ALERT ! ସୁକନ୍ୟା ସମୃଦ୍ଧି ଖାତାଧିକାରୀଙ୍କ ପାଇଁ ଜରୁରୀ ସୂଚନା,୧୦ ଦିନ ଭିତରେ କରାଇ ନିଅନ୍ତୁ ଏହି କାମ, ନଚେତ ଭାଙ୍ଗିଯିବ ଝିଅର ସ୍ଵପ୍ନ

ଯଦି ଆପଣ ନିଜର ଝିଅର ଭଲ ଭବିଷ୍ୟ ପାଇଁ ସୁକନ୍ୟା ସମୃଦ୍ଧି ଖାତା ଖୋଲିଛନ୍ତି ତେବେ ୧୦ଦିନ ଅର୍ଥାତ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଖାତାରେ ପଇସା ଜମା କରିପାରିବେ। ଏହା ପରେ ଆପଣଙ୍କୁ ପେନାଲ୍ଟି ଦେବାକୁ ପଡିବ। ଏକ୍ସପୋର୍ଟଙ୍କ କହିବା ଅନୁସାରେ ସୁକନ୍ୟା ଖାତାରେ ଏକ ବର୍ଷ ସମୟରେ ଅତି କମରେ ୫୦୦ ଟଙ୍କା ଓ ଅତି ବେଶୀରେ ୧.୫ ଲକ୍ଷ ଟଙ୍କା ଜମା କରିପାରିବେ। ଆସନ୍ତୁ ଜାଣିବା ଏହା ସହିତ ଜଡିତ ସୂଚନା ବିଷୟରେ…

୧୦ଦିନରେ ପଇସା ଜମା କରିବା କାହିଁକି ଜରୁରୀ:-

ଏକ୍ସପୋର୍ଟ କୁହନ୍ତିକି ସୁକନ୍ୟା ସମୃଦ୍ଧି ଯୋଜନା ଝିଅଙ୍କ ପାଇଁ ସରକାରର ସବୁଠାରୁ ଲୋକପ୍ରିୟ ସ୍କିମ ଅଟେ। ୨୫୦ ଟଙ୍କାରେ ଏହାର ଖାତା ଖୋଲିପାରିବେ। କିନ୍ତୁ ଖାତା ଚାଲୁ ରଖିବାକୁ ହେଲେ ପ୍ରତ୍ଯେକ ବର୍ଷ ଅତି କମରେ ୫୦୦ଟଙ୍କା ଜମା କରିବାକୁ ହେବ।

ଯଦି ଏହି ମୂଲ୍ୟ ମଧ୍ୟ ଜମା ନକରିଲେ ତେବେ ତାହାକୁ ଡିଫୋଲ୍ଟ ଏକାଉଣ୍ଟ ମନାଯିବ। ଏହି ସ୍ଥିତିରେ ଏହି ଏକାଉଣ୍ଟ ଇନଏକ୍ଟିବ ହୋଇଯାଏ। ଏହାକୁ ଦ୍ଵିତୀୟ ଥର ଏକ୍ଟିବ କରିବା ସହଜ ଅଟେ। ଏଥିପାଇଁ ଆପଣଙ୍କୁ ନିଜର ବ୍ଯାଙ୍କ, ପୋଷ୍ଟ ଅଫିସ(ଯେଉଁଠି ଆପଣ ଖାତା ଖୋଲିଥିବେ) ଯିବାକୁ ହେବ। ବର୍ତ୍ତମାନ ଏଠାରେ ପ୍ରଶ୍ନ ଉଠୁଛିକି କକେମିତି ଖାତାକୁ ଏକ୍ଟିବ କରିବେ?

ଆସନ୍ତୁ ଜାଣିବା କିପରି ସୁକନ୍ୟା ସମୃଦ୍ଧି ଯୋଜନା ଖାତାକୁ ଏକ୍ଟିବ କରିବେ:-

ପୋଷ୍ଟ ଅଫିସର ୱେବସାଇଟରେ ଦିଆଯାଇଥିବା ସୂଚନା ମୁତାବିକ, ଯଦି କୌଣସି ବ୍ୟକ୍ତିଙ୍କର ଖାତା ଇନଏକ୍ଟିବ ହୋଇଯାଏ ତେବେ ଗ୍ରାହକଙ୍କୁ ପୋଷ୍ଟ ଅଫିସର ନିଜର ବ୍ରାଞ୍ଚକୁ ଯିବାକୁ ପଡିବ।

ଏହାପରେ ସେଠାକୁ ଯାଇ ପୁଣିଥରେ ଖାତା ଆରମ୍ଭ କରିବା ପାଇଁ ଫର୍ମ ଭର୍ତ୍ତି କରିବାକୁ ପଡିବ। ଓ ବକେୟା ଭୁଗତାନ କରିବାକୁ ପଡିବ। ପୂର୍ବ ସମସ୍ତ ବର୍ଷର ବକେୟା ଭୁଗତାନ କରିବାକୁ ହେବ। ଯେଉଁମାନଙ୍କର ମିନିମମ ପେମେଣ୍ଟ ହୋଇପାରି ନାହିଁ।

ମାନି ନିଅନ୍ତୁ ଯଦି ଆପଣଙ୍କ ଖାତା ଦୁଇବର୍ଷ ଧରି ଚାଲିନାହିଁ। ତେବେ ଆପଣଙ୍କୁ ୨ବର୍ଷର ଅତିକମ ମୂଲ୍ୟ ୫୦୦ଟଙ୍କା ଓ ୧୦୦ଟଙ୍କା ପେନାଲ୍ଟି ରୂପରେ ଦେବାକୁ ହେବ। ସମୁଦାୟ ମିଶାଇ ୬୦୦ଟଙ୍କା ଭୁଗତାନ କରିବାକୁ ହେବ। ଏମିତି କରିବା ଉପରେ ଆପଣଙ୍କ ଖାତା ପୁଣିଥରେ ଏକ୍ଟିବ ହୋଇଯିବ।

ସହଜରେ ମିଳିଯିବ ୧୫ଲକ୍ଷ ଟଙ୍କା:-

ଏହି ଅର୍ଥ ବର୍ଷର ଥିବା ତିନିମାସ ଅର୍ଥାତ ୩୧ ମାର୍ଚ୍ଚରେ ଶେଷ ହୋଇଯିବ। ଏହାପରେ ୧ ଏପ୍ରିଲରୁ ପୁଣିଥରେ ନୂଆ ସୁଧ ଲାଗୁହେବ। ଏକ୍ସପୋର୍ଟଙ୍କ କହିବା କଥାକି ଆଗାମୀ ତିନିମାସରେ ସୁଧ ସମାନ ରହିବ।

ଏମିତିରେ କେହି ୧୪ବର୍ଷ ପର୍ଯ୍ୟନ୍ତ ପ୍ରତ୍ଯେକ ମାସ ୩୦୦୦ଟଙ୍କା କିମ୍ବା ୩୬ହଜାର ବାର୍ଷିକ ନିବେଶ କରନ୍ତି। ୧୪ବର୍ଷରେ ୭.୬ ପ୍ରତିଶତ ବାର୍ଷିକ କମ୍ପାଉଣ୍ଡିଙ୍ଗ ହିସାବରେ ଏହି ମୂଲ୍ୟ ୯,୧୧,୫୭୪ ଟଙ୍କା ହୋଇଯିବ।

ଏହାପରେ ୭ବର୍ଷ ପର୍ଯ୍ୟନ୍ତ ଏହି ମୂଲ୍ୟ ୭.୬ ପ୍ରତିଶତ ବାର୍ଷିକ କମ୍ପାଉଣ୍ଡିଂ ହିସାବରେ ରିଟର୍ନ ମିଳିବ। ୨୧ବର୍ଷ ଅର୍ଥାତ ମେଚ୍ୟୁରୀଟିରେ ଏହି ମୂଲ୍ୟ ପାଖାପାଖି ୧୫,୨୨,୨୨୧ଟଙ୍କା ହୋଇଯିବ।

ମାସିକ ୧୨୫୦୦ ଟଙ୍କା ଅର୍ଥାତ ୧.୫୦ଲକ୍ଷ ଟଙ୍କା ବାର୍ଷିକ ନିବେଶ କରୁଥିଲେ। ଏମିତିରେ ଆପଣଙ୍କୁ ୧୪ ବର୍ଷ ପର୍ଯ୍ୟନ୍ତ କରିବାକୁ ହେବ। ୧୪ ବର୍ଷରେ ୭.୬ ପ୍ରତିଶତ ବାର୍ଷିକ କମ୍ପାଉଣ୍ଡିଙ୍ଗ ହିସାବରେ ଏହି ମୂଲ୍ୟ ୩୭,୯୮,୨୨୫ଟଙ୍କା ହୋଇଯିବ।

ଏହାପରେ ୭ବର୍ଷ ପର୍ଯ୍ୟନ୍ତ ଏହି ମୂଲ୍ୟ ଉପରେ ୭.୬ ପ୍ରତିଶତ ବାର୍ଷିକ କମ୍ପାଉଣ୍ଡିଙ୍ଗ ହିସାବରେ ରିଟର୍ନ ମିଳିବ। ୨୧ବର୍ଷ ଅର୍ଥାତ ମେଚ୍ୟୁରୀଟି ଉପରେ ଏହି ମୂଲ୍ୟ ପାଖାପାଖି ୬୩,୪୨,୫୮୯ ଟଙ୍କା ହୋଇଯିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *