ଟି-୨୦ ସିରିଜ ଜିତିବା ପରେ କ୍ୟାପଟେନ ବିରାଟ କୋହଲିଙ୍କ ବଡ ବୟାନ,ଜାଣନ୍ତୁ କଣ କଣ କହିଲେ କୋହଲି !

ଟେଷ୍ଟ ସିରିଜ ପରେ ଭାରତୀୟ ଦଳ ଇଂଲଣ୍ଡକୁ ଟି-୨୦ ସିରିଜରେ ମଧ୍ୟ ୩-୨ରେ କବ୍ଜା କରି ଧୂଳି ଚଟେଇଲା|ଶେଷ ନିର୍ଣ୍ଣାୟକ ମ୍ୟାଚରେ କ୍ୟାପଟେନ କୋହଲି ନିଜେ ଓପନିଙ୍ଗରେ ଓହ୍ଲାଇଥିଲେ|ସେ ୫୨ ବଲରେ ୮୦ ରନ କରି ଦଳୀୟ ସ୍କୋରକୁ ୨୨୪ରନ ପର୍ଯ୍ୟନ୍ତ ନେଇଯାଇଥିଲେ|ଇଂଲଣ୍ଡ ଏହାଫଳରେ ଚାପରେ ପଡି ୩୬ ରନରେ ମ୍ୟାଚ ହାରିଲା|ସିରିଜ୍ ଜିତିବା ପରେ କ୍ୟାପଟେନ କୋହଲି ବହୁତ ଖୁସି ଦେଖାଯାଉଥିଲେ|ସେ କହିଲେ ଏହା ଆମ ପାଇଁ ପୂର୍ଣ୍ଣ ଖେଳ ଥିଲା|ଆମେ ପୁରାପୁରି ବିପକ୍ଷ ଦଳକୁ ଧରାଶାୟୀ କରିଲୁ|ଆଜି ମଧ୍ୟ ସ୍କୋର ଅଧିକ ଥିଲା ତେଣୁ ପୂର୍ବ ଖେଳ ଭଳି ସାମୁଦାୟିକ ଭାବେ ରନ ଵଞ୍ଚେଇଲୁ|

କୋହଲି କହିଛନ୍ତି ଯେ ଆଜି ଆମେ ପୂରା ଖେଳ ଦେଖେଇଲୁ|ଋଷଭ ଓ ଅୟରକୁ ସୁଯୋଗ ମିଳିନଥିଲା ତଥାପି ଏହା ସହ ଆମେ ୨୨୫ ରନ କରିଥିଲୁ|ଏହା ଆମର ଶକ୍ତିଶାଳୀ ବ୍ୟାଟିଂର ନମୁନା|ଆଜି ରୋହିତ ଓ ମୁଁ ସକରାତ୍ମକ ଆଶାରେ ଆସିଥିଲୁ|ଆମକୁ ଜଣାଥିଲା ଯେ ଆମେ ଜଣେ ଜଣଙ୍କ ଭରସା କରିପାରିବୁ|ଆଜି ରୋହିତ କ୍ଲାସିକ୍ ଥିଲେ|ଏହାପରେ ସୂର୍ଯ୍ୟ ୩ ନମ୍ବରରେ ଆସିଥିଲେ|ସେ ଇଂଲଣ୍ଡ ଠାରୁ ଖେଳ ଦୁରକୁ ନେଇଥିଲେ|ହାର୍ଦ୍ଦିକ ଖେଳକୁ ସମାପ୍ତ କରିଥିଲେ|

କୋହଲି ମଧ୍ୟ କହିଛନ୍ତି ଯେ ଆଗାମୀ ଆଇପିଏଲରେ ମଧ୍ୟ ମୁଁ ଓପନିଙ୍ଗ କରିବାକୁ ଯାଉଛି|ଆମ ସହ ମିଡିଲରେ କିଛି ଭଲ ବ୍ୟାଟ୍ସମ୍ୟାନ୍ ଅଛନ୍ତି ଯାହା ଫଳରେ ଆମର ମଧ୍ୟମ କ୍ରମ ମଜବୁତ|ନିଶ୍ଚିତ ଭାବରେ ରୋହିତଙ୍କୁ ଆମେ ଶିର୍ଷରେ ଆଣିଵାକୁ ପସନ୍ଦ କରିବୁ|ଯେତେବେଳେ ଆମ ମଧ୍ୟରେ ଜଣେ ମଧ୍ୟ ସେଟ୍ ହୋଇଥାଏ ଅନ୍ୟ ଲୋକ ବହୁତ ଆତ୍ମବିଶ୍ବାସ ଅନୁଭବ କରେ|ଏହା ଦଳ ପାଇଁ ଭଲ|

କୋହଲି କହିଛନ୍ତି ଭୁବି ପ୍ରତ୍ୟାବର୍ତନ କରୁଛନ୍ତି ଓ ବୋଲିଙ୍ଗ କରୁଛନ୍ତି|ଏବେ ଜସ୍ସୀଙ୍କୁ ପ୍ରତ୍ୟାବର୍ତ୍ତନ କରିବାର ଅଛି|ପନ୍ତ ଶୃଙ୍ଖଳା ମାଧ୍ୟମରେ ବହୁ ପରିପକ୍ୱତା ଦେଖାଇଥିଲେ|ଅଷ୍ଟ୍ରେଲିଆରେ ଏହି ଶୃଙ୍ଖଳା ପରେ ଠାକୁରଙ୍କ ଆତ୍ମବିଶ୍ବାସ ସ୍ତର ଆକାଶଛୁଆଁ ରହିଛି|ସେ ବୋଲିଙ୍ଗ ସହ ବ୍ୟାଟିଂରେ ମଧ୍ୟ ରନ ଦେବେ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *