ରାଜ୍ୟରେ ବନ୍ଦ ହେବ ୧୦୦୦ ହାଇସ୍କୁଲ୍,ଜାଣନ୍ତୁ ପୁରା ଖବର

ପ୍ରାଥମିକ ବିଦ୍ୟାଳୟ ପରେ ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟ,ନୂତନ ଅନୁଦାନପ୍ରାପ୍ତ ମାଧ୍ୟମିକ ବିଦ୍ୟାଳୟ,ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ମଦ୍ରାସା ଓ ସଂସ୍କୃତ ବିଦ୍ୟାଳୟ ଗୁଡ଼ିକୁ ବନ୍ଦ,ମିଶ୍ରଣ ଓ ପୁନର୍ଗଠନ(ରେସନାଲାଇଜେସନ) କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।ପିଲା ସଂଖ୍ୟା ହ୍ରା-ସ ପାଇବା,ପରୀକ୍ଷା ଫଳରେ ହ୍ରା-ସ ପାଇବାକୁ ନଜରରେ ରଖି ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକୁ ବନ୍ଦ କରିବା ସହ ମିଶ୍ରଣ କରିବାକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ନିଷ୍ପତ୍ତି ନେବା ସହିତ ଏକ ଚିଠା ପ୍ରସ୍ତୁତ କରିଛନ୍ତି। ଆଉ ଏହି ଚିଠା ଅନୁମୋଦନ ପାଇଁ ରାଜ୍ୟ ସରକାରଙ୍କ ପାଖକୁ ପଠାଯାଇଛି। ଏହି ଚିଠା କାର୍ଯ୍ୟକାରୀ ହେଲେ ରାଜ୍ୟର ୧୩୫୦ ପୂର୍ଣ୍ଣ ଅନୁଦାନପ୍ରାପ୍ତ ଓ ୩୬୯୫ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ କ୍ଷ-ତିଗ୍ର-ସ୍ତ ହେବ। ମୋଟ ୫୦୪୫ ଟି ବିଦ୍ୟାଳୟ କ୍ଷ-ତିଗ୍ର-ସ୍ତ ପାଇବେ। ଆଉ ହଜାରରୁ ଅଧିକ ବିଦ୍ୟାଳୟ ବନ୍ଦ ହେବାର ସମ୍ଭାବନା ରହିଛି।

ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତିଙ୍କ କହିବା ଅନୁସାରେ, ଏହି ଡ୍ରାଫ୍ଟ ଅନୁଯାୟୀ ରାଜ୍ୟ ସରକାର ରାଜ୍ୟର ଅଧିକାଂଶ ସ୍କୁଲ କମାଇବାପାଇଁ ଯାଉଛନ୍ତି। ବିଦ୍ୟାଳୟ ଗୁଡ଼ିକ ବନ୍ଦ କରାଗଲେ ଓ ମିଶ୍ରଣ କରାଗଲେ ଶିକ୍ଷକ କର୍ମଚାରୀ ମାନଙ୍କର ଭବିଷ୍ୟତ ବିଷୟରେ କହିବାକୁ ଗଲେ, ସେମାନଙ୍କୁ ମହରଗରୁ ନେଇ କାନ୍ତାରରେ ପକାଇବ। ପିଲା ସଂଖ୍ୟା ଓ ପରୀକ୍ଷା ଫଳ ଅନୁସାରେ ସ୍କୁଲ ବନ୍ଦ କରିବା ସମୟରେ ତିନିବର୍ଷ ମଧ୍ୟରେ ଖରାପ ପ୍ରଦ-ର୍ଶନ ଓ ପିଲା ସଂଖ୍ୟା ହ୍ରା-ସକୁ ଗୁରୁତ୍ୱ ନଦେଇ ଗୋଟିଏ ବର୍ଷର ପିଲା ସଂଖ୍ୟା ହ୍ରା-ସ ଓ ପରୀକ୍ଷା ଫଳରେ ଖରାପ ପ୍ରଦ-ର୍ଶନ କୁ ଆଧାର କରି ସ୍କୁଲ ବନ୍ଦ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ବାଳିକା,ଶିକ୍ଷାରେ ଅନଗ୍ରସର ଜିଲ୍ଲା ଏବଂ ସୀମାନ୍ତ ଅଞ୍ଚଳରେ ଥିବା ବିଦ୍ୟାଳୟ ଗୁଡ଼ିକ ପାଇଁ କୌଣସି କୋ-ହଳ ନୀ-ତି ଗ୍ରହଣ କରାଯାଇନାହିଁ।

Google

ସେ କହିବା ଅନୁସାରେ, ଗତ କିଛି ଦିନ ମଧ୍ୟରେ ରାଜ୍ୟ ସରକାର ଶିକ୍ଷାମାରଣ ନୀ-ତି ଆପଣାଇଛନ୍ତି। ପିଲା ସଂଖ୍ୟା ହ୍ରା-ସ ପାଇଁ ୧୫ ହଜାର ପ୍ରାଥମିକ ବିଦ୍ୟାଳୟ ଭା-ଙ୍ଗିବା ପାଇଁ ଚ-କ୍ରା-ନ୍ତ କରୁଥିଲେ। କିନ୍ତୁ ରାଜ୍ୟର ଅଗଣିତ ଅଭିଭାବକ,ଶିକ୍ଷକ ସଂଗଠନ ଓ ରାଜନୈତିକ ଦଳର ଚାପ ପାଇଁ ପିଲା ସଂଖ୍ୟାକୁ ସଂଶୋ-ଧନ କରାଯାଇଛି। ତାପରେ ମଧ୍ୟ ସାତ ହଜାର ବିଦ୍ୟାଳୟକୁ ବନ୍ଦ କରିଦିଆଗଲା। ଆଉ ଏବେ ଅନୁଦାନପ୍ରାପ୍ତ ମାଧ୍ୟମିକ,ଉଚ୍ଚ ପ୍ରାଥମିକ,ସଂସ୍କୃତ ଓ ମଦ୍ରାସା ବିଦ୍ୟାଳୟଗୁଡ଼ିକୁ ବନ୍ଦ କରିବାକୁ ପ୍ରୟାସ କରୁଛି ରାଜ୍ୟ ସରକାର। ରାଜ୍ୟ ସରକାରଙ୍କର ଏହି ନିଷ୍ପତ୍ତି ରାଜ୍ୟର ଶିକ୍ଷା ବ୍ୟବସ୍ଥା ଉପରେ ସ-ଙ୍କୋଚ କରିବ ନାହିଁ, ବରଂ ବିଜୁବାବୁଙ୍କ ଦ୍ୱାରା ପ୍ରସ୍ତୁତ ଅନୁଦାନ ନୀତି ଉପରେ ସଂପୂର୍ଣ୍ଣ ରୂପେ କ-ବର ଲାଗିଯିବ। ରାଜ୍ୟ ସରକାର ଏହି ନିଷ୍ପତ୍ତିରୁ ଦୂରେଇ ରହିବାକୁ ଶ୍ରୀ ମହାନ୍ତି କହିଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ଓଷ୍ଟାର ବିନୋଦ ବିହାରୀ ପାଣିଗ୍ରାହୀ,ଭିକାରୀ ଚରଣ ସାହୁ,ରଞ୍ଜନ କୁମାର ଦାଶ,ଅଶୋକ କୁମାର ମହାପାତ୍ର ଓ ଶଙ୍କର କୁମାର ସୁବୁଦ୍ଧି ଆଦି ପ୍ରମୁଖ କହିଛନ୍ତି ଯେ, ରେସନାଲାଇଜେସନ ପୂର୍ବରୁ ସବୁ ସ୍କୁଲକୁ ସରକାରୀକରଣ କରିବା ସହିତ ଚାକିରି ସର୍ତ୍ତା-ବଳୀ,ଅବସରକାଳୀନ ସୁବିଧା ପ୍ରଦାନ,ପଞ୍ଚାୟତର ପ୍ରଥମ ଓ ଏକମାତ୍ର ବିଦ୍ୟାଳୟକୁ ମିଶ୍ରଣ ପ୍ରକ୍ରିୟାରୁ ବା-ଦ କରାଯାଉ। ଶିକ୍ଷା ଅନଗ୍ରସର,ବାଳିକା ଓ ସୀମାନ୍ତବର୍ତ୍ତୀ ବିଦ୍ୟାଳୟ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରଖାଯାଉ। ମିଶ୍ରଣ ପରେ ଶିକ୍ଷକ କର୍ମଚାରୀମାନଙ୍କୁ ଭିନ୍ନଭିନ୍ନ ବର୍ଗରେ ନିକଟସ୍ଥ ଯେକୌଣସି ବର୍ଗର ବିଦ୍ୟାଳୟରେ ସ୍ଥାପନ କରାଯାଉ। ବିଦ୍ୟାଳୟ ନିକଟରେ ଘରୋଇ ବିଦ୍ୟାଳୟ ଖୋଲିବାକୁ ଅନୁମତି ଦିଆନଯାଉ। ବିଦ୍ୟାଳୟ ଥିବା ପଞ୍ଚାୟତରେ ଉନ୍ନୀତ ବିଦ୍ୟାଳୟ ଖୋଲାନଯାଉ। ଆଉ ଏହିପରି କରାଗଲେ ବିଜୁବାବୁଙ୍କ ସ୍ବପ୍ନକୁ ସାକାର କରାଯାଇପାରିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *