ଏହି ୫ ଜଣ ହେଉଛନ୍ତି ଦୁର୍ଭାଗ୍ୟ ଭାରତୀୟ ଖେଳାଳି,ଯେଉଁମାନଙ୍କ ଭିତରେ ପ୍ରତିଭା ଥାଇ ମଧ୍ୟ ଦଳରେ ଅଧିକ ସମୟ ପାଇଁ ସ୍ଥାନ ମିଳିଲା ନାହିଁ,ଜାଣନ୍ତୁ ସେ ଖେଳାଳୀମାନେ କିଏ କିଏ ?

ଭାରତରେ କ୍ରିକେଟକୁ ଧର୍ମ ଭାବରେ ପୂଜା କରାଯାଏ। ଭାରତରେ କ୍ରିକେଟକୁ ଯେତିକି ମହତ୍ଵ ଦିଆଯାଏ, ବୋଧହୁଏ ଆଉ କୌଣସି ଖେଳକୁ ସେତିକି ମହତ୍ଵ ଦିଆଯାଏ ନାହିଁ। ଏମିତିରେ ପ୍ରତ୍ଯେକ ପିଲା ବଡ ହୋଇ କ୍ରିକେଟର ହେବେ ବୋଲି ସ୍ଵପ୍ନ ଦେଖିଥାନ୍ତି। କିନ୍ତୁ ଭାରତୀୟ ଦଳରେ କେବଳ ୧୧ଜଣ ଖେଳାଳି ସ୍ଥାନ ବନାଇପାରନ୍ତି। ଏମିତିରେ କିଛି ଖେଳାଳି ଭାରତୀୟ ଦଳରେ ଦେଖିବାକୁ ସୁଯୋଗ ପାନ୍ତି। କିନ୍ତୁ ଅଚାନକ ତାଙ୍କୁ ଦଳରୁ ବାହାର କରିଦିଆଯାଏ।

ଏହିଭଳି ଆମେ ଆପଣଙ୍କୁ ପାଞ୍ଚଜଣ ଖେଳାଳିଙ୍କ ବିଷୟରେ କହିବୁ ଯେଉଁମାନଙ୍କ ପାଖରେ ପ୍ରତିଭା ଥିବା ସତ୍ବେ ଦଳରେ ସ୍ଥାନ ମିଳିଲା ନାହିଁ।

୧। ବସିମ ଜାଫର:-

ଏହି ସମୟରେ ଘରୋଇ କ୍ରିକେଟରେ ସବୁଠାରୁ ଅନୁଭବି ଓ ସାନଦାର ଖେଳାଳିଏନକେ ବିଷୟରେ କଥାବାର୍ତ୍ତା ହେଲେ ସର୍ବପ୍ରଥମେ ୪୦ବର୍ଷର ବିଦର୍ଭର ବ୍ୟାଟ୍ସମ୍ୟାନ ବସିମ ଜାଫରଙ୍କ ନାମ ଆସିଥାଏ। ଭାରତୀୟ ଦଳ ପାଇଁ ଖେଳିଥିବା ଏହି ଖେଳାଳି ଲଗାତାର ଭଲ ପ୍ରଦର୍ଶନ କରିବା ପରେ ମଧ୍ୟ ଦଳରେ ତାଙ୍କୁ ସୁଯୋଗ ମିଳିନଥିଲା। ସେ ଲଗାତାର ବଢିଆ ପ୍ରଦର୍ଶନ କରିଥିଲେ। କିନ୍ତୁ ତାଙ୍କ ଠାରୁ କମ ଅନୁଭବି ଖେଳାଳିଙ୍କୁ ସୁଯୋଗ ମିଳିଥିଲା ଓ ଏହି ଖେଳାଳିଙ୍କ ସହିତ ଅନ୍ୟାୟ ହୋଇଥିଲା। ଶେଷରେ ସେ ସନ୍ୟାସ ନେବେ ବୋଲି ଘୋଷଣା କରିଦେଲେ, କିନ୍ତୁ ଭାରତୀୟ କ୍ରିକେଟରେ ଏହା ଏକ ବଡ ନାମ ଅଟେ।

୨। ଦିନେଶ କାର୍ତ୍ତିକ:-

ଭାରତୀୟ ଦଳର ୱିକେଟ କିପର ବ୍ୟାଟ୍ସମ୍ୟାନ ଦିନେଶ କାର୍ତ୍ତିକଙ୍କୁ ଦଳ କେବେ ମଧ୍ୟ ନିଶ୍ଚିତ ହେବାକୁ ଦେଇନଥିଲେ, କାର୍ତ୍ତିକଙ୍କ ସହ ୧୫ବର୍ଷର କ୍ରିକେଟ୍ କ୍ୟାରିୟରରେ ଭାରତୀୟ କ୍ରିକେଟ୍ ଦଳ ତାଙ୍କୁ ଭିତର-ବାହାର କରୁଥିଲେ, କାର୍ତ୍ତିକ ଭାରତ ପାଇଁ ଅନେକ ମ୍ୟାଚ ଜିତେଇଥିବା ଭଳି ଇଂସନ ଖେଳିଥିଲେ ଏବଂ ଏକ ଉତ୍କୃଷ୍ଟ ଫିନିଶରର ଭୂମିକା ଗ୍ରହଣ କରିଥିଲେ। କିନ୍ତୁ ତାଙ୍କୁ ଦଳରୁ ବାହାର କରିଦିଆଯିବା କାହାରିକୁ ବୁଝା ଆସିନଥିଲା।

ଦିନେଶ କାର୍ତ୍ତିକ ବର୍ତ୍ତମାନ ୧ବର୍ଷରୁ ଅଧିକ ସମୟ ଧରି ଭାରତୀୟ ଦଳରୁ ବାହାରେ ଅଛନ୍ତି।

୩। କରୁଣ ନାୟର:-

କରୁଣ ନାୟରଙ୍କୁ ଦଳରୁ ବାହାରିବା ବାଟ ସେତେବେଳେ ଦେଖାଇ ଦିଆଯିବା ପୂର୍ବରୁ ସେ ଦଳ ପାଇଁ ତୃତୀୟ ଶତକ ଲଗାଇଥିଲେ। ତେବେ ତାଙ୍କର ଏହି ଇନିଂସ ପରେ ମଧ୍ୟ ତାଙ୍କୁ ପ୍ଲେଇଙ୍ଗ ଇଲେଭେନରୁ ବାହାର କରିଦିଆ ଯାଇଥିଲା। ତ୍ତେଷ୍ଟ ଦଳରେ ଏହି ଖେଳାଳିଙ୍କୁ କୌଣସି ସୁଯୋଗ ମିଳିନଥିଲା। ବର୍ତ୍ତମାନ ଏହି ଖେଳାଳିଙ୍କର ଭାରତୀୟ ଦଳରେ ପ୍ରତ୍ୟାବର୍ତ୍ତନ ହୋଇପାରିବ ନାହିଁ।

୪। ରବିନ ଉତ୍ଥାପା:-

ଭାରତୀୟ ଦଳରେ ଏହି ବ୍ୟାଟ୍ସମ୍ୟାନ ପ୍ରତିଭାରେ ପରିପୂର୍ଣ। ଏହି ବ୍ୟାଟ୍ସମ୍ୟାନ ଦଳରେ ନିଜର ସ୍ଥାନ ସୃଷ୍ଟି କରୁଥିଲେ। ନିଜର ପ୍ରଥମ ମ୍ଯାଚରେ ଏହି ଖେଳାଳି ବହୁତ ଭଲ ଇନିଙ୍ଗ୍ସ ଖେଳିଥିଲେ। କିନ୍ତୁ ଏହାପରେ ଧୀରେ ଧୀରେ ସେ ତଳ କ୍ରମରେ ବ୍ୟାଟିଂ କରିବାକୁ ଆସିଲେ। ଯାହାପରେ ଏହି ଖେଳାଳିଙ୍କର ଫର୍ମ ଚାଲିଗଲା ଓ ଏହି ଖେଳାଳି ଅଧିକ ଖେଳିପାରିଲେ ନାହିଁ।

୫। ଅମିତ ମିଶ୍ରା:-

ଭାରତୀୟ ଦଳର ଏହି ଖେଳାଳି ନିଜର ଶେଷ ମ୍ଯାଚରେ ମ୍ୟାନ ଅଫ ଦ ମ୍ଯାଚ ହୋଇଥିଲେ। ଏହା ପରେ ମଧ୍ୟ ଏହି ଖେଳାଳିଙ୍କୁ ଦଳରୁ ବାହାର କରିଦିଆଗଲା। ଏହା ପରେ ଏହି ଖେଳାଳିଙ୍କୁ ସୁଯୋଗ ମିଳିନଥିଲା। ଆଗକୁ ମଧ୍ୟ ଏହି ଖେଳାଳିଙ୍କୁ ସୁଯୋଗ ମିଳିବ ବୋଲି ଜଣାପଡୁନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *