ଅଧା କୁକୁର-ଅଧା ବାଘ : ୮୫ ବର୍ଷ ପୂର୍ବେ ବିଲୁପ୍ତ ହୋଇଥିବା ଜୀବ ନଜରକୁ ଆସିଲା ! ଜାଣନ୍ତୁ ଏହି ଜୀବ ବିଷୟରେ

କୌଣସି ଜୀବ ଯଦି ପୃଥିବୀଡ଼ରୁ ଲୋପ ପାଇଯାଏ ତେବେ ସେ ପୁଣିଥରେ କିପରି ଦେଖାଯାଇପାରିବ? ଆଶ୍ଚର୍ଯ୍ୟର କଥା ହେଉଛିକି ଅଷ୍ଟ୍ରେଲିଆର ତସ୍ମାନିୟାରେ ଲୋକମାନେ ଏମିତି ଜୀବକୁ ଦେଖିଛନ୍ତି ବୋଲି ସୂଚନା ଦେଇଛନ୍ତି। ଯିଏକି ୮୫ ବର୍ଷ ପୂର୍ବେ ବିଲୁପ୍ତ ହୋଇସାରିଛନ୍ତି। ଏହା ଦେଖିବାକୁ ଅଧା କୁକୁର ଭଳି ଓ ଅଧା ବାଘ ପରି। ଏହି ଜୀବକୁ ତସ୍ମାନିୟା ଟାଇଗର କୁହନ୍ତି। ଆସନ୍ତୁ ଜାଣିବା ୮ଦଶକ ପୂର୍ବେ ଲୋପ ପାଇଯାଇଥିବା ଜୀବ ପୁଣିଥରେ ଲୋକଙ୍କୁ କେଉଁଠାରେ ଦେଖାଗଲା?

ତସ୍ମାନିୟା ଟାଇଗର ସାଧାରଣତଃ ଅଷ୍ଟ୍ରେଲିଆ ଓ ତସ୍ମାନିୟା ଅଞ୍ଚଳରେ ଦେଖାଯାଇଥାଏ। କିନ୍ତୁ ଏହାକୁ ୧୯୩୬ରେ ବିଲୁପ୍ତ ବୋଲି ଘୋଷଣା କରିଦିଆଯାଇଥିଲା। ଅଷ୍ଟ୍ରେଲିଆର ଥାଇଲାସିନ ଅବେୟରନେସ ଗୃପର ପ୍ରେସିଡେନ୍ଟ ନୀଳ ବାଟର୍ସ ଖୁଲାସା କରିଥିଲେକି ସେ ତସ୍ମାନିୟା ଟାଇଗରର ଏକ ପରିବାରକୁ ଜଙ୍ଗଲରେ ଦେଖିଛନ୍ତି। ଏହାର ପ୍ରମାଣସ୍ୱରୂପ ତାଙ୍କ ପାଖରେ ଥିବା ଏକ ଫୋଟଗ୍ରାଫ ଅଟେ।

ନୀଲ ବାଟର୍ସ କୁହନ୍ତିକି ତାଙ୍କ ପାଖରେ ଚାରୋଟି ଫୋଟ ଅଛି ଯେଉଁଥିରେ ତସ୍ମାନିୟା ଟାଇଗରର ସମ୍ପୂର୍ଣ ପରିବାର ଅଛି। ଏଥିରେ କିଛି ପିଲା ମଧ୍ୟ ଅଛନ୍ତି। ଏହି ଖୁଲାସା ପରେ ବନ୍ୟଜୀବ ପ୍ରେମୀଙ୍କ ମଧ୍ୟରେ ଏକ ଖୁସିର ଲହର ଦେଖାଯାଇଛି। କିନ୍ତୁ କିଛି ଦିନ ପରେ ନୀଲ ବାଟର୍ସଙ୍କ ଫୋଟ ଭୁଲ ପ୍ରମାଣିତ ହୋଇଛି। ତାଙ୍କୁ କୁହାଗଲାକି ତାଙ୍କୁ ଚିହ୍ନିବାରେ ଭୁଲ ହୋଇଛି।

ମନୋବିଜ୍ଞାନୀମାନେ ଏହିପରି ମିଥ୍ୟାକୁ ପ୍ରଚାରର ଏକ ପଦ୍ଧତି ବୋଲି କହିଛନ୍ତି। ସେହିଭଳି ୨୦୦୫ରେ WWFର କ୍ୟାମେରାରେ ଏକ ରହସ୍ୟମୟ ଉଡୁଥିବା ଗୁଣ୍ଡୁଚିମୂଷା କଏଦ ହୋଇଥିଲା। ଇଣ୍ଡୋନେସିଆ ଜଙ୍ଗଲର ଏହି ଫୁଟେଜ ରେକର୍ଡ କରାଯାଇଥିଲା। ୨୦୦୭, ୨୦୧୧ ଏବଂ ୨୦୧୪ରେ ଟେକ୍ସାସରେ କେଶହୀନ କୁକୁର ଏବଂ ମାଙ୍କଡ଼ର ଭିଡିଓ ମଧ୍ୟ ଦେଖା ଯାଇଥିଲା। ଯାହାକୁ ଚୁପାକାବରାସ କୁହାଯାଉଥିଲା।

ଏହା ଅସମ୍ଭବଯେ ଯଦି କୌଣସି ଜୀବ ଅନେକ ଦଶନ୍ଧି ପୂର୍ବରୁ ମୃତ୍ୟୁ ହୋଇସାରିଛି, ତେବେ ସେ କିପରି ଦେଖାଯିବ। ୧୮୪୦ ମସିହାରୁ ନିଖୋଜ ଥିବା ବ୍ଲାକ-ବ୍ରୋଡ ବାବଲର ନାମକ ଏହି ଜୀବ ଇଣ୍ଡୋନେସିଆରେ ମିଳିଥିଲା। ଜଣେ ବ୍ୟକ୍ତି ତାଙ୍କର ଫଟୋ ଉଠାଇଲେ। ଅନୁସନ୍ଧାନ ପରେ ଜଣାପଡିଛିଯେ କେବଳ ୬ଟି ଜୀବ ବଞ୍ଚିଛନ୍ତି। ଯାହାକୁ ଏହି ବ୍ୟକ୍ତି ଦେଖିଲେ। ତସ୍ମାନିୟା ଟାଇଗରର ଚିତ୍ର ଅଛି। ତାଙ୍କର ଭିଡିଓ ମଧ୍ୟ ଅଛି। ସେମାନେ ମଧ୍ୟ ଲୋକଙ୍କ ସ୍ମୃତିରେ ଅଛନ୍ତି। କିନ୍ତୁ ତାଙ୍କ ଫେରିବା ଖବର ମିଥ୍ୟା ପ୍ରମାଣିତ ହେଉଛି।

କୁହାଯାଏକି ତସ୍ମାନିୟା ଟାଇଗର ୨୦ଲକ୍ଷ ବର୍ଷ ପୂର୍ବେ ପୃଥିବୀକୁ ଆସିଥିଲେ। କିନ୍ତୁ ଶେଷ ଜୀବିତ ଜୀବକୁ ତସ୍ମାନିୟାରେ ଦେଖାଯାଇଥିଲା। ଏହାପରେ ଏହି ଜୀବ କାହାରିକୁ ଦେଖାଯାଇନଥିଲା। କିଛି ଲୋକ ଏହାକୁ ତସ୍ମାନିୟା ବିଲୁଆ ମଧ୍ୟ କୁହନ୍ତି।

ବୟସ୍କ ତସ୍ମାନିୟା ଟାଇଗର ୩୯ ରୁ ୫୧ ଇଞ୍ଚ ଲମ୍ବା ହୋଇଥାନ୍ତି। ଓଜନ ୧୨ ରୁ ୨୨କିଲୋ ମଧ୍ୟରେ ହୋଇଥାଏ। ଏମାନଙ୍କର ଉଚ୍ଚତା ୨୦ ରୁ ୨୬ ଇଞ୍ଚ ହୋଇଥାଏ। ଏମାନଙ୍କର ଶରୀରର ଆଗ ଅଂଶ କୁକୁର ଭଳି ହୋଇଥାଏ। ଯେତେବେଳେକି ପଛ ଅଂଶ ବାଘ ପରି ହୋଇଥାଏ।

ତସ୍ମାନିୟା ଟାଇଗର ରାତିରେ ବୁଲନ୍ତି। ଏମାନେ ଗଛରେ ଥିବା ଗାତ, ବଡ ବସା ଆଦିରେ ନିଜର ପ୍ରସ୍ତୁତ କରନ୍ତି। ଏମାନଙ୍କୁ ବହୁତ ସକ୍ରିୟ ଓ ତତ୍ପର ଜୀବ ମଧ୍ୟରେ ଗଣନା କରାଯାଏ। ଏମାନଙ୍କୁ ଅଧିକ ଚାଷ କରୁଥିବା ଲୋକ ଡରିଥାନ୍ତି। ଏମାନେ ଆ-କ୍ର-ମ-ଣ କରି ଲୋକଙ୍କୁ ଆହତ କରିଦିଅନ୍ତି ଓ ଫସଲକୁ ନଷ୍ଟ କରିଦିଅନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *