଙ୍କର ପ୍ୟାନ କାର୍ଡ ଆଧାର ସହିତ ଲିଙ୍କ ହୋଇଛି କି ନାହିଁ |

ଆୟକର ବିଭାଗର ୱେବସାଇଟରେ ଚେକ କରନ୍ତୁ ଷ୍ଟେଟସ :-

– ସର୍ବପ୍ରଥମେ ଆୟକର ବିଭାଗର ଅଫିସିଆଲ ୱେବସାଇଟ www.incometaxindiaefiling.gov.in କୁ ଯାଆନ୍ତୁ |

– ଏଠାରେ ବାମ ପାର୍ଶ୍ୱରେ ଲେଖାଯାଇଥିବା କ୍ୱିକ ଲିଙ୍କ ବିକଳ୍ପର ଲିଙ୍କ ଆଧାର ଉପରେ କ୍ଲିକ କରନ୍ତୁ |

– ନୂତନ ଭାବେ ଖୋଲାଯାଇଥିବା ପେଜ ଉପରେ ହାଇପରଲିଙ୍କ ଥିବ, ଯେଉଁଠାରେ ପୂର୍ବରୁ ହିଁ ଆଧାର ଲିଙ୍କର ଆବେଦନ ବିଷୟରେ ସୂଚନା ଥିବ |

– ଏହି ହାଇପରଲିଙ୍କ ଉପରେ କ୍ଲିକ କରି ଆପଣଙ୍କୁ ପ୍ୟାନ ଏବଂ ଆଧାରର ଡିଟେଲ ପୂରଣ କରିବାକୁ ପଡିବ |

– ଏହା ପରେ ଭ୍ୟୁ ଲିଙ୍କ ଆଧାର ଷ୍ଟେଟସ ଉପରେ କ୍ଲିକ କରନ୍ତୁ | ଆପଣଙ୍କୁ ଜଣାପଡ଼ିଯିବ ଯେ ଆପଣଙ୍କର ଆଧାର ଏବଂ ପ୍ୟାନ ଲିଙ୍କ ହୋଇଛି କି ନାହିଁ |

ପରବର୍ତ୍ତୀ ସ୍ଲାଇଡରେ ଜାଣିବା ଆଧାର କାର୍ଡକୁ ପ୍ୟାନ କାର୍ଡ ସହିତ ଲିଙ୍କ କରିବାର ପ୍ରକ୍ରିୟା :-

SMS ମାଧ୍ୟମରେ :-

– ଆପଣଙ୍କ ଫୋନରେ କ୍ୟାପିଟାଲ ଲେଟରରେ IDPN ଟାଇପ କରନ୍ତୁ, ତା’ପରେ ସ୍ପେସ ଦେଇ ଆଧାର ନମ୍ବର ଏବଂ ପ୍ୟାନ ନମ୍ବର ଲେଖନ୍ତୁ |

– ଏହି ମେସେଜକୁ 567678 କିମ୍ବା 56161 ରେ ପଠାଇଦିଅନ୍ତୁ |

– ଏହା ପରେ ଆୟକର ବିଭାଗ ଉଭୟ ଡକ୍ୟୁମେଣ୍ଟକୁ ଲିଙ୍କ କରିବାର ପ୍ରକ୍ରିୟା ଆରମ୍ଭ କରିଦେବ |

ଅନଲାଇନରେ ମଧ୍ୟ ସହଜ ଉପାୟ :-

– ଆୟକର ବିଭାଗର ଅଫିସିଆଲ ୱେବସାଇଟରେ ବାମ ପାର୍ଶ୍ୱରେ ଥିବା କ୍ୱିକ ଲିଙ୍କ ବିକଳ୍ପରେ ଥିବା ଲିଙ୍କ ଆଧାର ଉପରେ କ୍ଲିକ କରନ୍ତୁ |

– ଯଦି ଆପଣଙ୍କର ଆକାଉଣ୍ଟ ହୋଇନାହିଁ, ତେବେ ପ୍ରଥମେ ରେଜିଷ୍ଟ୍ରେସନ କରନ୍ତୁ | ଏଠାରେ ଆପଣଙ୍କୁ ପ୍ୟାନ, ଆଧାର ନମ୍ବର ଏବଂ ନାମ ପୂରଣ କରିବାକୁ ପଡିବ, ଯାହାର OTP ସମ୍ପୃକ୍ତ ମୋବାଇଲ ନମ୍ବରରେ ଆସିବ |

– OTP ପୂରଣ କରିବାପରେ ଆପଣଙ୍କର ଆଧାର ଏବଂ ପ୍ୟାନ ଲିଙ୍କ ହୋଇଯିବ |

ଜାଣନ୍ତୁ ଆପଣଙ୍କୁ କେତେ ଟଙ୍କା ଜୋରିମାନା ଦେବାକୁ ପଡିବ :-

ଏହି ପରିସ୍ଥିତିରେ ଦେବାକୁ ପଡେ ଜୋରିମାନା :-

ଇନକମ ଟ୍ୟାକ୍ସ ଆକ୍ଟ ୧୯୬୧ ର ସେକ୍ସନ 272B ଅନୁଯାୟୀ ଇନଅପରେଟିଭ ପ୍ୟାନ କାର୍ଡର ବ୍ୟବହାର କଲେ ୧୦,୦୦୦ ଟଙ୍କା ଜୋରିମାନା କରାଯିବାର ବ୍ୟବସ୍ଥା ମଧ୍ୟ ରହିଛି | ଟ୍ୟାକ୍ସ ଏବଂ ଇନଭେଷ୍ଟମେଣ୍ଟ ଏକ୍ସପୋର୍ଟ ବଲୱନ୍ତ ଜୈନ କହିଛନ୍ତି ଯେ ପ୍ୟାନ କାର୍ଡ ସହିତ ଜଡିତ ଭୁଲ ତଥ୍ୟ ଦେବା ଉପରେ ମଧ୍ୟ ୧୦,୦୦୦ ଟଙ୍କା ଜୋରିମାନା ପାଇଁ ବ୍ୟବସ୍ଥା ରହିଛି | ଏହାସହିତ ଏହିପରି କାରବାରରେ, ଯେଉଁଥିରେ ପ୍ୟାନ କାର୍ଡ ସମ୍ବନ୍ଧୀୟ ସୂଚନା ପୂରଣ କରିବା ବାଧ୍ୟତାମୂଳକ ଅଟେ, ସେଠାରେ ପ୍ୟାନ କାର୍ଡର ବିବରଣୀ ନ ଦେଲେ ମଧ୍ୟ ଆପଣଙ୍କୁ ଜୋରିମାନା ଦେବାକୁ ପଡିପାରେ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *