ଦେଖନ୍ତୁ ଭିଡ଼ିଓ : ମହିଳା କଳାକାର କରୁଥିଲେ ପରଫର୍ମ, ଅଚାନକ ହରାଇ ବସିଲେ ଚେତନା

ବିଜନେସମ୍ୟାନ ହର୍ଷ ଗୋଏଙ୍କା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି ଏବଂ ପ୍ରାୟତଃ ମଜାଳିଆ ଏବଂ ପ୍ରେରଣାଦାୟକ ଭିଡିଓ ସେୟାର କରିଥାନ୍ତି | ତାଙ୍କର ସବୁ ଭିଡିଓକୁ ଲୋକମାନେ ଖୁବ ପସନ୍ଦ କରିଥାନ୍ତି | ନିକଟରେ ସେ ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି | ଏହି ଭିଡିଓଟି ଅତ୍ୟନ୍ତ ମଜାଳିଆ ଏବଂ ଲୋକମାନେ ଏହାକୁ ବହୁତ ପସନ୍ଦ କରୁଛନ୍ତି | ଏହି ଭିଡିଓଟି ଏତେ ମଜାଳିଆ ଯେ ଆପଣ ଏହାକୁ ଦେଖିବା ପରେ ହସି ହସି ବେଦମ ହୋଇଯିବେ |

ଦେଖନ୍ତୁ ଭିଡିଓ :-

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ୩୦ ସେକେଣ୍ଡର ଭିଡିଓରେ ଆପଣ ଦେଖିବେ ଯେ ଦୁଇଜଣ ମହିଳା କଳାକାର ଷ୍ଟେଜ ଉପରେ ଗୀତ ଗାଉଛନ୍ତି | ଦୁହେଁ ଏକାଠି ବସି ଗୀତ ଗାଉଛନ୍ତି | କିନ୍ତୁ, ଦୁହେଁ ଏତେ ଉତ୍ସାହରେ ଗୀତ ଗାଉଛନ୍ତି, ଦୁହେଁ ଗୀତ ଗାଉ ଗାଉ ଏତେ ହଜିଯାଇଛନ୍ତି ଯେ ସେମାନଙ୍କୁ ଦେଖି ଏପରି ଲାଗୁଛି, ଯେପରି ନିଜର ଚେତନା ହରାଇ ବସିଛନ୍ତି | ହର୍ଷ ଗୋଏଙ୍କା ଏହି ଭିଡିଓ ସହିତ
ଏକ ମଜାଦାର କ୍ୟାପସନ ମଧ୍ୟ ଲେଖିଛନ୍ତି | ସେ ଲେଖିଛନ୍ତି, ‘ ଟୀକାର ଦ୍ୱିତୀୟ ଡୋଜ ଲଗାଇବା ପରେ |’

ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି ଏବଂ ବହୁତ ଉପଭୋଗ କରୁଛନ୍ତି | ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷରୁ ମଧ୍ୟ ଅଧିକ ଥର ଦେଖାଗଲାଣି | ଏହା ସହିତ ଲୋକମାନେ ଏହି ଭିଡିଓ ଉପରେ ମଜାଳିଆ କାମେଣ୍ଟସ ମଧ୍ୟ କରୁଛନ୍ତି | ଜଣେ ୟୁଜର ଲେଖିଛନ୍ତି, ‘ ଭାଙ୍ଗର ନିଶା ଜୋଗିରା ସା ରା ରା |’ ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି – ‘ଟିକାର ରିଆକ୍ସନ’ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *