ଦମଦାର ଫର୍ମରେ ଥିଲେ ମଧ୍ୟ ସୂର୍ଯ୍ୟକୁମାର ଯାଦବଙ୍କୁ ପ୍ରଥମ ଦିନିକିଆ ମ୍ୟାଚରେ ମିଳିବ ନାହିଁ ସ୍ଥାନ । ପୂର୍ବ କ୍ରିକେଟରଙ୍କ ବଡ ବୟାନ,ଜାଣନ୍ତୁ କଣ ପାଇଁ ମିଳିବ ନାହିଁ ସ୍ଥାନ ?

ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ଭାରତର ପ୍ରଥମ ଦିନିକିଆ ମ୍ୟାଚରେ ଦଳ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ଖେଳିପାରିବେ ନାହିଁ ଏହିକଥା ପୂର୍ବ ଭାରତୀୟ କ୍ରିକେଟର ବିବିଏସ ଲକ୍ଷ୍ମଣ କହିଛନ୍ତି । କାରଣ ଦଳର କିଛି ଖେଳାଳି ରହିଛନ୍ତି ଯିଏକି ପ୍ରାରୂପରେ ଭଲ ପ୍ରଦର୍ଶନ କରିଆସୁଛନ୍ତି । ସୂର୍ଯ୍ୟକୁମାର ଏବେଏବେ ଇଂଲଣ୍ଡ ବିପକ୍ଷ t-20 ମ୍ୟାଚରେ ଡେବ୍ୟୁ କରିଥିଲେ ଓ ଦଳ ଇଂଲଣ୍ଡ ଠାରୁ 3-2 ରେ ସିରିଜ ଜିତିଥିଲା। ଏହି ସିରିଜରେ ଡାହାଣହାତୀ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କୁ ଡେବ୍ୟୁ କରିବାର ମୌକା ମିଳିଥିଲା । ସେ ମୋଟ ତିନୋଟି ମ୍ୟାଚ ଖେଳିଛନ୍ତି ଯଥାକ୍ରମେ 57 ଓ 32ରନ କରିଛନ୍ତି । ଦ୍ଵିତୀୟ t-20 ରେ ଡେବ୍ୟୁ କରିଥିବା ସମୟରେ ସେ ବ୍ୟାଟିଂ ପାଇଁ ମୌକା ପାଇନଥିଲେ ।

ଲକ୍ଷ୍ମଣ କହିଥିଲେ କି, ମୋତେ ବାସ୍ତବରେ ଲାଗୁନାହିଁ ସୂର୍ଯ୍ୟକୁମାର ଯାଦବଙ୍କୁ ଦଳରେ ସ୍ଥାନ ମିଳିବ କାରଣ ଭାରତୀୟ ଦଳରେ ଗଭୀରତା ରହିଛି, ଆପଣ ଦେଖିବେ ଦଳରେ ବହୁତ ଖେଳାଳି ରହିଛନ୍ତି ଯିଏକି ଭଲ ପ୍ରଦର୍ଶନ ସହିତ ଦଳକୁ ବିଜୟ କରାଇଛନ୍ତି ଓ ସେମାନେ ଏବେ ମଧ୍ୟ ଭଲ ଫର୍ମରେ ଅଛନ୍ତି ଓ ଦଳ ପାଇଁ ନିରାନ୍ତରତା ଦେଖାଉଛନ୍ତି । ଏମିତିରେ ସୂର୍ଯ୍ୟକୁମାରଙ୍କୁ ଦଳରେ ସ୍ଥାନ ମିଳିବା ମୁସ୍କିଲ ହୋଇଯିବ ।

ଯେତେବେଳେ ସୂର୍ଯ୍ୟକୁମାର ଯାଦବ ଓ ଶ୍ରେୟାସ ଆୟର ମଧ୍ୟରେ ଚୟନ କରାଯିବାକୁ କୁହାଗଲା ସେତେବେଳେ ପୂର୍ବ ବ୍ୟାଟ୍ସମ୍ୟାନ କହିଥିଲେ ଅତୀତରେ ଦେଖିବାକୁ ଗଲେ ଶ୍ରେୟାସ ଆୟର ରନ କରୁଛନ୍ତି ଓ ସେ 6 ନମ୍ବର୍ ପାଇଁ ଉପଯୁକ୍ତ । ଏହାପରେ ସେ କହିଥିଲେ, ସୂର୍ଯ୍ୟକୁମାର ଓ ଶ୍ରେୟାସ ଭିତରେ ଚୟନ କରିବା ବହୁତ ମୁସ୍କିଲ ଅଟେ, ମୋ କଥା ଅନୁଯାୟୀ ଦେଖିବାକୁ ଗଲେ ଶ୍ରେୟାସ ବିଲକୁଲ ବି ନିରାଶ କରିନାହାଁନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *