ଆଜିକୁ ଠିକ୍‌ ବର୍ଷେ ତଳେ…ରାଜ୍ୟରେ ଆରମ୍ଭ ହୋଇଥିଲା ଲକ୍‌ଡାଉନ୍

ଆଜିକୁ ଠିକ୍ ବର୍ଷେ ତଳେ ରାଜ୍ୟରେ ପ୍ରାୟ ଏହି ସମୟରେ ଲକଡାଉନ ଆରମ୍ଭ କରାଯାଇଥିଲା। ଅନୁଗୁଳ,କଟକ,ଗଞ୍ଜାମ,ଖୋର୍ଦ୍ଧା,କେନ୍ଦ୍ରାପଡ଼ା ଜିଲ୍ଲା ସହିତ ୮ଟି ଜିଲ୍ଲାରେ ଲକଡାଉନକୁ ଲାଗୁ କରାଯାଇଥିଲା। ଆଜି ଦିନରେ କେନ୍ଦ୍ର ସରକାର ଜନତା କର୍ଫ୍ୟୁ ମଧ୍ୟ ଲାଗୁ କରିଥିଲେ। ଆଉ ପ୍ରଥମ ଥର ପାଇଁ ସାରା ଦେଶ ଓ ରାଜ୍ୟ କୋଭିଡ ପାଇଁ ବନ୍ଦ ହୋଇଯାଇଥିଲା।

ରାଜ୍ୟରେ ଓ ଦେଶରେ କରୋନାକୁ ମୁକାବିଲା କରିବା ପାଇଁ ପ୍ରଥମ ପଦକ୍ଷେପ ଥିଲା ସରକାରଙ୍କର ଜନତା କର୍ଫ୍ୟୁ ଓ ଲକଡାଉନ। ରାଜ୍ୟ ସରକାର ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨୯ ତାରିଖରେ ସରିବ ବୋଲି ଘୋଷଣା କରିଥିଲେ। କିନ୍ତୁ, କେନ୍ଦ୍ର ସରକାର ମାର୍ଚ୍ଚ ୨୩ ତାରିଖରେ ଘୋଷଣା କରିଥିଲେ ଯେ, ମାର୍ଚ୍ଚ ୨୫ ତାରିଖରୁ ସମଗ୍ର ଦେଶରେ ଲକଡାଉନ ଲାଗୁ କରିଥିଲେ। ଆଉ ଏହି ପ୍ରଥମ ଲକଡାଉନ ୨୧ ଦିନ ପର୍ଯ୍ୟନ୍ତ ଚାଲିବ।

Google

ଓଡିଶା ସରକାର ମାର୍ଚ୍ଚ ୨୨ ତାରିଖରୁ ଲକଡାଉନ ଘୋଷଣା କରିଥିଲେ। ଆଉ ସମଗ୍ର ଦେଶରେ ପ୍ରଥମେ ଲକଡାଉନ ଘୋଷଣା କରିବାରେ ଓଡ଼ିଶା ଥିଲା ପ୍ରଥମ ରାଜ୍ୟ। ଲକଡାଉନ ଆରମ୍ଭ ହେବା ପରେ ଧିରେ ଧିରେ କରୋନାର ପ୍ରଭାବ ବଢ଼ିବାରେ ଲାଗିଥିଲା, ଫଳରେ ଲକଡାଉନର ସମୟ ସୀମା ମଧ୍ୟ ବୃଦ୍ଧି ପାଇବାରେ ଲାଗିଥିଲା। ଲକଡାଉନ ଲାଗୁ ହେବାପରେ ଗମନାଗମନ ବନ୍ଦ ହୋଇଯାଇଥିଲା। ଲକଡାଉନ କୋଭିଡ ମୁକାବିଲା ପାଇଁ ବଡ ପଦକ୍ଷେପ ନିଆ ଯାଇଥିଲା। କିନ୍ତୁ, ସେହି ସମୟର ଲକଡାଉନର ପ୍ରଭାବ ଏ ପର୍ଯ୍ୟନ୍ତ ଦେଶବାସୀଙ୍କ ମନରେ ତାଜା ହୋଇ ରହିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *