ଆନ୍ଦୋଳନ ମଧ୍ୟରେ ମୋଦୀ ସରକାର ଚାଷୀଙ୍କ ଖାତାରେ ଦେବାକୁ ଯାଉଛନ୍ତି ୨୦୦୦ ଟଙ୍କାର କିସ୍ତି, ଲିଷ୍ଟରେ ନାମ ନଥିଲେ କରନ୍ତୁ ଏହି କାମ

ମାର୍ଚ୍ଚ ଆର୍ଥିକ ବର୍ଷର ଶେଷ ମାସ ହୋଇଥାଏ, ଯେଉଁଥିରେ ସରକାର ନିଜର ଖଜଣାର ହିସାବରୁ ପରବର୍ତ୍ତୀ ପ୍ଲାନିଂ ପ୍ରସ୍ତୁତ କରନ୍ତି, ଯାହାକୁ ନେଇ ସମସ୍ତଙ୍କୁ ବହୁତ ଆଶା ରହିଥାଏ | ମାର୍ଚ୍ଚ ମାସରେ ହିଁ କୃଷକଙ୍କ ଖାତାରେ ପିଏମ କିସାନ ସମ୍ମାନ ନିଧିର ଅଷ୍ଟମ କିସ୍ତି ଆସିବାକୁ ଯାଉଛି |

ଅନ୍ୟପକ୍ଷରେ, କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା କୃଷି ନିୟମ ବିରୁଦ୍ଧରେ କୃଷକମାନେ ଜାତୀୟ ରାଜଧାନୀର ଚାରିପାଖରେ କ୍ୟାମ୍ପ ଲଗାଇ ବସିଛନ୍ତି | ଏକାଦଶ ଥର ଆଲୋଚନା ପରେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ସମାଧାନ ହୋଇପାରି ନାହିଁ | ସରକାର କୃଷି ଆଇନରେ ସଂଶୋଧନ କରିବାକୁ ପ୍ରସ୍ତୁତ ଅଛନ୍ତି, କିନ୍ତୁ ଚାଷୀଙ୍କୁ ରଦ୍ଦ ଠାରୁ କମ ଆଉ କିଛି ଦରକାର ନାହିଁ |

ଏଭଳି ପରିସ୍ଥିତିରେ ମୋଦୀ ସରକାର କୃଷକମାନଙ୍କୁ ଲୋଭ ଦେଖାଇବା ପାଇଁ ଖୁବଶୀଘ୍ର ପିଏମ କିସାନ ସମ୍ମାନ ନିଧିର ଅଷ୍ଟମ କିସ୍ତି ଖାତାରେ ଦେବାକୁ ଯାଉଛନ୍ତି | ଏହି କିସ୍ତି ଅନୁଯାୟୀ କୃଷକଙ୍କ ଖାତାରେ ୨୦୦୦ ଟଙ୍କା ଦିଆଯାଇଥାଏ |

କୃଷକଙ୍କ ଆୟ ବଢାଇବା ପାଇଁ ସରକାର ବର୍ଷକୁ ଦୁଇ ହଜାର ଟଙ୍କା ଲେଖାଏ ୩ କିସ୍ତି ପଠାଇଥାନ୍ତି | ଏହି ଯୋଜନାରୁ ପ୍ରାୟ ୧୧ କୋଟି କୃଷକ ଉପକୃତ ହୁଅନ୍ତି | ସେହିପରି ପିଏମ କିସାନ ସମ୍ମାନ ନିଧି ଯୋଜନାର ଫାଇଦା ନେବାପାଇଁ ଡିସେମ୍ବର ୧, ୨୦୧୯ ଠାରୁ ଆଧାର ନମ୍ବର ମଧ୍ୟ ଆବଶ୍ୟକ ଅଟେ | ବ୍ୟାଙ୍କ ଆକାଉଣ୍ଟ ଏବଂ ଆଧାର ନମ୍ବର ଭିତରେ ଲିଙ୍କ ରହିବା ବହୁତ ଜରୁରୀ ଅଟେ, ତେବେ ଯାଇ କୃଷକ ଏହି ଯୋଜନାର ଫାଇଦା ଉଠାଇ ପାରିବ |

ଜାଣନ୍ତୁ କେଉଁ କୃଷକମାନଙ୍କୁ ମିଳିବ ନାହିଁ ଯୋଜନାର ଲାଭ :-

– ଯେଉଁ କୃଷକ ସାମ୍ବିଧାନିକ ପଦବୀରେ ନିଯୁକ୍ତ ଅଛନ୍ତି, ତାଙ୍କୁ ଏହି ଯୋଜନାରୁ ବାହାରେ ରଖାଯାଇଛି |

– ଜିଲ୍ଲା ପଞ୍ଚାୟତ ସଦସ୍ୟ, କାଉନସିଲର, ବିଧାୟକ, ସାଂସଦ, ତାହା ପୂର୍ବତନ ହେଉ କିମ୍ବା ବର୍ତ୍ତମାନର ହୋଇଥାନ୍ତୁ ସେମାନଙ୍କୁ ଯୋଜନାର ଲାଭ ମିଳିବ ନାହିଁ |

– ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ଯେକୌଣସି ବିଭାଗରେ ଯେକୌଣସି ପୋଷ୍ଟରେ ନିଯୁକ୍ତ ହୋଇଥିବା କୃଷକଙ୍କୁ ଏଥିରୁ ବାହାରେ ରଖାଯାଇଛି |

– ସେହି ସବୁ ଲୋକମାନେ, ଯେଉଁମାନଙ୍କୁ ପେନସନ ମିଳିଥାଏ, ସେମାନେ ଏହି ଯୋଜନାର ହକଦାର ନୁହଁନ୍ତି |

– ଆୟକର ଦେଉଥିବା ଲୋକମାନଙ୍କୁ ମଧ୍ୟ ପିଏମ କିସାନ ଯୋଜନାଠାରୁ ଦୂରରେ ରଖାଯାଇଛି |

ଯୋଜନାର ଲାଭ ନ ମିଳିଲେ କରନ୍ତୁ ଏହି କାମ :-

ଯଦି ଆପଣଙ୍କୁ PM-Kisan ର କିସ୍ତି ମିଳିନାହିଁ, ତେବେ ଆପଣ ହେଲ୍ପଲାଇନ ନମ୍ବର (PM-Kisan Helpline) 011-24300606 ରେ ଯୋଗାଯୋଗ କରିପାରିବେ |

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୧,୨୦୧୮ ରେ PM-Kisan Samman Nidhi ଯୋଜନା ଆରମ୍ଭ କରିଥିଲେ | ଏହି ଯୋଜନା ଅଧୀନରେ କୃଷକମାନଙ୍କୁ ପ୍ରତିବର୍ଷ ୬,୦୦୦ ଟଙ୍କା ଆର୍ଥିକ ସାହାଯ୍ୟ ଯୋଗାଇ ଦିଆଯାଏ | ଏହି ସାହାଯ୍ୟ ଦୁଇ ଦୁଇ ହଜାର ଲେଖାଏ ହୋଇ ତିନି କିସ୍ତିରେ କୃଷକମାନଙ୍କ ଖାତାକୁ ଟ୍ରାନ୍ସଫର କରାଯାଇଥାଏ |

ଏପରି କରନ୍ତୁ ରେଜିଷ୍ଟ୍ରେସନ :-

ପିଏମ କିସାନର ଅଫିସିଆଲ ୱେବସାଇଟ Pmkisan.Gov.In କୁ ଯାଆନ୍ତୁ | ଏଠାରେ ଡାହାଣ ପାର୍ଶ୍ୱରେ Farmers Corner ର New Farmer Registration ଅପସନ ଉପରେ କ୍ଲିକ କରନ୍ତୁ | ଏହା ପରେ ଆପଣଙ୍କର ଆଧାର ନମ୍ବର ପ୍ରବେଶ କରିବାକୁ ପଡିବ | ଏହା ପରେ ଆପଣଙ୍କୁ କ୍ୟାପଚା କୋଡ ଦେଇ ନିଜ ରାଜ୍ୟ ବାଛିବାକୁ ପଡିବ | ଆପଣଙ୍କ ସାମ୍ନାରେ ଏକ ଫର୍ମ ଦେଖାଯିବ, ଯେଉଁଥିରେ ଆପଣଙ୍କୁ ନିଜର ସମ୍ପୂର୍ଣ୍ଣ ସୂଚନା ଦେବାକୁ ପଡିବ | ଏହାସହିତ ବ୍ୟାଙ୍କ ଆକାଉଣ୍ଟର ବିବରଣୀ ଏବଂ ଚାଷ ସମ୍ବନ୍ଧୀୟ ସୂଚନା ପୂରଣ କରିବାକୁ ପଡିବ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *