ଘଣ୍ଟାଏ କାଳ ଧରି ପବନରେ ଘୁରି ବୁଲିଲା ବିମାନ,ଲ୍ୟାଣ୍ଡିଙ୍ଗ କରିବାରେ ତିନିଥର ଫେଲ, କାନ୍ଦିବାକୁ ଲାଗିଲେ ଯାତ୍ରୀ, ଜାଣନ୍ତୁ ତା’ପରେ କଣ ହେଲା

ଗୁଜୁରାଟର ଅହମ୍ମଦାବାଦରୁ ଉଡି ରାଜସ୍ଥାନର ଜୈସଲମେରକୁ ଆସୁଥିବା ସ୍ପାଇସଜେଟ ବିମାନରେ ବସିଥିବା ଯାତ୍ରୀମାନଙ୍କର ନିଶ୍ୱାସ ସେହି ସମୟରେ ଅଟକି ଯାଇଥିଲା, ଯେତେବେଳେ ବିମାନଟି ଟେକନିକ କାରଣରୁ ଜୈସଲମେର ବିମାନବନ୍ଦରର ରନୱେରେ ଲ୍ୟାଣ୍ଡିଙ୍ଗ କରିପାରିଲା ନାହିଁ | ପାଇଲଟ ତିନି ଥର ଚେଷ୍ଟା କରିବା ସତ୍ତ୍ୱେ ମଧ୍ୟ ଲ୍ୟାଣ୍ଡିଙ୍ଗରେ ସଫଳ ନ ହେବା ଏବଂ ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ବିମାନ ପବନରେ ରହିବାରୁ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଗଲା | ନିଜ ଜୀବନ ପ୍ରତି ବିପଦ ଆସୁଥିବାର ଦେଖି କିଛି ଲୋକ ଭଗବାନଙ୍କୁ ସ୍ମରଣ କରିଥିଲେ ଏବଂ ଆଉ କିଛି ଲୋକ କାନ୍ଦିବା ଆରମ୍ଭ କରି ଦେଇଥିଲେ | ତେବେ ପରେ ବିମାନକୁ ଅହମ୍ମଦାବାଦକୁ ଫେରାଇ ଆଣି ସୁରକ୍ଷିତ ଭାବରେ ଲ୍ୟାଣ୍ଡିଙ୍ଗ କରାଯାଇଥିଲା |

ସୂଚନା ଅନୁଯାୟୀ, ସ୍ପାଇସଜେଟର ବିମାନ ସେବା SG3012 ଅହମ୍ମଦାବାଦରୁ ଜୈସଲମେର ପାଇଁ ଶନିବାର ଦିନ ପ୍ରାୟ ୧୨:୦୫ ସମୟରେ ଯାତ୍ରା କରିଥିଲା | ପ୍ରାୟ ୧ ଟାରେ ଏହି ବିମାନ ଜୈସଲମେର ବିମାନବନ୍ଦରରେ ପହଞ୍ଚିଥିଲା | ପାଇଲଟ ବିମାନକୁ
ସୁରକ୍ଷିତ ଭାବରେ ଲ୍ୟାଣ୍ଡିଙ୍ଗ କରିବାକୁ ବହୁତ ଚେଷ୍ଟା କଲେ, କିନ୍ତୁ ସେମାନେ ସେଥିରେ ସଫଳ ହୋଇପାରିନଥିଲେ | ଏହା ପରେ ବିମାନଟିକୁ ପୁଣି ଥରେ ଉଚ୍ଚତାକୁ ନିଆଯାଇଥିଲା ଏବଂ ଦୁଇଟି ଅଲଗା ଅଲଗା ଦିଗରୁ ବିମାନକୁ ଲ୍ୟାଣ୍ଡିଙ୍ଗ କରିବାକୁ ଚେଷ୍ଟା କରାଯାଇଥିଲା, କିନ୍ତୁ ତିନିଥର ମଧ୍ୟରୁ ଥରେ ମଧ୍ୟ ଲ୍ୟାଣ୍ଡିଙ୍ଗ ହୋଇପାରିଲା ନାହିଁ |

ଏକ ଘଣ୍ଟା ଧରି ପବନରେ ବୁଲିଲା ବିମାନ :-

ଏହି ପରି ବିମାନଟି ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ଆକାଶରେ ବୁଲି ଚାଲିଲା | ଏହା ପରେ ପ୍ରାୟ ଦୁଇଟା ସମୟରେ ପାଇଲଟ ବିମାନଟିକୁ ପୁଣି ଅହମ୍ମଦାବାଦକୁ ନେଇଗଲେ | ସେଠାରେ ୦୨.୪୦ ରେ ସୁରକ୍ଷିତ ଭାବରେ ଲ୍ୟାଣ୍ଡିଙ୍ଗ କରାଯାଇଥିଲା | ପ୍ରାୟ ଦୁଇ ଘଣ୍ଟା ପରେ ବିମାନଟି ପୁଣି ଥରେ ଜୈସଲମେରକୁ ଯାତ୍ରା କଲା ତଥା ପୁଣିଥରେ ପ୍ରାୟ ୫:୧୫ ରେ ଜୈସଲମେରରେ ପହଞ୍ଚିଲା, ଯାହା ପରେ ବିମାନକୁ ସୁରକ୍ଷିତ ଭାବରେ ଲ୍ୟାଣ୍ଡିଙ୍ଗ କରାଯାଇଥିଲା |

ବହୁତ ଡରି ଯାଇଥିଲେ ଯାତ୍ରୀମାନେ :-

ବିମାନରେ ଥିବା ଯାତ୍ରୀ ମାୟାଙ୍କ ଭାଟିଆ ଏହି ଘଟଣାକୁ ସୁନିଶ୍ଚିତ କରି କହିଛନ୍ତି ଯେ ଅହମ୍ମଦାବାଦରୁ ସ୍ପାଇସଜେଟର ନିୟମିତ ବିମାନ ସେବା SG 3014 ର ନିୟମିତ ସମୟ ପାଇଁ ଜୈସଲମେର ଅଭିମୁଖେ ଯାତ୍ରା କରିବାର ଥିଲା, କିନ୍ତୁ ଟେକନିକ କାରଣରୁ ଜୈସଲମେର ବିମାନ ଠିକ ଜାଗାରେ ଲ୍ୟାଣ୍ଡିଙ୍ଗ ହୋଇପାରିଲା ନାହିଁ | ପାଇଲଟ ମଧ୍ୟ ତିନିଥର ଚେଷ୍ଟା କରିଥିଲେ | ପ୍ରାୟ ଏକ ଘଣ୍ଟା ଧରି ପବନରେ ଉଡ଼ାଣ ଜାରି ରଖିଥିଲେ, ଯାହାଦ୍ୱାରା ଅନେକ ଯାତ୍ରୀ ସମ୍ପୁର୍ଣ୍ଣ ଭାବେ ଡରି ଯାଇଥିଲେ | ବିଶେଷକରି ମହିଳା ଯାତ୍ରୀଙ୍କ ଅବସ୍ଥା ଭଲ ନଥିଲା | ଜୈସଲମେର ଏୟାରପୋର୍ଟ ଅଥରିଟିର ଡ଼ାଇରେକ୍ଟର ବିଏସ ମିନା ମଧ୍ୟ ଏହି ଘଟଣାକୁ ନିଶ୍ଚିତ କରିଥିଲେ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *