ଦେଖନ୍ତୁ ଭିଡ଼ିଓ : ହେଲିକ୍ୟାପ୍ଟର ଲାଞ୍ଜରେ ଲାଗିଗଲା ବ୍ୟକ୍ତି ଜଣକର ପାରାଚ୍ୟୁଟ,ଆଉ ତା ପରେ ଘଟିଲା….

ସୋସିଆଲ ମିଡିଆରେ ଆଜିର ଦିନ ମାନଙ୍କରେ ଏମିତି ଭିଡ଼ିଓ ଦେଖିବାକୁ ମିଳୁଛି ଯାହାକୁ ଦେଖି ଦାନ୍ତ ତଳେ ଆପଣ ଆଙ୍ଗୁଠି ଚୋବାଇଦେବେ । ଏମିତି ଏକ ଭିଡ଼ିଓ ସାମ୍ନାକୁ ଆସିଛି, ଭିଡ଼ିଓରେ ଏକ ହେଲିକ୍ୟାପ୍ଟରର ଲାଞ୍ଜରେ ବ୍ୟକ୍ତି ଜଣକର ପାରାଚ୍ୟୁଟ ଲାଗିଗଲା ଓ ସେ ଓଲଟା ଅଟକି ଯାଇଥିଲେ ।

ରିପୋର୍ଟ ମୁତାବିକ, ଏହି ଘଟଣା ରୁଷର ଜାବେକାଲସ୍କି କ୍ରାୟ ଅଞ୍ଚଳରେ କାଷ୍ଟକ ଗ୍ରାମର ଅଟେ । ଘଟଣାର ଭିଡ଼ିଓ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ଓ ଏହା ବହୁତ ଜୋରରେ ଇଣ୍ଟରନେଟରେ ଭାଇରାଲ ମଧ୍ୟ ହେବାରେ ଲାଗିଛି। ହେଲିକ୍ୟାପ୍ଟର ସେହି ଅଟକି ରହିଥିବା ବ୍ୟକ୍ତିର ଅବସ୍ଥାକୁ ଦେଖି ବହୁତ ଧୀରେଧିରେ ତଳକୁ ଓହ୍ଲାଇଛନ୍ତି ।

ଏହି ଭିଡ଼ିଓକୁ ମାକ୍ସିମ ଷ୍ଟେଫନୋବିଚ ନାମକ ଏକ ନିବାସୀ ନିଜ କ୍ୟାମେରାରେ ରେକର୍ଡ଼ କରିଥିଲେ ଓ ଏହି ଖବର ପୋଲିସ ଓ ସେନାଙ୍କୁ ଦେଇଥିଲେ ଏହାପରେ ସେ ଏହି ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ଅପଲୋଡ଼ କରିଥିଲେ ।

ମାକ୍ସିମ ଷ୍ଟେଫନୋବିଚ ଏହିସମୟରେ ନିଜ କ୍ୟାମେରା ଜୁମ କରି ଦେଖିଲେ କି, ବ୍ୟକ୍ତି ଜଣକ ପାରାଚ୍ୟୁଟ ହେଲିକ୍ୟାପ୍ଟରରେ ଫସିଯାଇଛି ଓ ଥଣ୍ଡା ପଡିବାରୁ ସେ ବହୁତ ସମସ୍ୟାରେ ମଧ୍ୟ ପଡିଛି ।

ମାକ୍ସିମ କହିଥିଲେ, ସେ ତୁରନ୍ତ ପୋଲିସକୁ ଫୋନ କରି ତୁରନ୍ତ ସେନାଙ୍କୁ ଫୋନ କରିବାକୁ କହିଥିଲେ । ଏହାପରେ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଥିଲା ଓ ଡାକ୍ତରଙ୍କ ତରଫରୁ ସୂଚନା ଆସିଲା କି, ସେ ଆହତ ହୋଇନାହାଁନ୍ତି ବର୍ତ୍ତମାନ ଠିକ ଅଛନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *