ଆଇପିଏଲ ୨୦୨୧: ରାଜସ୍ଥାନ ରୟାଲ୍ସକୁ ପ୍ରାରମ୍ଭିକ ଝଟକା,୪୬ ୱିକେଟ୍ ନେଇଥିବା ୭.୨ କୋଟି ଟଙ୍କାର ଏହି ଖେଳାଳି ହେଲେ ବାହାର,ଜାଣନ୍ତୁ ପୁରା ଖବର

ଆଇପିଏଲର ୧୪ ତମ ସଂସ୍କରଣ ଆଉ ମାତ୍ର ଅଢେଇ ସପ୍ତାହ ରହିଛି ଏବଂ ସମସ୍ତ ଦଳ ଏହାର ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି|ପ୍ରତି ଦଳର ଖେଳାଳୀମାନେ କ୍ୟାମ୍ପରେ ଟ୍ରେନିଂ କରୁଛନ୍ତି|କିଛି ଖେଳାଳି ଏବେବି ଆନ୍ତର୍ଜାତିକ ମ୍ୟାଚ ସହ ଜଡ଼ିତ ତନ୍ମଧ୍ୟରୁ ଇଂଲଣ୍ଡ ଓ ଭାରତ ଖେଳାଳି ରହିଛନ୍ତି,ଯାହାମଧ୍ୟରେ ୨୦ ମାର୍ଚ୍ଚରେ ଟି-୨୦ ସିରିଜ ସମାପ୍ତ ହୋଇଥିଲା|ଏଵେ ଦୂଇଦଳ ଏକଦିବସୀୟ ସିରିଜ ଖେଳିବେ ଏଥିପାଇଁ ରବିବାର ଦିନ ଇଂଲଣ୍ଡ ଦଳ ଘୋଷିତ କରିଛନ୍ତି|ଏହି ଘୋଷଣାରେ ଇଂଲଣ୍ଡ ପାଇଁ ଏକ ଖରାପ ଖବର ଆସିଛି ଯାହା ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପାଇଁ ଏକ ଝଟକା ସାବ୍ୟସ୍ତ ହୋଇପାରେ|ଦଳର ଦ୍ରୁତ ବୋଲର ଜୋଫ୍ରା ଆର୍ଚରକୁ ସିରିଜରେ ଜାଗା ମିଳିନାହିଁ ଓ ଇଂଲଣ୍ଡ ଦଳ କହିଛନ୍ତି ଯେ ଆର୍ଚର ଆଇପିଏଲର ପ୍ରାରମ୍ଭିକ ମ୍ୟାଚ ଖେଳିପାରିବେ ନାହିଁ|

ଭାରତ ଓ ଇଂଲଣ୍ଡ ମଧ୍ୟରେ ଏକଦିବସୀୟ ସିରିଜ ପରେ ଦୁହେଁ ଦୁନିଆର ନଜର ଆଇପିଏଲରେ ଯୋଗଦେଵେ|୯ ଅପ୍ରେଲରୁ ଆରମ୍ଭ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟ ୫୨ ଦିନ ହେବ ଓ ୬୦ ମ୍ୟାଚ ଖେଳାଯିବ|କରୋନା ଭାଇରସ ବିପଦ ଯୋଗୁଁ ଏହା ଭାରତରେ ହେବ ତେଣୁ ଖେଳାଳି ସିରିଜ ପରେ ସିଧାସଳଖ ଫ୍ରାଞ୍ଚାଇଜିରେ ଯୋଗ ଦେବେ|

ଯଦିଓ ଏହି ସ୍ଥିତି ପୂର୍ବରୁ ରାଜସ୍ଥାନ ରୟାଲ୍ସକୁ ଏକ ବଡ ଝଟକା ଲାଗିଛି|ଇଂଲଣ୍ଡର ଦ୍ରୁତ ବୋଲର ଭାରତ ବିପକ୍ଷ ଏକଦିବସୀୟ ମ୍ୟାଚ ସହ ଆଇପିଏଲ ପ୍ରାରମ୍ଭିକ ପର୍ଯ୍ୟାୟରେ ସାମିଲ ହୋଇପାରିବେ ନାହିଁ|ଇଂଲଣ୍ଡ କ୍ରିକେଟ ବୋର୍ଡ ରବିବାର ଦିନ ଏହା କହିଛନ୍ତି|

ଆର୍ଚର କିଛିଦିନ ହେବ ନିଜର ଡାହାଣ ହାତର କହୁଣିରେ ଯନ୍ତ୍ରଣା ପାଉଛନ୍ତି|ଟେଷ୍ଟ ସିରିଜ ସମୟର ମଧ୍ୟ ଏହି ସମସ୍ୟା ସାମନାକୁ ଆସିଥିଲା କିନ୍ତୁ ଟି-୨୦ ସମୟରେ ଏହା ଵଢିଗଲା|ସେ ଟି-୨୦ ସିରିଜର ସମସ୍ତ ମ୍ୟାଚ ଖେଳିଥିଲେ ଓ ୪ ଓଭରର ସ୍ପେଲ ପୂରଣ କରିଥିଲେ|

ସେ ପୂର୍ବ ୩ ସିଜନରେ ଆଇପିଏଲରେ ରାଜସ୍ଥାନର ଅଂଶ ଥିଲେ|ରାଜସ୍ଥାନ ୨୦୧୮ରେ ତାଙ୍କୁ ୭.୨ କୋଟି ଟଙ୍କାରେ କିଣିଥିଲେ ଓ ସେ ରାଜସ୍ଥାନର ପ୍ରମୁଖ ବୋଲର ଅଟନ୍ତି|ସେ ପୂର୍ବ ସିଜନରେ ମୋଷ୍ଟ ଭାଲ୍ୟୁଏବଲ ପ୍ଲେୟାର ଥିଲେ ଓ ରାଜସ୍ଥାନ ପାଇଁ ୧୪ ମ୍ୟାଚରୁ ସର୍ବାଧିକ ୨୦ ୱିକେଟ ହାସଲ କରିଥିଲେ|ସେ ଏପର୍ଯ୍ୟନ୍ତ ରାଜସ୍ଥାନ ପାଇଁ ଆଇପିଏଲ ରେ ୩୫ ମ୍ୟାଚରୁ ୪୬ ୱିକେଟ୍ ହାସଲ କରିଛନ୍ତି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *