ଦେଖନ୍ତୁ ଭିଡ଼ିଓ : ଆଇପିଏଲ ୨୦୨୧ ପୂର୍ବରୁ ଏମଏସ ଧୋନୀ ଦେଖାଇଲେ ନିଜର ରଙ୍ଗ, ଉଡାଇଲେ ୧୧୪ ମିଟରର ଛକା

ମହେନ୍ଦ୍ର ସିଂ ଧୋନୀଙ୍କୁ ଆଇପିଏଲରେ ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରେ ଗଣନା କରାଯାଏ। ଏହା ସହିତ ଦୁନିଆର ସର୍ବଶ୍ରେଷ୍ଠ ଫିନିଶର ମଧ୍ୟ କୁହାଯାଏ। ଏହାର କାରଣ ହେଉଛିକି ସେ ଶେଷରେ ନିଜର ବଡ ବଡ ସଟ ଖେଳି ମ୍ଯାଚର ରୂପ ବଦଳାଇ ଦିଅନ୍ତି। ଧୋନୀ ବର୍ତ୍ତମାନ ଅନ୍ତଃରାଷ୍ଟ୍ରୀ କ୍ରିକେଟରୁ ସନ୍ୟାସ ନେଇସାରିଛନ୍ତି କିନ୍ତୁ ବର୍ତ୍ତମାନ ଯେବେବି ସେ ନିଜର ବ୍ୟାଟ ଧରନ୍ତି ମନରେ ଡର ସୃଷ୍ଟି ହୋଇଯାଏ। ଆଇପିଏଲରେ ସେ ଖେଳୁଛନ୍ତି ଓ ସେ ବର୍ତ୍ତମାନ ଆସୁଥିବା ସିଜିନ ପାଇଁ ପ୍ରସ୍ତୁତି କରୁଛନ୍ତି।

ଧୋନୀ ଏହି ସମୟରେ ଚେନ୍ନାଇରେ ପ୍ରି ସିଜିନ କ୍ୟାମ୍ପରେ ଏମ. ଚିଦାମ୍ବରମ ଷ୍ଟାଡିୟମରେ ଅଂଶଗ୍ରହଣ କରିଛନ୍ତି ଓ ଝାଳବୁହା ପରିଶ୍ରମ ମଧ୍ୟ କରୁଛନ୍ତି। ଧୋନୀ ଏହି କ୍ୟାମ୍ପରେ ନିଜର ପୁରୁଣା ଲକ୍ଷ୍ୟକୁ ଫେରିପାଇବା ପାଇଁ ଚେଷ୍ଟା କରୁଛନ୍ତି। ସେ ବହୁତ ଭଲ ଭାବରେ ନିଜକୁ ଓ ନିଜର ବ୍ୟାଟିଂକୁ ପରଖୁଛନ୍ତି। ତାଙ୍କର ବ୍ୟାଟିଂ ଅଭ୍ଯାସର ଭିଡିଓ ଆସୁଥାଏ। ଏମିତି ଏକ ଭିଡିଓ ଶନିବାର ଦିନ ସାମ୍ନାକୁ ଆସିଛି ଯାହାକୁ ଦେଖି ବୋଲରଙ୍କର ଝାଳ ବାହାରିଗଲା।

ଅଭ୍ଯାସ ମ୍ଯାଚରେ ୧୧୪ମିଟର ଛକା:-

ଧୋନୀଙ୍କର ଯେଉଁ ଭିଡିଓ ଜାରି ହୋଇଛି ସେଥିରେ ସେ ଲେଗ ସ୍ପିନରଙ୍କୁ ବହୁତ ଦୂର ପର୍ଯ୍ୟନ୍ତ ଛକା ମାରୁଥିବାର ଦେଖାଯାଇଥିଲା। ସେ ଆଗକୁ ବଢନ୍ତି ବଲକୁ ନିଜ ବ୍ୟାଟ ମାଧ୍ୟମରେ ଲଙ୍ଗ ଅନରେ ଥିବା ଷ୍ଟେଜକୁ ପଠାଇଦିଅନ୍ତି। ଚେନ୍ନାଇ ସୁପର କିଙ୍ଗସ ନିଜର ଟୁଇଟର ଏହି ଭିଡିଓକୁ ଟୁଇଟ କରି ଲେଖିଲେକି, ୧୦୯, ୧୧୪ ମିଟରର ଛକା। ଧୋନୀଙ୍କର ଏହି ସଟ ଯେତେବେଳେ ଷ୍ଟେଜରେ ପଡିଲା ସେତେବେଳେ ବହୁତ ଜୋରରେ ଶବ୍ଦ ହେଲା।

ଆଇପିଏଲ ୨୦୨୦ରେ ଚେନ୍ନାଇ କରିଥିଲା ନିରାଶ:-

ଆଇପିଏଲ ୨୦୨୦ରେ ଚେନ୍ନାଇ ସୁପର କିଙ୍ଗସର ପ୍ରଦର୍ଶନ ଭଲ ନଥିଲା। ଦଳ ଆଇପିଏଲ ଇତିହାସରେ ପ୍ରଥମ ଥାଏ ପ୍ଲେଅଫରେ ଖେଳିନଥିଲା। ସେ ଆଠଟି ଦଳ ତାଲିକାରେ ସପ୍ତମ ସ୍ଥାନରେ ଥିଲା। ନିଜେ ମହେନ୍ଦ୍ର ସିଂ ଧୋନୀଙ୍କର ପ୍ରଦର୍ଶନ କମଜୋର ଥିଲା। ସେ ପୂର୍ବଭଳି ବଡ ସଟ ମଧ୍ୟ ଲଗାଇପାରୁ ନଥିଲେ ନା ରନରେଟ ବୃଦ୍ଧି କରିପାରୁଥିଲେ। ଏଥର ସମୟ ପୂର୍ବରୁ ନିଜର ପ୍ରସ୍ତୁତି ଆରମ୍ଭ କରିଦେଲେ। ଦଳର ଏହି କ୍ୟାମ୍ପରେ ଅନେକ ଖେଳାଳି ସାମିଲ ହୋଇଛନ୍ତି। ଏଥିରେ ଧୋନୀଙ୍କ ବ୍ଯତୀତ ଅନୁଭବି ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡୁ, ଯୁବ ବ୍ୟାଟ୍ସମ୍ୟାନ ରିତୁରାଜ ଗାୟକୱାଡ, ଏନ ଜଗଦିସନ, ଆର ସାଇ କିଶୋର, କର୍ନ ଶର୍ମା ଓ ସି ହଋ ନିଶାନ୍ତ ମଧ୍ୟ ସାମିଲ ଅଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *