ସରକାରୀ ସ୍କୁଲରେ କାରନାମା : ମଧ୍ୟାହ୍ନ ଭୋଜନରେ ପିଲାଙ୍କ ପାଇଁ ଖାଇବାକୁ ଆସିଲା ପଶୁଙ୍କ ଖାଇବା,ଜାଣନ୍ତୁ ପୁରା ଖବର

ବର୍ତ୍ତମାନ ପ୍ରତ୍ୟେକ ସରକାରୀ ବିଦ୍ୟାଳୟରେ ପିଲା ମାନଙ୍କୁ ମିଡ ଡେ ମିଲ ଖାଇବାକୁ ଦିଆଯାଇଥାଏ । ପ୍ରାୟ ସମୟରେ ଏହି ଖାଦ୍ୟର ଗୁଣବତ୍ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥାଏ । ଏବେ ମହାରାଷ୍ଟ୍ରର ପୁନେ ସହରର ଏକ ସରକାରୀ ସ୍କୁଲ ସାମ୍ନାକୁ ଆସିଛି । ଆ-ରୋ-ପ ଏହା ହେଉଛି କି, ସେଠାରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ପଶୁଙ୍କ ଖାଦ୍ୟ ସପ୍ଲାଏ କରାଯାଉଛି ।

ଘଟଣାଟି ପୁନେର ସ୍କୁଲ ନମ୍ବର୍ 58 ର ଅଟେ । ଯେତେବେଳେ ଖାଦ୍ୟ ଟ୍ରକରୁ କଢ଼ାଯାଉଥିଲା ସେତେବେଳେ ଦେଖାଯାଇଥିଲା କି, ମଧ୍ୟାହ୍ନ ଭୋଜନ ପାଇଁ ବିଦ୍ୟାଳୟକୁ ପଶୁ ମାନଙ୍କ ଚାରା ଆସୁଛି । ଏହା ଦେଖି ଅଧିକାରୀ ବ୍ୟସ୍ତ ହୋଇଗଲେ ଓ ତୁରନ୍ତ ଏହାର ଖବର ଫୁଡ଼ ଆଣ୍ଡ ଡ୍ରଗ୍ସ ଆଡ଼ମିନିଷ୍ଟ୍ରେସନକୁ ଜଣାଇଥିଲେ ।

ସୂଚନା ମିଳୁମିଳୁ FDA ତୁରନ୍ତ ଆସି ବିଦ୍ୟାଳୟରେ ପହଞ୍ଚିଥିଲେ ଓ ସେହି ଖାଦ୍ୟ ଗୁଡିକୁ ଜ-ବ-ତ କରିନେଇଥିଲେ। ବର୍ତ୍ତମାନ ଏହି ଖବର ପୁନେରେ ବହୁତ ଚର୍ଚ୍ଚାର ବିଷୟ ହୋଇଯାଇଛି । ଲୋକମାନେ ଆଲୋଚନା କରୁଛନ୍ତି କେମିତି ଏତେ ବଡ଼ ଭୁଲ ହୋଇଗଲା ଓ ପିଲାମାନଙ୍କ ପାଇଁ ପଶୁ ଖାଇବା !

ମାମଲା ତୁରନ୍ତ ଦୋ-ଷୀ ମାନଙ୍କ ଉପରେ ଆକ୍ସନ ନେବାକୁ ବାଧ୍ୟ କରିଥିଲା । ଏହାମଧ୍ୟରେ ପୁନେର ମେୟର ମୁରଲୀଧର ମୋହଲଙ୍କ ଏକ ଭିଡ଼ିଓ ସାମ୍ନାକୁ ଆସିଲା । ତାଙ୍କ କହିବା କଥା ହେଲା:- ମଧ୍ୟାହ୍ନ ଭୋଜନ ସ୍କିମ ରାଜ୍ୟ ସରକାରଙ୍କ ଦ୍ଵାରା ଚଳାଯାଉଛି । ମୁନିସିପାଲିଟି କର୍ପୋରେସନକୁ ପିଲାଙ୍କୁ ଖାଇବା ସପ୍ଲାଏ କରିବାର ଦାୟିତ୍ବ ମିଳିଛି । ଏହା ବହୁତ ଦୁଃଖର ବିଷୟ ଅଟେ କି, ଛୋଟ ପିଲାଙ୍କୁ ପଶୁଙ୍କ ଖାଇବା ଦିଆଯାଉଛି ଓ ଆମେ ଯାଞ୍ଚ କରୁଛୁ ଏଥିରେ ଦୋଷୀକୁ ଉଚିତ ଦ-ଣ୍ଡ ମିଳିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *