ମହେଶ ଭଟ୍ଟ କରାଇ ଦେବାକୁ ଚାହୁଁନାହାଁନ୍ତି ନିଜ ଝିଅ ଆଲିଆ ଭଟ୍ଟଙ୍କ ବିବାହ,ଜାଣନ୍ତୁ କଣ ରହିଛି ଘଟଣା ପଛର ରହସ୍ୟ

ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ବିବାହର ଖବର ଚର୍ଚ୍ଚାରେ ରହିଛି | ତେବେ ତାଙ୍କ ବାପା ମହେଶ ଭଟ୍ଟ ଚାହୁଁନାହାଁନ୍ତି ଯେ ସେ ଏତେ ଶୀଘ୍ର ବିବାହ କରନ୍ତୁ | ବାସ୍ତବରେ, ମହେଶ ଭଟ୍ଟ ନିଜ ଝିଅମାନଙ୍କୁ ନେଇ ବହୁତ ପଜେସିଭ ଅଟନ୍ତି ଏବଂ ସେ ନିଜ ଝିଅମାନଙ୍କୁ ନିଜ ଆଖି ଆଗରୁ ଦୂରେଇ ଦେବାକୁ ଚାହାଁନ୍ତି ନାହିଁ | କେବଳ ଏତିକି ନୁହେଁ ମହେଶ ଭଟ୍ଟ ଚାହୁଁନାହାଁନ୍ତି ଯେ ଆଲିଆ ବର୍ତ୍ତମାନ ବିବାହ କରନ୍ତୁ ଏବଂ ତାଙ୍କ ଆଖିରୁ ଦୂରେଇ ଯାଆନ୍ତୁ |

ଗୋଟିଏ ଇଣ୍ଟରଭିୟୁ ସମୟରେ ଆଲିଆ କହିଛନ୍ତି, “ମୋ ବାପା ଆମର ବହୁତ ଯତ୍ନ ନିଅନ୍ତି | ଯଦି ସେ ଚାହିଁବେ ତ ମୋତେ କେବେବି ବିବାହ କରାଇ ଦେବେନାହିଁ |” ଆଲିଆ କହିଛନ୍ତି ଯେ ତାଙ୍କ ବାପା କେବେ କେବେ ତାଙ୍କୁ ବାଥରୁମରେ ବନ୍ଦ କରିଦେବାକୁ ମଧ୍ୟ ଧମକ ଦିଅନ୍ତି | ଆଲିଆ କହିଛନ୍ତି, ” ବିବାହ କଥା ଆସିବା ମାତ୍ରେ ସେ କୁହନ୍ତି ଯେ ମୋତେ ବାଥରୁମରେ ବନ୍ଦ କରିଦେବେ କିନ୍ତୁ ତାଙ୍କ ଆଖି ଆଗରୁ ଦୂରେଇ ଦେବେନାହିଁ |” ଆଲିଆ ଆଗକୁ ଆହୁରି କହିଛନ୍ତି, “ପାପା ଆମକୁ କହିଥିଲେ ଯେ ଆମେ କେବେ ହେଲେ ତାଙ୍କଠାରୁ ଦୂରକୁ ଯାଇପାରିବୁ ନାହିଁ | ସେ ଆମ ବିବାହ କରିବାକୁ ଚାହାଁନ୍ତିନାହିଁ, କାରଣ ତାଙ୍କୁ ଭୟ ଅଛି ଯେ କେଲେ ମୁଁ ତାଙ୍କଠାରୁ ଦୂରକୁ ଚାଲିଯିବି |”

ନିକଟରେ ଆଲିଆ ଭଟ୍ଟ ପାଳନ କରିଥିଲେ ନିଜର ଜନ୍ମଦିନ :-

ନିକଟରେ ଆଲିଆ ଭଟ୍ଟ ନିଜର ୨୮ ତମ ଜନ୍ମଦିନ ସେଲିବ୍ରେଟ କରିଛନ୍ତି | ଏହି ବାର୍ଥ ଡେ ପାର୍ଟୀରେ ବଲିଉଡର ଅନେକ ଷ୍ଟାର ସାମିଲ ହୋଇଥିଲେ | ଆଲିଆଙ୍କ ବାର୍ଥ ଡେ ପାର୍ଟିର ଆୟୋଜନ ଫିଲ୍ମମେକର କରଣ ଜୋହର କରିଥିଲେ | ଏହି ପାର୍ଟିରେ ଦୀପିକା ପାଦୁକୋନ, ଆୟାନ ମୁଖାର୍ଜୀ, ଅର୍ଜୁନ କପୁର ଏବଂ ମଲାଇକା ଆରୋଡା ଭଳି ଅନେକ ସେଲିବ୍ରିଟି ଯୋଗ ଦେଇଥିଲେ | ଏହି ପାର୍ଟିରେ ତାଙ୍କ ବୟଫ୍ରେଣ୍ଡ ତଥା ଅଭିନେତା ରଣବୀର କପୁର ପହଞ୍ଚିପାରିନଥିଲେ, କାରଣ ସେ ଆଜିକାଲି କରୋନା ପଜିଟିଭ ଅଟନ୍ତି |

ଖୁବଶୀଘ୍ର ଫିଲ୍ମ RRR ରେ ଦେଖାଦେବେ :-

ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ, ଖୁବଶୀଘ୍ର ଆଲିଆ ଫିଲ୍ମ RRR ରେ ଦେଖାଦେବେ | ଏହି ଫିଲ୍ମରେ ଆଲିଆ ଭଟ୍ଟଙ୍କ ଫାର୍ଷ୍ଟ ଲୁକ ସାମ୍ନାକୁ ଆସିଯାଇଛି | ଏହି ଫିଲ୍ମରେ ଏହି ଅଭିନେତ୍ରୀ ସୀତା ଭୂମିକାରେ ଦେଖାଯିବେ | ଯେଉଁ ଫଟୋ ସମ୍ନାକୁ ଆସିଛି, ସେଥିରେ ସୀତାଙ୍କ ଲୁକରେ ଆଲିଆ ଏତେ ଭଲ ଦେଖାଯାଉଛନ୍ତି ଯେ ଫିଲ୍ମ ପାଇଁ ଲୋକଙ୍କ ମନରେ ଉସ୍ଚୁକତା ଆହୁରି ବଢ଼ିଯିବ | ଏହି ଫିଲ୍ମକୁ ବାହୁବଳୀ ଖ୍ୟାତି ନିର୍ଦ୍ଦେଶକ ଏସଏସ ରାଜାମୌଲି ନିର୍ଦ୍ଦେଶନା ଦେଉଛନ୍ତି | ସୀତାଙ୍କ ଚରିତ୍ରରେ ତାଙ୍କର ଏହି ଲୁକ ସାଧାରଣ ହୋଇଥିଲେ ବି ବହୁତ ଶକ୍ତିଶାଳୀ ଅଟେ | ସୂଚନା ପାଇଁ କହିରଖୁଛୁ ଯେ ଏହି ଫିଲ୍ମରେ ଆଲିଆଙ୍କ ସହିତ ଜୁନିଅର ଏନଟିଆର, ଅଜୟ ଦେବଗନ ଏବଂ ରାମ ଚରଣ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖାଯିବେ | ଏହା ଏକ ପିରିୟଡ ଡ୍ରାମା ଫିଲ୍ମ ଅଟେ, ଯେଉଁଥିରେ ଏହି ସମସ୍ତ କଳାକାର ପ୍ରଥମ ଥର ପାଇଁ ଗୋଟିଏ ସ୍କ୍ରିନରେ ଏକାଠି ଦେଖାଯିବେ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *