ଅନିଲ ଅମ୍ବାନୀ ପରିବାର – ନୀତା ଅମ୍ବାନୀ ପରିବାର : ଅନିଲ ଅମ୍ବାନୀଙ୍କ ଠାରୁ ଆରମ୍ଭ କରି ନୀତା ଅମ୍ବାନୀ ପର୍ଯ୍ୟନ୍ତ, ଜାଣନ୍ତୁ କିଏ କେତେ ପାଠ ପଢ଼ିଛନ୍ତି ?

ଦୁନିଆରେ ଏପରି ଅନେକ ବିଜନେସମ୍ୟାନ ଅଛନ୍ତି, ଯେଉଁମାନେ ଅନେକ ବଡ଼ ସଫଳତା ହାସଲ କରିଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମୁକେଶ ଅମ୍ବାନୀ | ନିଜର କଠିନ ପରିଶ୍ରମର ଶକ୍ତିରେ ସେ ରିଲାଏନ୍ସ ଇଣ୍ଡଷ୍ଟ୍ରିକୁ ବହୁତ ଆଗକୁ ବଢ଼ାଇଛନ୍ତି ଏବଂ ଲଗାତାର ଭାବରେ ନୂତନ ସଫଳତା ହାସଲ କରୁଛନ୍ତି | ଏମିତିରେ ସମସ୍ତେ ତାଙ୍କ ବିଷୟରେ ଏବଂ ତାଙ୍କ ପରିବାର ବିଷୟରେ ଜାଣିବାକୁ ଚାହାଁନ୍ତି | ବର୍ତ୍ତମାନ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ ଅମ୍ବାନୀ ପରିବାରର ସଦସ୍ୟମାନେ ପ୍ରକୃତରେ କେତେ ପାଠ ପଢ଼ିଛନ୍ତି | ତେବେ ଚାଲନ୍ତୁ ଜାଣିବା ଏହି ବିଷୟରେ |

ମୁକେଶ ଅମ୍ବାନୀ :-

ମୁକେଶ ଅମ୍ବାନୀଙ୍କ ପାଠପଢା ବିଷୟରେ କହିବାକୁ ଗଲେ, ସେ ମୁମ୍ବାଇର ହିଲ ଗାର୍ଡେନ ହାଇସ୍କୁଲରେ ପଢିଥିଲେ ଏବଂ ଏହା ପରେ ସେ ମୁମ୍ବାଇର ସେଣ୍ଟ ଜେଭିୟର କଲେଜରୁ ଗ୍ରାଜୁଏସନ କରିଥିଲେ | କେବଳ ଏତିକି ନୁହେଁ, ମୁକେଶ ଅମ୍ବାନୀ ଏହାପରେ ଇନଷ୍ଟିଚ୍ୟୁଟ ଅଫ କେମିକାଲ ଟେକ୍ନୋଲୋଜିରୁ କେମିକାଲ ଇଞ୍ଜିନିୟରିଂରେ BE ର ଡିଗ୍ରୀ ହାସଲ କରିଥିଲେ | ସେହିପରି ୧୯୮୦ ମସିହାରେ ସେ ଷ୍ଟାନଫୋର୍ଡ ୟୁନିଭରସିଟିରୁ ଏମବିଏ କରିଥିଲେ |

ନୀତା ଅମ୍ବାନୀ :-

ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କ ପାଠପଢା ବିଷୟରେ କହିବାକୁ ଗଲେ, ତେବେ ସେ ମୁମ୍ବାଇର ନରସି ମଞ୍ଜୀ କଲେଜ ଅଫ କମର୍ସ ଆଣ୍ଡ ଇକୋନୋମିକ୍ସରୁ କମର୍ସରେ ଗ୍ରାଜୁଏସନ କରିଛନ୍ତି | ଏହା ବ୍ୟତୀତ ନୀତା ଏକ ଟ୍ରେଣ୍ଡ ଏବଂ ପ୍ରଫେସନାଲ ଭାରତନାଟ୍ୟମ ଡ୍ୟାନ୍ସର ମଧ୍ୟ ଅଟନ୍ତି |

ଅନିଲ ଅମ୍ବାନୀ :-

ମୁକେଶ ଅମ୍ବାନୀଙ୍କ ବଡ ଭାଇ ଅନିଲ ଅମ୍ବାନୀ ମଧ୍ୟ ମୁମ୍ବାଇର ହିଲ ଗାର୍ଡେନରେ ନିଜର ସ୍କୁଲ ପାଠପଢା କରିଛନ୍ତି | ଏହାପରେ ସେ କିଶନଚାନ୍ଦ ଚେଲାରାମ କଲେଜରୁ ସାଇନ୍ସରେ ଗ୍ରାଜୁଏସନ କରିଛନ୍ତି | ସେହିପରି ଏହାପରେ ୧୯୮୩ ମସିହାରେ ସେ ପେନସିଲଭାନିଆ ୟୁନିଭର୍ସିଟିରୁ ଏମବିଏ ମଧ୍ୟ କରିଥିଲେ |

ଟିନା ଅମ୍ବାନୀ :-

ଅନିଲ ଅମ୍ବାନୀଙ୍କ ସ୍ତ୍ରୀ ଟିନା ଅମ୍ବାନୀ ନିଜର ସ୍କୁଲ ପାଠପଢା ଏମଏମ ପ୍ୟୁପିଲ୍ସରେ କରିଥିଲେ | ଏହା ପରେ ସେ ୧୯୭୫ ମସିହାରେ ଫେମିନା ଟିନ ପ୍ରିନସେସ ଅଫ ଇଣ୍ଡିଆର ଆଖ୍ୟା ମଧ୍ୟ ଜିତିଥିଲେ |

ଆକାଶ ଅମ୍ବାନୀ :-

ମୁକେଶ ଏବଂ ନୀତା ଅମ୍ବାନୀଙ୍କ ପୁଅ ଆକାଶ ଅମ୍ବାନୀ ଧିରୁଭାଇ ଇଣ୍ଟରନ୍ୟାସନାଲ ସ୍କୁଲରେ ପାଠପଢା କରିଥିଲେ | ଏହା ପରେ ସେ ଇକୋନୋମିକସରେ ବ୍ୟାଚଲର ଡିଗ୍ରୀ ହାସଲ କରିଥିଲେ ଏବଂ ଏହା ପରେ ସେ ନିଜର ପରବର୍ତ୍ତୀ ଅଧ୍ୟୟନ ପାଇଁ ଆମେରିକାର ବ୍ରାଉନ ୟୁନିଭର୍ସିଟିକୁ ଯାଇଥିଲେ |

ଶ୍ଲୋକା ମେହେଟ୍ଟା :-

ଆକାଶ ଅମ୍ବାନୀଙ୍କ ସ୍ତ୍ରୀ ଶ୍ଲୋକା ମେହେଟ୍ଟା ମଧ୍ୟ ନିଜର ସ୍କୁଲ ପାଠପଢା ମୁମ୍ବାଇର ଧିରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲରୁ କରିଥିଲେ | ଏହାପରେ ସେ ଆମେରିକାର ନ୍ୟୁଜର୍ସିର ପ୍ରିନ୍ସଟନ ୟୁନିଭରସିଟିରୁ ଆନ୍ଥ୍ରୋପୋଲୋଜିରେ ଗ୍ରାଜୁଏସନ ହାସଲ କରିଥିଲେ ଏବଂ ପରେ ସେ ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସରୁ ପଲିଟିକାଲ ସାଇନ୍ସରେ ଅଧ୍ୟୟନ କରିଥିଲେ | କେବଳ ଏତିକି ନୁହେଁ ଶ୍ଲୋକା ଆଇନ ଶିକ୍ଷା କ୍ଷେତ୍ରରେ ମଧ୍ୟ ମାଷ୍ଟର ଡିଗ୍ରୀ କରିଛନ୍ତି |

ଈଶା ଅମ୍ବାନୀ :-

ଈଶା ଅମ୍ବାନୀ ଧିରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲରେ ପଢ଼ିଛନ୍ତି, ଯାହାପରେ ସେ ଆମେରିକାର ୟେଲ ୟୁନିଭରସିଟି ଯାଇଥିଲେ ଏବଂ ଏଠାରୁ ସେ ସାଇକୋଲୋଜି ଏବଂ ସାଉଥ ଏସିଆନ ଷ୍ଟଡ଼ିଜରେ ବ୍ୟାଚଲର ଡିଗ୍ରୀ ହାସଲ କରିଥିଲେ |

ଅନନ୍ତ ଅମ୍ବାନୀ :-

ନିଜର ପ୍ରାରମ୍ଭିକ ପାଠପଢା ଅନନ୍ତ ଅମ୍ବାନୀ ମଧ୍ୟ ଧିରୁଭାଇ ଅମ୍ବାନୀ ସ୍କୁଲରୁ କରିଥିଲେ ଏବଂ ଏହା ପରେ ସେ ଆଇସଲ୍ୟାଣ୍ଡର ବ୍ରାଉନ ୟୁନିଭରସିଟିରେ ଗ୍ରାଜୁଏସନ କରିଥିଲେ |

ଜୟ ଅନମୋଲ ଅମ୍ବାନୀ :-

ଅନିଲ ଏବଂ ଟିନା ଅମ୍ବାନୀଙ୍କ ବଡ ପୁଅ ଜୟ ଅନମୋଲ ଅମ୍ବାନୀ ନିଜର ଷ୍ଟଡିଜ କ୍ୟାଥେଡ୍ରଲ ଆଣ୍ଡ ଜନ କେନନ ସ୍କୁଲରେ କରିଥିଲେ |ଏହା ପରେ ସେ ପରବର୍ତ୍ତୀ ଅଧ୍ୟୟନ ବ୍ରିଟେନର ବାରବିକ ବିଜେନ ସ୍କୁଲରେ କରିଥିଲେ | ଏଠାରୁ ଜୟ ମ୍ୟାନେଜମେଣ୍ଟରେ ବିଏସସି କରିଥିଲେ ଏବଂ ଏହା ପରେ ସେ ପରବର୍ତ୍ତୀ ଅଧ୍ୟୟନ ଓକ୍ସ ସ୍କୁଲରେ କରିଥିଲେ |

ଜୟ ଅଂଶୁଳ ଅମ୍ବାନୀ :-

ଜୟ ଅନମୋଲ ଅମ୍ବାନୀଙ୍କ ସାନଭାଇ ଜୟ ଅଂଶୁଳ ଅମ୍ବାନୀ ନ୍ୟୁୟର୍କ ୟୁନିଭରସିଟିର ଷ୍ଟର୍ନ ସ୍କୁଲ ଅଫ ବିଜିନେସରୁ ବିଜନେସ ମ୍ୟାନେଜମେଣ୍ଟ ଅଧ୍ୟୟନ କରିଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *