ଦେଖନ୍ତୁ ଭିଡିଓ :- ଜୋର୍ଡାନଙ୍କ ଜବରଦସ୍ତ କ୍ୟାଚ

ଶନିବାର ଦିନ ଭାରତ ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ଶେଷ ଟି ୨୦ ଟେଷ୍ଟ ସିରିଜ ମ୍ୟାଚରେ ଭାରତ ବିଜୟ ହାସଲ କରିଛି। ଏଥି ସହିତ ଟିମ ଇଣ୍ଡିଆ ୫ଟି ବିଶିଷ୍ଟ ଟେଷ୍ଟ ସିରିଜରେ ୩-୨ ରେ ବିଜୟ କରିଛି।

ଗତକାଲି ଭାରତ ପ୍ରଠମେ ବ୍ୟାଟିଂ କରିଥିଲା। ଆଉ ନିର୍ଦ୍ଧାରିତ କରାଯାଇଥିବା ଓଭର ମଧ୍ୟରେ ୨ଟି ୱିକେଟ ହରାଇ ୨୨୪ ରନ କରିଥିଲେ। ପ୍ରଥମ ଓଭରରୁ ରୋହିତ ଶର୍ମା ଭଲ ପ୍ରଦର୍ଶନ ଦେଖାଇଥିଲେ। ରୋହିତ ଶର୍ମା ୩୪ ଟି ବଲରେ ୬୪ ରନ(୪ଟି ଚୌକା,୫ଟି ଛକା) କରିଥିଲେ। ସେହିପରି ଭାବରେ ଟିମର ଅଧିନାୟକ ବିରାଟ କୋହଲି ଓପନିଂ ବ୍ୟାଟିଂ କରିବାକୁ ଆସି ଶେଷ ପଯ୍ୟନ୍ତ ଅପରାଜିତ ରହିଥିଲେ। ଆଉ ସେ ୫୨ ବଲରେ ୮୦ ରନ କରିଥିଲେ।

Google

ରୋହିତ ଶର୍ମା ଆଉଟ ହେବା ପରେ ସୂର୍ଯ୍ୟକୁମାର ଯାଦବ କ୍ରିଜ୍‌କୁ ଓହ୍ଲାଇଥିଲେ। ଆଉ ସେ ଅଧିକ ସମୟ ମଧ୍ୟ ତିଷ୍ଠି ପାରି ନଥିଲେ। କିନ୍ତୁ ସେ ଯେତିକି ସମୟ ବ୍ୟାଟିଂ କରିଥିଲେ ସେତିକିରେ ସମସ୍ତଙ୍କ ମନ କିଣି ନେଇଥିଲେ। ୧୭ଟି ବଲରେ ୩୨ ରନ(୩ଟି ଚୌକା ଓ ୨ଟି ଛକା) କରି ଆଉଟ ହୋଇଥିଲେ।

ହାର୍ଦ୍ଦିକ ପାଣ୍ଡ୍ୟା ୧୭ଟି ବଲରେ ୩୯ ରନ(୪ଟି ଚୌକା, ୨ଟି ଛକା) କରି ଅପରାଜିତ ରହିଥିଲେ।ତେବେ ଭାରତ ବ୍ୟାଟିଂ କରୁଥିବା ସମୟରେ ଇଂଲଣ୍ଡର ଖେଳାଳି କିସ ଜୋର୍ଡାନ ସୂର୍ଯ୍ୟକୁମାର ଯାଦବଙ୍କର କ୍ୟାଚ ଧରିଥିଲେ। ଆଉ ଏହି କ୍ୟାଚ ଧରିବାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲା।

ଇଂଲଣ୍ଡ ଦଳର ବୋଲର ରଶିଦଙ୍କ ଏକ ବଲକୁ ବାଉଣ୍ଡ୍ରି ପାର କରିବାକୁ ଚେଷ୍ଟା କରିଥିଲେ ସୂର୍ଯ୍ୟକୁମାର। ଲାଗୁଥିଲା ଛକା ହୋଇଯିବ। କିନ୍ତୁ, ଜୋର୍ଡାନ ଦୌଡ଼ି ଆସି ବାଉଣ୍ଡ୍ରି ପାଖରେ ଗୋଟିଏ ହାତରେ କ୍ୟାଚ ଧରିଥିଲେ। ଆଉ ସେ ନିୟନ୍ତ୍ରଣ ହରାଇ ବସିଥିଲେ କିନ୍ତୁ ସେ ବାଉଣ୍ଡ୍ରି ପାର କରିବା ପୂର୍ବରୁ ସେଠାରେ ପହଞ୍ଚିଥିବା ଜସନ ରୟଙ୍କ ପାଖକୁ ବଲକୁ ଫୋପାଡି ଦେଇଥିଲେ। ଯାହାଦ୍ବାରା ଭଲ ପ୍ରଦର୍ଶନ କରୁଥିବା ସୂର୍ଯ୍ୟକୁମାର ଆଉଟ ହୋଇଥିଲେ।

ସୂଚନା ଅନୁସାରେ, ଇଂଲଣ୍ଡ ନିର୍ଦ୍ଧାରିତ କରାଯାଇଥିବା ଓଭର ମଧ୍ୟରେ ୮ଟି ୱିକେଟ ହରାଇ ୧୮୮ ରନ କରିଥିଲା। ଯାହାଦ୍ବାରା କି, ଭାରତ ଦଳ ୩୬ ରନରେ ବିଜୟ ହାସଲ କରିଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *