ଭାରତ ଠାରୁ ହାରିବା ପରେ ଇଂଲଣ୍ଡକୁ ଆଇସିସି ଦେଲା ଶକ୍ତ ଝ-ଟ-କା,ଲାଗୁ କଲା ଜୋ-ରି-ମା-ନା,ଜାଣନ୍ତୁ ପୁରା ଖବର

ଭାରତ ବିପକ୍ଷରେ ଚତୁର୍ଥ ଟି-୨୦ ମ୍ୟାଚ ହାରିବା ପରେ ଇଂଲଣ୍ଡକୁ ଆଇସିସି ତରଫରୁ ବଡ ଝ-ଟ-କା ଲାଗିଛି|ଅହମଦାବାଦରେ ଖେଳାଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚରେ ଧିର ଗତିରେ ଓଭର ରେଟ୍ ବନାଇରଖିବା ପାଇଁ ଆଇସିସି ଇଂଲଣ୍ଡ ଖେଳାଳୀମାନଙ୍କ ମ୍ୟାଚ ଫିସ କାଟିଛି|

ଆଇସିସି କ୍ୟାପଟେନ ଇଆନ ମୋର୍ଗାନ ସହ ପୂରା ଦଳର ଧିର ଗତିରେ ଓଭର ରେଟ୍ ବନାଇ ରଖିବା ନିମନ୍ତେ ମ୍ୟାଚ ଫିସର ୨୦% ଜୋରିମାନା ଲଗାଇଛନ୍ତି|ଏମିରେଟ୍ସ ଆଇସିସି ଏଲିଟ୍ ପ୍ୟାନେଲ ଅଫ୍ ମ୍ୟାଚ ରେଫରି ଜବାଗଲ ଶ୍ରୀନାଥ ନିର୍ଧାରିତ ସମୟରେ ୧ ଓଭର କମ ଫିଙ୍ଗିବାରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି|

ଅନ୍ତଃରାଷ୍ଟ୍ରୀୟ କ୍ରିକେଟ ପରିଷଦର ଆଚାର ସଂହିତାର ନ୍ୟୁନତମ ଓଭର ଗତିର ଅ-ପ-ରା-ଧ ସହ ଜଡ଼ିତ ନିୟମ ୨.୨୨ ଅନୁସାରେ ଖେଳାଳି ମାନଙ୍କ ଉପରେ ନିର୍ଧାରିତ ସମୟରେ କମ ଓଭର ଫିଙ୍ଗିଲେ ମ୍ୟାଚର ୨୦% ଜୋ-ରି-ମା-ନା ଲଗାଯାଇଥାଏ|

ଇଂଲଣ୍ଡ କ୍ୟାପଟେନ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଓ ସେ ପ୍ରସ୍ତାବିତ ଜୋରିମାନା କୁ ସ୍ବୀକାର କରିଛନ୍ତି,ଏଥିପାଇଁ ଔପଚାରିକ ଶୁଣାଣି ଦରକାର ନାହିଁ|

କହିରଖେ ଯେ ଅହମଦାବାଦ୍ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଚତୁର୍ଥ ମୁକାବିଲାରେ ଭାରତ ଟସ ହାରି ପ୍ରଥମେ ବ୍ୟାଟିଂ କରି ୧୮୫ ରନ କରିଥିଲେ|ଜଵାବରେ ଇଂଲଣ୍ଡ ଦଳ ୧୭୭ ରନ କରି ଶେଷ ଓଭରରେ ମ୍ୟାଚ ହାରିଥିଲେ|ଭାରତ ପକ୍ଷରୁ ସୂର୍ଯ୍ୟ କୁମାର ଯାଦବ ସର୍ବାଧିକ ୫୭ ରନ ବନାଇଥିଲା ବେଳେ ଶାର୍ଦୁଲ ଠାକୁର ୩ ୱିକେଟ୍ ନେଇଥିଲେ|ଏବେ ଦୁଇ ଦଳ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ସିରିଜର ଶେଷ ତଥା ନିର୍ଣ୍ଣାୟକ ମୁକାବିଲା ୨୦ ମାର୍ଚ୍ଚ ଶନିବାର ଖେଳାଯିବ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *