ଆମୀର ଖାନଙ୍କ ଝିଅ ଇରା ଖାନ ବାହାର କଲେ ନିଯୁକ୍ତି,୨୫ ଜଣ ଲୋକ ଆବଶ୍ୟକ,ମାସକୁ ମିଳିବ ଏତେ ଟଙ୍କା ଦରମା,ଜାଣନ୍ତୁ ଆପଣଙ୍କୁ କଣ କରିବାକୁ ପଡିବ ?

ବଲିଉଡର ସୁପରଷ୍ଟାର ଆମୀର ଖାନଙ୍କ ଝିଅ ଇରା ଖାନ ମେଣ୍ଟାଲ ହେଲ୍ଥ ପ୍ରତି ସଚେତନତାକୁ ନେଇ ଏକ ବଡ଼ ପଦକ୍ଷେପ ନେଇଛନ୍ତି | ସେ ଲୋକଙ୍କ ପାଇଁ ଏକ ଜବ ଭ୍ୟାକେନ୍ସି ବାହାର କରିଛନ୍ତି | ସେ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଏ ବିଷୟରେ ସୂଚନା ଦେଇ କହିଛନ୍ତି ଯେ ମେଣ୍ଟାଲ ହେଲ୍ଥ ସାଇଟ ସଂଘର୍ଷ କରୁଥିବା ଲୋକଙ୍କର ସାହାଯ୍ୟ ପାଇଁ ଏହି କାମ କେବେଠାରୁ ଆରମ୍ଭ ହେବାକୁ ଯାଉଛି ଏବଂ କାମ କରିବାପାଇଁ ଆଗ୍ରହୀ କ୍ୟାଣ୍ଡିଡେଟ କେଉଁଠାରେ-କିପରି ଆବେଦନ କରିପାରିବେ |

ଇରା ଖାନ ନିଜ ପୋଷ୍ଟରେ ଲେଖିଛନ୍ତି – ‘ଟିମ ପାଇଁ ୨୫ ଜଣ ଇନ୍ଟର୍ଣ୍ଷଙ୍କର ଆବଶ୍ୟକ ରହିଛି | ୧ ମାସ ପାଇଁ ଇଣ୍ଟର୍ନସିପ ଅଛି | ଏଥିପାଇଁ ୫ ହଜାର ଟଙ୍କା ଲେଖାଏ ଦରମା ଦିଆଯିବ | ଯେଉଁ ଲୋକମାନେ ମେଣ୍ଟାଲ ହେଲ୍ଥ ସହିତ ଜଡିତ ସମସ୍ୟାକୁ ନେଇ ଲୋକଙ୍କୁ ସାହାଯ୍ୟ କରିବାକୁ ଚାହାଁନ୍ତି, ସେମାନଙ୍କୁ କଲ କରିବାକୁ ପଡିବ କିମ୍ବା ଇମେଲ ମଧ୍ୟ ପଠାଇ ପାରିବେ | ଦେଶର ଅଲଗା ଅଲଗା ରାଜ୍ୟରୁ ଇନ୍ଟର୍ଣ୍ଷ ଆବଶ୍ୟକ ଅଛି | ୮ ଘଣ୍ଟିଆ ସିଫ୍ଟ ହେବ, ଯାହାକି ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବ |’

ଏହି ପୋଷ୍ଟରେ ଇରା ଖାନ ଏକ ଇମେଲ ଅଡ୍ରେସ ମଧ୍ୟ ଲେଖିଛନ୍ତି | ସେ ଏପରି ଲୋକଙ୍କୁ ମଧ୍ୟ ଆବେଦନ ମାଗିଛନ୍ତି, ଯେଉଁ ଲୋକମାନେ ଏହି କାମକୁ ମାଗଣାରେ କରିବାକୁ ଇଚ୍ଛୁକ ଅଟନ୍ତି |

ଆପଣଙ୍କୁ କହିରଖୁଛି ଯେ ଇରା ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଅବସରରେ ନିଜର ଉଦାସୀନତାର ଅନୁଭୂତି ବିଷୟରେ କହିଥିଲେ |

ଇରା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ଥାନ୍ତି | ଏହି ବର୍ଷ ଫେବୃଆରୀ ୧୪ ରେ ଭାଲେଣ୍ଟାଇନ୍ସ ଡେ ଅବସରରେ ସେ ନୁପୁର ଶିଖାରେଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ | ନୁପୁର ଶିଖରେ ଇରା ଖାନଙ୍କ ଫିଟନେସ ଟ୍ରେନର ଅଟନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *