କ’ଣ ବିଶ୍ୱକପରେ ରୋହିତଙ୍କ ସହିତ ଓପନିଙ୍ଗ୍ କରିବେ ବିରାଟ କୋହଲି ? ରୋହିତ ଶର୍ମା ଦେଲେ ଏହା ଉପରେ ବଡ଼ ବୟାନ

ଭାରତୀୟ କ୍ରିକେଟ ଦଳର ଉପଅଧିନାୟକ ରୋହିତ ଶର୍ମାଂକ ମାନିବା ହେଲା ୨୦୨୧ ଟି-୨୦ ବିଶ୍ୱକପ ପାଇଁ ଏବେଠାରୁ ଦଳର ବ୍ୟାଟିଂ କ୍ରମ ସ୍ଥିର କରିବା ଜଳ୍ଦବାଜି ହେବ ଓ କ୍ୟାପଟେନ ଵିରାଟ କୋହଲିଙ୍କ ଇଂଲଣ୍ଡ ବିରୁଦ୍ଧରେ ଅନ୍ତିମ ଟି-୨୦ ମ୍ୟାଚରେ ଖେଳ ଆରମ୍ଭ କରିବା କେବଳ ଏକ ଋଣନିତୀ ଥିଲା|

ପଞ୍ଚମ ଟି-୨୦ରେ ଭାରତର ଵିଜୟ ପରେ କ୍ୟାପଟେନ ଵିରାଟ କୋହଲି କହିଛନ୍ତି ଯେ ସେ ଆଇପିଏଲ ୨୦୨୧ରେ ପାଳିର ଆରମ୍ଭ କରିବେ ଏବଂ ଏବର୍ଷ ଶେଷରେ ହେବାକୁଥିବା ଟି-୨୦ ବିଶ୍ୱକପରେ ଶୀର୍ଷକ୍ରମରେ ଖେଳିବାକୁ ଚାହିଁଵେ|

ରୋହିତ ଶନିବାର ଦିନ ଟି-୨୦ ସିରିଜ ଜିତିବା ପରେ କହିଛନ୍ତି ଯେ ଟି-୨୦ ବିଶ୍ୱକପ ପାଇଁ ବହୁତ ସମୟ ରହିଛି|ସେତେବେଳେ ବ୍ୟାଟିଂ କ୍ରମ କିପରି ହେବ ଏବେଠାରୁ ସ୍ଥିର କରିବା ଜଳ୍ଦବାଜି ହେବ ଏଥିପାଇଁ ବସିକି ସ୍ଥିର କରିବାକୁ ହେବ ଯାହା ଦଳ ପାଇଁ ଉପଯୁକ୍ତ|

ସେ କହିଛନ୍ତି ଆଜି କୋହଲିଙ୍କ ଓପନିଙ୍ଗ କେବଳ ଏକ ଋଣନୀତି ଥିଲା କାରଣ ଆମକୁ ଅତିରିକ୍ତ ବ୍ୟାଟ୍ସମ୍ୟାନ୍ ଦଳ ପାଇଁ ଆବଶ୍ୟକ ଥିଲା ଓ ଜଣେ ବ୍ୟାଟ୍ସମ୍ୟାନକୁ ଵାହାର କରିବାର ଥିଲା ଫଳରେ ଦୁର୍ଭାଗ୍ୟକୁ ରାହୁଲଙ୍କୁ ବାହାରେ ବସିବାକୁ ପଡିଲା ଯାହା କଠିନ ନିଷ୍ପତ୍ତି ହେଇଥିଲା|

ସେ କହିଛନ୍ତି ରାହୁଲ ସିମୀତ ଓଭର ଫର୍ମାଟରେ ପ୍ରମୁଖ ଖେଳାଳି ଅଟନ୍ତି|ବର୍ତ୍ତମାନ ଫର୍ମକୁ ଦେଖିକି ଇଂଲଣ୍ଡ ବିରୁଦ୍ଧରେ ଶ୍ରେଷ୍ଠ ପ୍ଲେୟିଙ୍ଗ ୧୧ ଓହ଼ଲାଇବାର ଥିଲା|ଏହା ନାହିଁ ଯେ ଭବିଷ୍ୟତରେ ତାଙ୍କର ନାମ ବିଚାରକୁ ନିଆଯିବନି|ଏହା କେବଳ ଗୋଟିଏ ମ୍ୟାଚ ପାଇଁ ଥିଲା|

ସିରିଜ ପୂର୍ବରୁ କୋହଲି କହିଥିଲେ ଯେ ସଲାମୀ ଯୋଡି ଭାବେ ରୋହିତ ଓ ରାହୁଲ ତାଙ୍କ ପସନ୍ଦ|ଏହି ବିଷୟରେ ରୋହିତ କହିଛନ୍ତି ଯେ ଆମ ଦୁହିଁଙ୍କ କ୍ଷମତା ଓ ଶୀର୍ଷକ୍ରମରେ ଯୋଗଦାନ ସେ ବୁଝିପାରନ୍ତି|ଏଥିପାଇଁ ମୁଁ କହୁନାହିଁ ଯେ ଆମେ ବିଶ୍ୱକପ ପାଇଁ ସଠିକ କ୍ରମ|ଵହୁତ ସମୟ ରହିଛି|ଏହା ମଧ୍ୟରେ ଆଇପିଏଲ ହେବ ଓ କିଛି ଟି-୨୦ ଅନ୍ତଃରାଷ୍ଟ୍ରୀୟ ମ୍ୟାଚ ହେବ|ଏଥିପାଇଁ ପର୍ଯ୍ୟାପ୍ତ ସମୟ ରହିଛି ଓ ଶ୍ରେଷ୍ଠ ପ୍ଲେୟିଙ୍ଗ ୧୧ ନିର୍ଣ୍ଣୟ ହେବ|

କୋହଲିଙ୍କ ସହ ସଦାବେଳେ ଓପନିଙ୍ଗ ବିଷୟରେ ସେ କହିଛନ୍ତି ସେହି ମ୍ୟାଚରେ ଆମର କ୍ରମ ଠିକ୍ ଥିଲା|ସବୁକିଛି ନିର୍ଭର କରେ କ୍ୟାପଟେନ କ’ଣ ଭାବୁଛନ୍ତି|

ଦ୍ରୁତଵୋଲର ଭୁବନେଶ୍ୱରଙ୍କ ପ୍ରତ୍ୟାବର୍ତ୍ତନ ଦଳ ପାଇଁ ଏକ ଖୁସି ଖବର|ସେ ନିର୍ଣ୍ଣାୟକ ମ୍ୟାଚରେ ଜୋସ ବଟଲର ଭଳି ଖତରନାକ୍ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରି ପଲା ଓଲଟାଇ ଦେଇଥିଲେ|ସେ କହିଛନ୍ତି ଭୁଵି ବହୁତ ସମୟ ପର୍ଯ୍ୟନ୍ତ ଦଳରେ ଅଛନ୍ତି ଓ ବାସ୍ତବରେ ସେ ଛୋଟ ଫର୍ମାଟରେ ଭଲ ପ୍ରଦର୍ଶନ କରିଛନ୍ତି|ସେ ମଧ୍ୟ ଏହିକ୍ରମରେ ପ୍ରମୁଖ ବୋଲର ଅଟନ୍ତି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *