ସଚିନ ତେନ୍ଦୁଲକରଙ୍କ ଅଧିନାୟକତ୍ୱରେ ଶ୍ରୀଲଙ୍କା ସହିତ ରୋଡ଼ ସେଫଟି ଫାଇନାଲ୍ ମ୍ୟାଚ ଖେଳିବ ଭାରତ । ଜାଣନ୍ତୁ କେଉଁଠାରେ ଓ କେବେ ହେବ ମ୍ୟାଚ

ରୋଡ଼ ସେଫଟି ବିଶ୍ୱ ସିରିଜର ଫାଇନାଲ ତୟ ହୋଇସାରିଛି। ଶୁକ୍ରବାର ଦିନ ସାଉଥ ଆଫ୍ରିକା ଲେଜେଣ୍ଡସ ଓ ଶ୍ରୀଲଙ୍କା ଲେଜେଣ୍ଡସ ମଧ୍ୟରେ ହୋଇଥିବା ମ୍ୟାଚରେ ଶ୍ରୀଲଙ୍କା ଲେଜେଣ୍ଡସ ସାଉଥ ଆଫ୍ରିକାକୁ ପରାସ୍ତ କରିଦେଇଛି । ଭାରତ ଓ ଶ୍ରୀଲଙ୍କା ଲେଜେଣ୍ଡସ ମଧ୍ୟରେ ଫାଇନାଲ ମ୍ୟାଚ ମାର୍ଚ୍ଚ 21 ତାରିଖରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ହେବାକୁ ଯାଉଛି।

ସଚିନ ତେନ୍ଦୁଲକରଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ସେମିଫାଇନାଲରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଜବରଦସ୍ତ ବିଜୟ ହାସଲ କରିଥିଲା । ଯୁବରାଜ ସିଂହ ଏହି ମ୍ୟାଚରେ ପୁଣି ଗୋଟିଏ ଓଭରରୁ 4ଟି ଛକା ମାରି ହଇଚଇ ସୃଷ୍ଟି କରିଥିଲେ ।

ଶୁକ୍ରବାର ସେମିଫାଇନାଲ ମ୍ୟାଚରେ ଶ୍ରୀଲଙ୍କା ଦଳ ସାଉଥ ଆଫ୍ରିକା ବିପକ୍ଷରେ ଶାନଦାର ବିଜୟ ହାସଲ କଲେ । ଦଳ ବିଜୟର ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ନୁଆନ କୁଲାସେକାରା, ସେ ଏହି ମ୍ୟାଚରେ 5ଟି ଉଇକେଟ ନେଇଥିଲେ ।

ସାଉଥ ଆଫ୍ରିକା ଦଳ 20 ଓଭରରେ 125 ରନ କରିଥିଲା । ବିଜୟ ଲକ୍ଷ୍ୟକୁ ଆଖି ଆଗରେ ରଖି ଶ୍ରୀଲଙ୍କା ଦଳ 18 ଓଭରରେ 8 ଉଇକେଟ ହରାଇ ବିଜୟ ହାସଲ କରିଥିଲା ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *