ନିଜର ପରିଶ୍ରମ ବଳରେ ନିଧି ସିବାଚ ହେଲେ IAS ଅଫିସର । ବିନା କୋଚିଂରେ ପାଇଛନ୍ତି ଏହି ସଫଳତା,ଜାଣନ୍ତୁ ତାଙ୍କ ସଫଳତାର ସଂଘର୍ଷ ବିଷୟରେ

ଏହି ଦୁନିଆର ପ୍ରତ୍ୟେକ ବ୍ୟକ୍ତି କିଛି ନା କିଛି ପାଇବାକୁ ଚାହିଁଥାଏ କେବଳ ପାଇବାକୁ ଇଛା କଲେ କିଛି ହେବନାହିଁ ଏଥିପାଇଁ କଠିନ ପରିଶ୍ରମ ଓ ନିଷ୍ଠାର ସହିତ ଗଲେ ଆପଣ ସଫଳତା ଓ ନିଜର ଲକ୍ଷ୍ୟକୁ ହାସଲ କରିପାରିବେ । ଏମିତିରେ ଦେଖିବାକୁ ଗଲେ ସବୁ ଲୋକ ସଫଳତା ପାଇଁ କଠିନ ପରିଶ୍ରମ କରିଥାନ୍ତି କିନ୍ତୁ କିଛି ଲୋକ ସଫଳତା ପାଇଥାନ୍ତି । ସଫଳତା ରାସ୍ତାରେ ବହୁତ ସାରା ବାଧା ଆସିଥାଏ ଏହାକୁ ଯିଏ ପାର କରିଦେଇଥାଏ ସେ ହିଁ ଆଗକୁ ବଢିଥାଏ ।

ଆଜି ଆମେ ଆପଣଙ୍କୁ ନିଧି ସିବାଚଙ୍କ ଏକ ସଫଳତା କାହାଣୀ ବିଷୟରେ କହିବାକୁ ଯାଉଛୁ । ନିଧି ସିବାଚଙ୍କ ଲକ୍ଷ୍ୟ ଥିଲା କି, ଜଣେ ଆଇଏଏସ ଅଫିସର ହେବାପାଇଁ କିନ୍ତୁ ତାଙ୍କ ସଫଳତା ଆଗରେ ପରିବାର ବାଧା ଥିଲା କିନ୍ତୁ ସେ ହାର ନମାନି କଠିନ ପରିଶ୍ରମ କରିଥିଲେ ଓ ନିଜର ପରିଶ୍ରମକୁ ହତିଆର ରୂପରେ ବ୍ୟବହାର କରି ସେ ଆଜି ଏ ସଫଳତା ହାସଲ କରିଛନ୍ତି ।

ଆପଣଙ୍କୁ ଜଣାଇଦେଉଛୁ କି, ନିଧି ହରିଆନାର ଗୁରୁଗ୍ରାମର ଅଟନ୍ତି । ତାଙ୍କର ପିଲାବେଳର ପାଠପଢ଼ା ମଧ୍ୟ ଏହିଠାରେ ହୋଇଥିଲା ଓ ସେ ଗ୍ରାଜୁଏସନ ମଧ୍ୟ ହରିଆନାରେ ସମାପ୍ତ କରିଥିଲେ । ମେକାନିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିବାପରେ ତାଙ୍କୁ ଏକ ପ୍ରାଇଭେଟ କମ୍ପାନୀରେ ଚାକିରୀ ଲାଗିଥିଲା । ସେ ସେହି କମ୍ପାନୀରେ 2 ବର୍ଷ କାମ କରିଥିଲେ କିନ୍ତୁ ତାଙ୍କର ମନ ସେ କାମରେ ନଥିଲା । ସେ ଅନ୍ୟ କିଛି କରିବାକୁ ଚାହୁଁଥିଲେ ।

ଏହାପରେ ନିଧି ୟୁପିଏସସି ପାଇଁ ସ୍ୱପ୍ନ ଦେଖିବା ଆରମ୍ଭ କରିଦେଲେ ଓ ଏହାକୁ ପାଇବାପାଇଁ ଲଗାତାର କଠିନ ପରିଶ୍ରମ କରୁଥିଲେ । ୟୁପିଏସସି ପରୀକ୍ଷା ବହୁତ ସହଜ ନୁହେଁ ଏହାକୁ କ୍ରାକ କରିବାକୁ କୋଚିଂର ଆବଶ୍ୟକ କିନ୍ତୁ ବିନା କୌଣସି କୋଚିଂରେ ନିଜ ପରିଶ୍ରମ ବଳରେ ସେ ପରୀକ୍ଷା ପାଇଁ ପ୍ରସ୍ତୁତି କରିବାକୁ ଲାଗିଲେ । ତାଙ୍କ ପରିବାରକୁ ସେହି ସମୟରେ ତାଙ୍କର ବିବାହର ଚିନ୍ତା ଥିଲା ।

ଦୁଇଥର ଅସଫଳ ହେବାପରେ ପରିବାର ଲୋକ ତାଙ୍କୁ କହିଥିଲେ କି, ତୃତୀୟ ପରୀକ୍ଷା ଅନ୍ତିମ ପରୀକ୍ଷା ହେବ । ଏଥିରେ ଅସଫଳ ହେଲେ ତାଙ୍କର ବିବାହ କରାଇ ଦିଆଯିବ । ଏହାକୁ ଆଖି ଆଗରେ ରଖି ନିଧି ଦୀର୍ଘ 6 ମାସ ପର୍ଯ୍ୟନ୍ତ କଠିନ ପରିଶ୍ରମ କରିଥିଲେ ଓ ଘର ଲୋକଙ୍କ ସହିତ ମଧ୍ୟ କଥାବାର୍ତ୍ତା କରିନଥିଲେ ଓ ପରେ ସେ ତୃତୀୟ ପରୀକ୍ଷା ଦେଇ ସଫଳତା ହାସଲ କଲେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *