ପ୍ରକୃତରେ କାହିଁକି ଟୀକା ନେବାପରେ ମଧ୍ୟ ଲୋକମାନେ କରୋନାରେ ହେଉଛନ୍ତି ସଂକ୍ରମିତ ? ଏହି ଆର୍ଟିକିଲ ମାଧ୍ୟମରେ ଜାଣନ୍ତୁ ସବୁକିଛି

କରୋନା ମହାମାରୀକୁ ଶେଷ କରିବାପାଇଁ ସାରା ବିଶ୍ୱରେ ଟୀକାକରଣ ଅଭିଯାନ ଜାରି ରହିଛି | ବ୍ଲୁମବର୍ଗ ଦ୍ୱାରା ଜାରି ଆକଳନ ଅନୁଯାୟୀ, ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୪୩ କୋଟିରୁ ଅଧିକ ଟିକା ଲଗାଗଲାଣି | ଆମେରିକାରେ ଯେଉଁଠାରେ ପ୍ରତିଦିନ ୨୦ ଲକ୍ଷରୁ ଅଧିକ ଲୋକଙ୍କୁ ଟୀକାକରଣ କରାଯାଉଛି, ସେହିପରି ଭାରତରେ ମଧ୍ୟ ପ୍ରାୟ ସମାନ ସଂଖ୍ୟା ଚାଲିଛି | ତଥାପି, ଟୀକାକରଣ ସତ୍ତ୍ୱେ ମଧ୍ୟ ସବୁଠାରୁ ବଡ ପ୍ରଶ୍ନ ଉଠିଛି ଯେ ପ୍ରକୃତରେ ଟୀକା ଲଗାଇବା ପରେ ମଧ୍ୟ ଲୋକମାନେ କିପରି କରୋନାରେ ସଂକ୍ରମିତ ହେଉଛନ୍ତି ? ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଟୀକାର ପ୍ରଥମ ଡୋଜ ନେଇଥିଲେ ଏବଂ ପରେ ସେ ସଂକ୍ରମିତ ହୋଇଗଲେ | ଭାରତରେ ମଧ୍ୟ ଏପରି ଅନେକ ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ଟିକା ନେବା ପରେ ମଧ୍ୟ ଲୋକମାନେ ସଂକ୍ରମିତ ହେଉଛନ୍ତି | ଆସନ୍ତୁ ଜାଣିବା ଏପରି କାହିଁକି ହେଉଛି …

ଯଥେଷ୍ଟ ନୁହେଁ ଟୀକାର କେବଳ ଗୋଟିଏ ଡୋଜ :-

ବିଶେଷଜ୍ଞମାନେ କହୁଛନ୍ତି ଯେ ଟୀକାର କେବଳ ଗୋଟିଏ ଡୋଜ କରୋନାଠାରୁ ବଞ୍ଚିବାପାଇଁ ଯଥେଷ୍ଟ ନୁହେଁ, ବରଂ ଦୁଇଟି ଡୋଜ ନେବାକୁ ପଡିବ | ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ, ଟିକାର ପ୍ରଥମ ଡୋଜ ନେବା ପରେ ୨୮ ରୁ ୪୨ ଦିନ ମଧ୍ୟରେ ଦ୍ୱିତୀୟ ଡୋଜ ନେଇପାରିବେ |

ଟୀକା ନେବା ପରେ ମଧ୍ୟ ସଂକ୍ରମଣ ହେବାର କାରଣ କ’ଣ ହୋଇପାରେ ?

ଅଲ ଇଣ୍ଡିଆ ରେଡିଓ ସହିତ ଏକ ବିଶେଷ ବାର୍ତ୍ତାଳାପରେ ମୁମ୍ବାଇର କିଙ୍ଗ ଏଡୱାର୍ଡ ମେମୋରିଆଲ ହସପିଟାଲର ଡିନ ଡକ୍ଟର ହେମନ୍ତ ଦେଶମୁଖ କହିଛନ୍ତି ଯେ ଯେତେବେଳେ ଟୀକା ଲଗାଯାଇଥାଏ, ସେତେବେଳେ ଦ୍ୱିତୀୟ ଡୋଜର ୧୫ ଦିନ ପରେ ଭାଇରସ ସହିତ ଲଢ଼ିବାକୁ ସକ୍ଷମ ହୋଇପାରେ | କିନ୍ତୁ ଟିକା ଦିଆଯିବା ପରେ ଲୋକମାନେ ଯଦି କରୋନା ରୋକିବାର ପଦକ୍ଷେପଗୁଡିକୁ ମାନନ୍ତି ନାହିଁ , ତେବେ ସେମାନେ ଭାଇରସ ଦ୍ୱାରା ସଂକ୍ରମିତ ହେବାର ସମ୍ଭାବନା ବଢିଯାଏ | ଏହାସହିତ ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ଟୀକା ନେବାପରେ କେହି ସଂକ୍ରମିତ ହୋଇଛନ୍ତି, ତା’ହେଲେ ତାଙ୍କ ଉପରେ ଭାଇରସର ଗମ୍ଭୀର ପ୍ରଭାବ ପଡିବ ନାହିଁ, କାରଣ ଶରୀର ଭିତରେ ସେହି ଭାଇରସ ସହିତ ଲଢ଼ିବା ପାଇଁ ଆଣ୍ଟିବଡି ଶୀଘ୍ର ସୃଷ୍ଟି ହେବାକୁ ଲାଗେ, ଏଥିପାଇଁ ବ୍ୟକ୍ତି ଗୁରୁତର ଭାବେ ଅସୁସ୍ଥ ହୁଅନ୍ତି ନାହିଁ |

ଟିକା ନେବା ପରେ କେଉଁ ପ୍ରକାରର ସତର୍କତା ଅବଲମ୍ବନ କରାଯିବା ଉଚିତ ?

ବିଶେଷଜ୍ଞମାନେ କହିଛନ୍ତି ଯେ ଯେଉଁ ଲୋକମାନଙ୍କୁ ଟୀକାକରଣ କରାଯାଇଛି ଏବଂ ଯେଉଁ ମାନଙ୍କୁ ଟୀକାକରଣ କରାଯାଇ ନାହିଁ, ସମସ୍ତଙ୍କୁ ସମାନ ନିୟମ ପାଳନ କରିବା ଆବଶ୍ୟକ ଅଟେ | ଡକ୍ଟର ହେମନ୍ତ ଦେଶମୁଖଙ୍କ ଅନୁଯାୟୀ, ଟିକା ନେବା ପରେ ମଧ୍ୟ ସମସ୍ତଙ୍କୁ ଏହି କଥାକୁ ଧ୍ୟାନ ଦେବାକୁ ପଡିବ ଯେ ମାସ୍କ ଲଗାଇବା, ହାତ ସଫା କରିବା ଏବଂ ସୁରକ୍ଷିତ ଶାରୀରିକ ଦୂରତା ଭଳି ନିୟମକୁ ସବୁବେଳେ ପାଳନ କରାଯିବା ଉଚିତ | ସେତେବେଳେ ହିଁ ଭାଇରସର ବିସ୍ତାରକୁ ରୋକାଯାଇ ପାରିବ ଏବଂ ଟୀକାକରଣ ମାଧ୍ୟମରେ ଏହି ମହାମାରୀକୁ ଶେଷ କରାଯାଇପାରିବ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *