ଭାରତ ବନାମ ଇଂଲଣ୍ଡ : ମ୍ୟାଚ ସମୟରେ ଦୁଇଟି ଟୋପି କ,ଣ ପାଇଁ ପିନ୍ଧନ୍ତି ଇଂଲଣ୍ଡ ଅଧିନାୟକ ଇଆନ ମୋର୍ଗାନ,ଜାଣନ୍ତୁ କାରଣ

ଇଂଲଣ୍ଡ ବିପକ୍ଷ ଚତୁର୍ଥ ମ୍ୟାଚରେ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ ସହିତ ବିଜୟ ହାସଲ କରିଛି । ଏମିତିରେ ଦଳର ଆତ୍ମବିଶ୍ବାସ ବର୍ତ୍ତମାନ ଉଚ୍ଚରେ ରହିଛି । ସମସ୍ତଙ୍କ ନଜର ବର୍ତ୍ତମାନ ଶନିବାର ହେବାକୁ ଥିବା ଶେଷ t-20 ମ୍ୟାଚ ଉପରେ ରହିବ । ଏହିସମୟରେ ଇଂଲଣ୍ଡ ଅଧିନାୟକ ଚର୍ଚ୍ଚାରେ ରହିଛନ୍ତି କାରଣ ସେ ଚାରୋଟି ମ୍ୟାଚରେ ଦୁଇଟି କ୍ୟାପ ପିନ୍ଧିଥିବାର ନଜର ଆସିଥିଲେ । କ୍ରିକେଟ ଫ୍ୟାନ୍ସ ମାନଙ୍କ ମଧ୍ୟରେ ଏହି ଚର୍ଚ୍ଚା ଜାରି ରହିଛି । ମୋର୍ଗାନ ସର୍ବଦା ଦୁଇଟି କ୍ୟାପ ପିନ୍ଧିଥିବାର କାରଣ କଣ, ଏହାସବୁ ଜାଣିବାକୁ ଚାହାଁନ୍ତି।

ମୋର୍ଗାନ ଏହା ଏଥିପାଇଁ କରନ୍ତି କାରଣ କୋଭିଡ ପୂର୍ବରୁ ବୋଲର ମାନଙ୍କୁ ବୋଲିଂ କରୁଥିବା ସମୟରେ ନିଜ ଜିନିଷ ଅମ୍ପାୟାରଙ୍କୁ ଦେବାର ଅନୁମତି ଥିଲା କିନ୍ତୁ କୋଭିଡ ସମୟରେ ସମସ୍ତ ଦଳ ଧ୍ୟାନର ସହକାରେ ଏକ ମାନଦଣ୍ଡ ନିୟମ ଅନୁସାରେ ନିଜର କ୍ୟାପକୁ କେବଳ ନିଜ ଦଳର ଖେଳାଳିଙ୍କୁ ଦେଇପାରିବେ ।

ନିୟମ କଣ କହେ ? :-

ନିୟମ କହିଥାଏ, ଅନଫିଲଡ଼ ପ୍ରୋଟୋକଲ ଅନୁସାରେ, ଅନୱାଣ୍ଟେଡ଼ ବଡ଼ି କନେକ୍ଟ ନହେବା ଦରକାର । ଅମ୍ପାୟାର କିମ୍ବା ଦଳର ସାଥି ମାନଙ୍କୁ ଟାଉଲ, ଟୋପି, ଚଷମା ଆଦି ନଦେବା ଆବଶ୍ୟକ ।

ପ୍ରତ୍ୟେକ ଖେଳାଳିଙ୍କୁ ନିଜର ଜିନିଷ ପ୍ରତି ଦାୟିତ୍ୱବାନ ହେବା ଉଚିତ । ଏହି ନୂଆ ନିୟମ ଦ୍ୱାରା ବୋଲର ଅମ୍ପାୟାରଙ୍କୁ ଟୋପି ଦେବା ପ୍ରତିବନ୍ଧିତ ହୋଇଗଲା । ସେଥିପାଇଁ ମୋର୍ଗାନ ଟୋପି ପିନ୍ଧନ୍ତି ।

କାରଣ ଖେଳାଳି ଗୋଟିଏ ବାୟୋ ବବଲରେ ରୁହନ୍ତି ସେଥିପାଇଁ ତାଙ୍କୁ ଜଣେ ଆଉଜଣଙ୍କର ଜିନିଷ ଧରିବା ଅନୁମତି ଥାଏ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *