ଭାରତ ବନାମ ଇଂଲଣ୍ଡ ଦିନକିଆ : ଦିନକିଆ ସିରିଜ ପାଇଁ ଇଂଲଣ୍ଡ ଦଳ ଘୋଷଣା,ଏହି ଧୁରନ୍ଧର ବୋଲର ହେଲେ ବାହାର,ଜାଣନ୍ତୁ ସ୍କ୍ୱାର୍ଡରେ କିଏ କିଏ ଅଛନ୍ତି ?

ଜୋଫ୍ରା ଆର୍ଚରଙ୍କୁ ଆଘାତ ଲାଗିବା କାରଣରୁ ଭାରତ ବିରୁଦ୍ଧରେ ପୁନେରେ ମଙ୍ଗଳବାରଠାରୁ ଆରମ୍ଭ ହେଉଥିବା ତିନୋଟି ମ୍ଯାଚର ଦିନକିଆ ଶୃଙ୍ଖଳା ପାଇଁ ରବିବାର ଦିନ ଇଂଲଣ୍ଡ ୧୪ଜଣିଆ ସଦସ୍ୟରୁ ବାହାର କରିଦେଇଛି। ଇଂଲଣ୍ଡ ଅଧିନାୟକ ଇୟୋନ ମର୍ଗାନ ଶନିବାର ଦିନ ଖୁଲାସା କରି କହିଲେକି ଆର୍ଚର ଦିନକିଆ ସିରିଜରୁ ହଟିବାର ସମ୍ଭାବନା ଅଛି ଓ ଏହା ସହିତ ଇଣ୍ଡିଆନ ପ୍ରିମିୟର ଲିଗରୁ ମଧ୍ୟ କାରଣ ତାଙ୍କର ଏହି ଷ୍ଟାର ବୋଲରଙ୍କ ଆଘାତ ବହୁତ ଗମ୍ଭୀର ହୋଇଯାଇଛି।

ଇଂଲଣ୍ଡ ଏବଂ ବେଲ୍ସ କ୍ରିକେଟ ବୋର୍ଡ(ଇସିବି)ର ଏକ ବୟାନ ଅନୁସାରେ “ଆର୍ଚର ଆଘାତ ସମ୍ବନ୍ଧୀୟ ମାମଲାର ଯାଞ୍ଚ ପାଇଁ ବ୍ରିଟେନ ଫେରୁଛନ୍ତି।” ଇସିବି କହିଲେକି,”ସେ ଦିନକିଆ ସିରିଜର ଚୟନ ପାଇଁ ଅନଫିଟ ଅଛନ୍ତି, ଯେଉଁ ମ୍ଯାଚଗୁଡିକ ୨୩, ୨୬ ଓ ୨୮ ମାର୍ଚ୍ଚରୁ ଖେଳାଯିବ।”

ତିନି ଅତିରିକ୍ତ ଖେଳାଳି- ଜେକ ବୋଲ, କ୍ରିସ ଜୋର୍ଡାନ ଓ ଡେଭିଡ ମଲାନ। ଏହି ତିନିଜଣ ବେକଅପ ଖେଳାଳିଙ୍କୁ ନେଇ ଇଂଲଣ୍ଡ ଦଳ ଯାତ୍ରା କରିବ। ଯେଉଁମାନେ ନିକଟରେ ସମାପ୍ତ ହୋଇଥିବା ଟି-୨୦ ଅନ୍ତଃରାଷ୍ଟ୍ରୀୟ ସିରିଜରେ ସାମିଲ ଥିଲେ। ଭାରତ ଏହି ସିରିଜକୁ ୩-୨ ରେ ଜିତିଥିଲା। ଇଂଲଣ୍ଡର ଦିନକିଆ ଦଳ ଏହି ପ୍ରକାର।

ଇୟୋନ ମର୍ଗାନ(ଅଧିନାୟକ), ମୋଇନ ଅଲ୍ଲୀ, ଜୋନି ବେୟାର୍ଷ୍ଟ, ସେମ ବିଲିଙ୍ଗ୍ସ, ଜୋସ ବଟଳର, ସେମ କୁରନ, ଟମ କୁରନ, ଲିୟମ ଲିଭିଂଷ୍ଟୋନ, ମେଟ ପାର୍କିନ୍ସନ, ଆଦିଲ ରସିଦ, ଜେସନ ରୟ, ବେନ ଷ୍ଟୋକ୍ସ, ରିସ ଟୋପ୍ଲେ ଓ ମାର୍କ ବୁଡ

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *