ପାଣ୍ଡେ ଜୀ’ଙ୍କ ଭିଡିଓ ଭାଇରଲ : ପରିବା ବିକ୍ରି କରିବାର ଷ୍ଟାଇଲ ଦେଖି ଲୋକେ ହେଲେ ଆଶ୍ଚର୍ଯ୍ୟ,ଦେଖନ୍ତୁ ଭିଡ଼ିଓ

ଝାଡ଼ଖଣ୍ଡର ଧନବାଦରୁ ଗୋଟିଏ ଭିଡିଓ ଭାଇରାଲ ହେଉଛି | ଯାହାକୁ ବହୁତ ପସନ୍ଦ କରାଯାଉଛି | ଜଣେ ବ୍ୟକ୍ତି ବଡ ଷ୍ଟାଇଲରେ ମୁଣ୍ଡରେ ପଗଡି, ଆଖିରେ ଚଷମା ଏବଂ ହାତରେ ଘଣ୍ଟା ପିନ୍ଧି ସଲମାନ ଖାନଙ୍କ ଚୁଲବୁଲ ପାଣ୍ଡେ ଷ୍ଟାଇଲରେ ଠେଲା ଗାଡ଼ିରେ ଅଧିକ ସାଉଣ୍ଡ ମ୍ୟୁଜିକ ସହିତ ଡ୍ୟାନ୍ସ କରି କରି ପରିବା ବିକ୍ରି କରୁଛନ୍ତି | ଏହି ବ୍ୟକ୍ତିଙ୍କ ନାମ ରିତେଶ ପାଣ୍ଡେ ଅଟେ | ଲୋକମାନେ ‘ପାଣ୍ଡେ ଜୀ’ଙ୍କର ଏହି ଷ୍ଟାଇଲକୁ ଖୋଲାଖୋଲି ସ୍ୱାଗତ ମଧ୍ୟ କରୁଛନ୍ତି ଏବଂ ବହୁତ ପନିପରିବା କିଣୁଛନ୍ତି |

ଧନବାଦର ହିରାପୁର ଡିଏସ କଲୋନୀରେ ରହୁଥିବା ରିତେଶ ପାଣ୍ଡେ ସକାଳରୁ ରାତି ୧୦ ଟା ପର୍ଯ୍ୟନ୍ତ ରାସ୍ତାରେ ଠେଲା ଗାଡି ନେଇ ନାଚି ନାଚି ପନିପରିବା ବିକ୍ରି କରନ୍ତି | କେବଳ ଏତିକି ନୁହେଁ, ପାଣ୍ଡେ ଜୀ ପନିପରିବା ବିକ୍ରି କରିବା ସ୍ପେଶାଲ ଗୀତ ମଧ୍ୟ ପ୍ରସ୍ତୁତ କରିଛନ୍ତି | ଏଭଳି ପରିସ୍ଥିତିରେ ପାଣ୍ଡେ ଜୀଙ୍କର ଷ୍ଟାଇଲ ଲୋକଙ୍କ ହୃଦୟ ଜିତିଥାଏ | ପାଣ୍ଡେ ଜୀଙ୍କର ଏହି ମନୋରଞ୍ଜନ କାରଣରୁ ଲୋକମାନେ ବହୁତ ପନିପରିବା କିଣନ୍ତି | ସମସ୍ତେ ତାଙ୍କର ଆସିବାକୁ ନେଇ ଅପେକ୍ଷା କରିଥାନ୍ତି | କିଛି ସମୟ ପୂର୍ବରୁ ରିତେଶ ପାଣ୍ଡେଙ୍କର ପରିବା ବିକ୍ରି ସମୟରେ ଡ୍ୟାନ୍ସ କରୁଥିବାର ଭିଡିଓ କେହି ଜଣେ ସୁଟ କରି ନେଇଥିଲେ | ଯାହାକି ସୋସିଆଲ ମିଡିଆରେ ଖୁବ ଦ୍ରୁତ ଗତିରେ ବ୍ୟାପିଗଲା |

ପାଣ୍ଡେ ଜୀ’ଙ୍କର ଏହି ୧୭ ସେକେଣ୍ଡର ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ଲକ୍ଷ ଲକ୍ଷ ଲୋକ ଦେଖି ସାରିଲେଣି ଏବଂ ମଜାଳିଆ କମେଣ୍ଟସ ମଧ୍ୟ କରୁଛନ୍ତି | ରିତେଶ ପାଣ୍ଡେ କହିଛନ୍ତି ଯେ ସେ ଲୋକମାନଙ୍କର ମନୋରଞ୍ଜନ ଏଥିପାଇଁ କରନ୍ତି, ଯାହା ଦ୍ୱାରା ଲୋକମାନେ ତାଙ୍କଠାରୁ ପନିପରିବା କିଣିବେ ଏବଂ ସେମାନେ ନିଜ ପରିବାରର ଠିକ ଭାବରେ ଲାଳନ ପାଳନ କରିପାରିବେ |

ଏହି ଭିଡିଓକୁ ତିଆରି କରିଥିବା ଯୁବତୀ ଗୋଟିଏ ପେଟ୍ରୋଲ ପମ୍ପରେ କାମ କରନ୍ତି | ସେ କହିଛନ୍ତି ଯେ ଦିନେ ସେ ପେଟ୍ରୋଲ ପମ୍ପରେ କାମ କରୁଥିଲେ | ଠିକ ସେତିକିବେଳେ ଜଣେ ଠେଲା ଵାଲା ବ୍ୟକ୍ତି ନାଚି ନାଚି ପନିପରିବା ବିକ୍ରି କରୁଥିଲେ | ମୁଁ ଭିଡିଓ କରିଦେଲି ଏବଂ ସୋସିଆଲ ମିଡିଆରେ ପୋଷ୍ଟ କରିଦେଲି | ମୁଁ ଜାଣି ନଥିଲି ଯେ ଏହି ଭିଡିଓ ଏତେ ଭାଇରାଲ ହେବ ଏବଂ ଲୋକମାନେ ଏହାକୁ ଏତେ ପରିମାଣରେ ପସନ୍ଦ କରିବେ |

ରିତେଶ ପାଣ୍ଡେଙ୍କର ପରିବା ବିକ୍ରି କରିବାର ୟୁନିକ ଷ୍ଟାଇଲକୁ ବହୁତ ପସନ୍ଦ କରାଯାଉଛି | ଲୋକମାନେ ପାଣ୍ଡେ ଜୀଙ୍କ ଠାରୁ ଖୁବ ପରିବା କିଣୁଛନ୍ତି | ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ କି ପାଣ୍ଡେ ଜୀଙ୍କର ଠେଲାକୁ ଅପେକ୍ଷା କରି ରହିଥାନ୍ତି | ସେହି ଅଂଚଳରେ ପାଣ୍ଡେ ଜୀଙ୍କର ଏଣ୍ଟ୍ରି ବଲିଉଡ ହିରୋ ପରି ହୋଇଥାଏ | ଲୋକମାନେ କହିଛନ୍ତି ଯେ ତାଙ୍କର ପରିବାର ଦାମ ବଜାରରୁ ଅଧିକ ନୁହେଁ ଏବଂ ପନିପରିବା ମଧ୍ୟ ତାଜା ରଖିଥାନ୍ତି ଏବଂ ଏହାସହିତ ଅଜବ ପ୍ରକାରର ମନୋରଞ୍ଜନ ମଧ୍ୟ କରିଥାନ୍ତି | ଏପରି ପରିସ୍ଥିତିରେ ତାଙ୍କ ବ୍ୟତୀତ ଅନ୍ୟ କାହାଠାରୁ ପରିବା ନେବାର କୌଣସି ଅର୍ଥ ରହିନଥାଏ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *