କୁକିଙ୍ଗ ଆର୍ଟ : କ’ଣ ଆପଣ ଚାପୁଡ଼ା ମାରି ଚିକେନ ପକାଇପାରିବେ ? ଦେଖନ୍ତୁ ଏ ୟୁଟ୍ୟୁବର କେମିତି କରି ଦେଖାଉଛନ୍ତି,ଦେଖନ୍ତୁ ଭିଡ଼ିଓ

ଏହା କୁକିଙ୍ଗ ଆର୍ଟ ଅଟେ …

ଦୁନିଆର ବିଭିନ୍ନ ସ୍ଥାନରେ ରୋଷେଇ କରିବାର ପଦ୍ଧତି ଅଲଗା ଅଲଗା ହୋଇଥାଏ | କିନ୍ତୁ ଖାଦ୍ୟ ରାନ୍ଧିବା ପାଇଁ ଗୋଟିଏ ଜିନିଷ ତ କମନ ହୋଇଥାଏ ନା, ଯାହାକି ନିଆଁ ଅଟେ | ବର୍ତ୍ତମାନ ସୋସିଆଲ ମିଡିଆରେ ଜଣେ ୟୁଟ୍ୟୁବରଙ୍କ ଭିଡିଓ ଚର୍ଚ୍ଚାର ବିଷୟ ପାଲଟିଛି | ସେ ଦାବି କରିଛନ୍ତି ଯେ ସେ ଚିକେନକୁ ଚାପୁଡ଼ା ମାରି-ମାରି ପକାଇଛନ୍ତି | ଅର୍ଥାତ ଚାପୁଡ଼ା ଦ୍ୱାରା ଯେଉଁ ତାପ ବାହାରିଲା, ସେଥିରେ ହିଁ ସେ ଚିକେନ ରୋଷେଇ କରିଛନ୍ତି | ଭିଡିଓରେ ସେ ନିଜ କଥାକୁ ବୈଜ୍ଞାନିକ ଭାବରେ ପ୍ରମାଣ କରୁଥିବାର ମଧ୍ୟ ଦେଖାଯାଉଛି |

ପ୍ରଥମେ ଭିଡିଓ ଦେଖନ୍ତୁ :-

ଏହି ଭିଡିଓକୁ Louis Weisz ନାମକ ୟୁଟ୍ୟୁବ ଚ୍ୟାନେଲରୁ ମାର୍ଚ୍ଚ ୧୪ ତାରିଖରେ ସେୟାର କରାଯାଇଥିଲା, ଯାହାକୁ ଖବର ରୂପରେ ଲେଖାଯିବା ବେଳକୁ ୬୯ ଲକ୍ଷରୁ ଅଧିକ ଭ୍ୟୁ ଏବଂ ୩,୩୦,୦୦୦ ଲାଇକ ମିଳିଛି | ଭିଡିଓର କ୍ୟାପସନରେ ୟୁଟ୍ୟୁବର ଲେଖିଥିଲେ, “ମୁଁ ଗୋଟିଏ ଚିକେନକୁ ଚାପୁଡ଼ା ମାରି ପକାଇଦେଲି |’

କ’ଣ ରହିଛି ଭିଡିଓରେ ?

ଏହି ଭିଡିଓ ୧୩ ମିନିଟର ଅଟେ, ଯେଉଁଥିରେ ୟୁଟ୍ୟୁବର ଗୋଟିଏ ଚାପୁଡ଼ା ମାରିବାର ମେସିନ ମାଧ୍ୟମରେ ଚିକେନ ପକାଇଥାନ୍ତି | ବାସ୍ତବରେ, ଏଥିପାଇଁ ସେ କଞ୍ଚା ଚିକେନକୁ ମେସିନ ତଳେ ରଖନ୍ତି | ମେସିନ ତା ଉପରେ ହଜାର ଚାପୁଡ଼ା ମରିଥାଏ | ଏଥିରୁ ଉତ୍ତାପ ସୃଷ୍ଟି ହୁଏ | ତାପମାତ୍ରା ୬୦ ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚି ଯାଇଥାଏ | ଶେଷରେ ବ୍ୟକ୍ତି ଜଣକ ନିଜର ଏକ୍ସପେରିମେଣ୍ଟରେ ସଫଳ ହୋଇଥାଏ | କାରଣ … ଚାପୁଡ଼ା ଦ୍ୱାରା ରୋଷେଇ ହୋଇଥିବା ଚିକେନକୁ ସେ ଖାଇ କି ମଧ୍ୟ ଦେଖାଉଛନ୍ତି |

ଲୋକମାନେ କଲେ ମଜାଳିଆ କମେଣ୍ଟ :-

ଏହି ଏକ୍ସପେରିମେଣ୍ଟ ଯେଉଁଠି ବହୁତ ଲୋକଙ୍କୁ ଅଜବ ଲାଗିଲା, ସେହିପରି କିଛି ଲୋକ ଏହାକୁ ଥଟ୍ଟା ମଧ୍ୟ କରିବାକୁ ଲାଗିଲେ | ଯେପରି ଜଣେ ୟୁଜର ଲେଖିଛନ୍ତି, ପ୍ରାଚୀନ କାଳରେ ମଣିଷ କଞ୍ଚା ମାଂସ ଖାଉଥିଲା | ବର୍ତ୍ତମାନ ସମୟରେ ନିଆଁରେ ପକାଇ ଖାଉଛି | ଭବିଷ୍ୟତରେ ଚାପୁଡ଼ା ମାରିବ ! ଏହିଭଳି ଲୋକମାନେ ୟୁଟ୍ୟୁବରଙ୍କୁ ଥଟ୍ଟା କରିବାରେ ଲାଗିଛନ୍ତି | ତେବେ ଆପଣ କୁହନ୍ତୁ କେବେ ଭାବିଥିଲେ ଯେ ଚିକେନକୁ ଚାପୁଡ଼ା ମାରି ମଧ୍ୟ ରନ୍ଧା ଯାଇପାରିବ ?

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *