ଇଂଲଣ୍ଡ ବିପକ୍ଷରେ ଦିନିକିଆ ମ୍ୟାଚ ପାଇଁ ଘୋଷଣା ହେଲା ଦଳ, ଜାଣନ୍ତୁ କାହା କାହାକୁ ମିଳିଲା ଖେଳିବାର ସୁଯୋଗ

ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ଦିନିକିଆ ସିରିଜ ମ୍ୟାଚ ପାଇଁ ଆଜି ବିସିସିଆଇ ତରଫରୁ ଆଜି ୧୮ ଜଣିଆ ଟିମ ଇଣ୍ଡିଆର ସ୍କ୍ୱାଡ ଘୋଷଣା କରାଯାଇଛି। ଆସନ୍ତା ୨୩ ତାରିଖରୁ ୩ଟି ଦିନିକିଆ ସିରିଜ ମ୍ୟାଚ ଖେଳାଯିବ। ଟି-୨୦ ସିରିଜରେ ଗୋଟିଏ ଥର ବ୍ୟାଟିଂ କରିଛନ୍ତି ସୂର୍ଯ୍ୟ କୁମାର ଯାଦବ। ସୂର୍ଯ୍ୟ କୁମାରଙ୍କୁ ପ୍ରଥମଥର ପାଇଁ ଦିନିକିଆ ସ୍କ୍ୱାଡରେ ସାମିଲ କରାଯାଇଛି। ଗତକାଲି ଇଂଲଣ୍ଡ ବିପକ୍ଷରେ ୪ର୍ଥ ଟି-୨୦ ମ୍ୟାଚ ଖେଳି ୫୭ ରନର ଇନିଂସ ଖେଳି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି।

ଆଉ ଦ୍ୱିତୀୟ ଟି-୨୦ରେ ଇଣ୍ଡିଆ ଦଳ ପାଇଁ ଡେବ୍ୟୁ କରିଥିଲେ ମଧ୍ୟ ବ୍ୟାଟିଂ କରିବାର ସୁଯୋଗ ପାଇପାରିନାହାନ୍ତି। ପ୍ରଥମ ଥର ପାଇଁ ଗତକାଲି ବ୍ୟାଟିଂ କରିବାର ସୁଯୋଗ ପାଇ ସେ ତାଙ୍କର ଯାଦୁ ଦେଖାଇପାରିଥିଲେ। ସେହିପରି ଭାବରେ ଦୃତ ବୋଲର ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ମଧ୍ୟ ୧୮ ଜଣିଆ ସ୍କ୍ୱାଡରେ ଖେଳିବାର ସ୍ଥାନ ମିଳିଛି। ଆଇପିଏଲରେ କୋଲକାତା ପକ୍ଷରୁ ଖେଳୁଥିବା ପ୍ରସିଦ୍ଧ କ୍ରିଷ୍ଣା ଭଲ ପ୍ରଦର୍ଶନ ଦେଖାଇଥିଲେ। ଏହି କାରଣ ପାଇଁ ତାଙ୍କୁ ଇଣ୍ଡିଆ ଟିମରେ ଖେଳିବାର ସୁଯୋଗ ଦିଆଯାଇଛି।

Google

ଅଷ୍ଟ୍ରେଲିଆ ବିପକ୍ଷରେ ଆହତ ହୋଇଥିଲେ ରବୀନ୍ଦ୍ର ଜାଡେଜା। ସେ ଏପର୍ଯ୍ୟନ୍ତ ଠିକ ହୋଇ ନଥିବା କାରଣରୁ ତାଙ୍କୁ ଦିନିକିଆ ସିରିଜରେ ଖେଳିବା ପାଇଁ ବାଦ କରାଯାଇଛି। ଆହତ ପରେ ତାଙ୍କର ବୁଢ଼ା ଆଙ୍ଗୁଳିରେ ଆଘାତ ଲାଗିଥିଲା, ଫଳରେ ତାଙ୍କର ବୁଢ଼ା ଆଙ୍ଗୁଳି ଅପରେସନ କରାଯାଇଥିଲା। ଏହାପରେ ମଧ୍ୟ ସେ ଅଭ୍ୟାସ ଆରମ୍ଭ କରିଦେଇଛନ୍ତି। କିନ୍ତୁ ସଂପୂର୍ଣ୍ଣ ଠିକ ହୋଇ ନଥବାରୁ ତାଙ୍କୁ ବିସିସିଆଇ ଟେଷ୍ଟ ଓ ଟି-୨୦ ଭଳି ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରୁ ବାଦ କରିଛନ୍ତି।

ଦ୍ରୁତ ବୋଲର ମହମ୍ମଦ ଶାମି ମଧ୍ୟ ସ୍କ୍ୱାଡରେ ନାହାନ୍ତି। ସେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ମଧ୍ୟ ଆହତ ହୋଇଥିଲେ। ତାଙ୍କର ରିଷ୍ଟରେ ବଲ ମାଡ଼ ହୋଇଥିଲା, ଆଉ ସେ ଏ ପର୍ଯ୍ୟନ୍ତ ଠିକ ହୋଇନାହାନ୍ତି। ଆଉ ନିକଟରେ ବିବାହ କରିଥିବା ଯଶପ୍ରୀତ ବୁମ୍ରାଙ୍କୁ ଏହି ସିରିଜରୁ ମଧ୍ୟ ବାଦ କରାଯାଇଛି।

ଅନ୍ୟ ପାର୍ଶ୍ବରେ ଭୁବନେଶ୍ୱର କୁମାର ଓ କୁନାଲ ପାଣ୍ଡ୍ୟା ଦିନିକିଆ ମ୍ୟାଚକୁ ଫେରିଛନ୍ତି। ଆହତ ଯୋଗୁ ଭୁବନେଶ୍ୱର କୁମାର ଦୀର୍ଘ ଦିନ ଧରି ଟିମ ଇଣ୍ଡିଆରୁ ବାଦ ପଡ଼ିଥିଲେ। କିନ୍ତୁ ଇଂଲଣ୍ଡ ବିପକ୍ଷରେ ଟି-୨୦ ମ୍ୟାଚ ପାଇଁ ସେ ଅନ୍ତର୍ଜାତୀୟ ଫର୍ମାଟକୁ ଫେରିଛନ୍ତି।

ଟିମ ଇଣ୍ଡିଆ:-

ବିରାଟ କୋହଲି(ଅଧିନାୟକ),ରୋହିତ ଶର୍ମା(ଉପ ଅଧିନାୟକ),ଶିଖର ଧାୱନ,ଶ୍ରେୟସ ଆୟର,ସୂର୍ଯ୍ୟ କୁମାର ଯାଦବ,ହାର୍ଦ୍ଦିକ ପାଣ୍ଡ୍ୟା,ଋଷଭ ପନ୍ତ,କେଏଲ ରାହୁଲ,ୟୁଜବେନ୍ଦର ଚହଲ,ଶୁବମନ ଗିଲ,ଟି ନଟରାଜନ,ଭୁବନେଶ୍ୱର କୁମାର,ମହମ୍ମଦ ସିରାଜ,ପ୍ରସିଦ୍ଧ କ୍ରିଷ୍ଣା,ଶାର୍ଦ୍ଦୁଲ ଠାକୁର,କୁଲଦୀପ ଯାଦବ,କୁନାଲ ପାଣ୍ଡ୍ୟା ଓ ୱାଶିଂଟନ ସୁନ୍ଦର।

ଶେଷଥର ପାଇଁ ଇଣ୍ଡିଆ ଟିମ ଜାନୁଆରୀ ୧୯ ତାରିଖ ୨୦୨୦ ମସିହାରେ ନିଜ ମାଟିରେ ଦିନିକିଆ ସିରିଜ ଖେଳିଥିଲା। ସେହି ଦିନ ଠାରୁ କରୋନା ପାଇଁ ଭାରତରେ କୌଣସି ଦିନିକିଆ ସିରିଜ ଖେଳା ଯାଇ ନଥିଲା। ଆଉ ଏବେ ୨୩ ତାରିଖ ଠାରୁ ପୁଣେରେ ଦିନିକିଆ ସିରିଜ ମ୍ୟାଚ ଖେଳାଯିବ। ପ୍ରଥମ ଦିନିକିଆ ମ୍ୟାଚରେ ୨୩ ତାରିଖରେ ଆରମ୍ଭ ହେବାକୁ ଥିବା ସମୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ ୨୬ ତାରିଖରେ ଏବଂ ତୃତୀୟ ଦିନିକିଆ ମ୍ୟାଚ ୨୮ ତାରିଖରେ ଖେଳାଯିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *