ଇତିହାସର ସବୁଠୁ ଅମିର ରାଜା, ଯାହାଙ୍କର ଧନ-ଦୌଲତର ଆଜି ପର୍ଯ୍ୟନ୍ତ କୌଣସି ଅନ୍ଦାଜ ଲଗାଯାଇପାରି ନାହିଁ

ଇତିହାସର ପୃଷ୍ଠାରେ ଏମିତି ଅନେକ ରାଜାଙ୍କ ବିଷୟରେ ଉଲ୍ଲେଖ ଅଛି, ଯେଉଁ ମାନଙ୍କ ପାଖରେ ଧନ-ଦୌଲତର ଅସୀମା ଭଣ୍ଡାର ଥିଲା। ଅନେକ ରାଜା ଏମିତି ଥିଲେ, ଯେଉଁମାନଙ୍କର ସମ୍ପତ୍ତିର ଅନ୍ଦାଜ ଲଗାଇବାରେ ବହୁତ ଅସୁବିଧା ହୁଏ। କିଛି ଏହିପରି ଟିମ୍ବକଟୁର ରାଜା ମନସା ମୁସା ପ୍ରଥମ ଥିଲେ। ବର୍ତ୍ତମାନ ସମୟରେ ଟିମ୍ବକଟୁ ଆଫ୍ରିକା ଦେଶ ମାଳିର ଏକ ସହର। ମୁସା ମାଳିର ସାମ୍ରାଜ୍ୟରେ ରାଜତ୍ଵ କରୁଥିଲେ। ଯେଉଁଠାରେ ସୁନାର ଭଣ୍ଡାର ହେଉଥିଲା। ଏମିତି କୁହାଯାଏକି ରାଜାଙ୍କ ଶାସନ କାଳ ସମୟରେ ପାଖାପାଖି ୧୦୦୦ କିଲୋ ସୁନା ଉତ୍ପାଦନ ହେଉଥିଲା।

ମନସା ମୁସାଙ୍କ ବାସ୍ତବ ନାମ ମୁସା କୀଟା ପ୍ରଥମ ଥିଲା। କିନ୍ତୁ ରାଜା ହେବା ପରେ ସେ ମନସା ହେଲେ। ମନସାଙ୍କ ଅର୍ଥ ବାଦଶାହ। ବିବିସି ମୁତାବିକ, ମୁସାଙ୍କ ସାମ୍ରାଜ୍ୟ ଏତେ ବଡ ଥିଲାଯେ ସେ ଶେଷ କେଉଁଠି ହେଉଛି ତାହା ଚିନ୍ତା କରିପାରିବେ ନାହିଁ। ଆଜିର ମୋରିଟନିୟା, ସେନେଗଲ, ଗମ୍ବିଆ, ଗିନିୟା, ବୁର୍କିନା ଫାସୋ, ମାଳୀ, ନାଇଜର, ଚାଡ଼ ଓ ନାଇଜେରିଆ ମୁସାଙ୍କ ସାମ୍ରାଜ୍ୟର ଅଂଶ ଥିଲା।

୧୩୧୨ ଇସ୍ଵୀରେ ମନସା ମାଳି ସାମ୍ରାଜ୍ୟର ଶାସକ ହୋଇଥିଲେ। ପାଖାପାଖି ୨୫ ବର୍ଷ ନିଜର ଶାସନକାଳରେ ସେ ଅନେକ ମସଜିଦ ନିର୍ମାଣ କରିଥିଲେ, ଯେଉଁଥିରେ ଅନେକ ବର୍ତ୍ତମାନ ମଧ୍ୟ ଅଛି। ଟିମ୍ବକଟୁର ଜିଙ୍ଗାରେବେର ମସଜିଦ ମନସା ମୁସାଙ୍କ ସମୟରେ ପ୍ରସ୍ତୁତ ହୋଇଥିବା ଏକ ମସଜିଦ ଅଟେ।

ମାନସା ମୁସା ସହିତ ଜଡିତ ଏକ କାହାଣୀ ସମଗ୍ର ବିଶ୍ୱରେ ବହୁତ ପ୍ରସିଦ୍ଧ। ୧୩୨୪ ଇସ୍ଵୀ ମସିହାରେ ମାନସା ମୁସା ମକ୍କା ଯାତ୍ରା ଆରମ୍ଭ କଲେ। ଏହି ସମୟ ମଧ୍ୟରେ, ତାଙ୍କ ଦଳରେ ପ୍ରାୟ ୬୦ହଜାର ଲୋକ ରହିଥିଲେ, ଯେଉଁମାନଙ୍କ ମଧ୍ୟରୁ ୧୨ହଜାର କେବଳ ତାଙ୍କର ବ୍ୟକ୍ତିଗତ ଅନୁଗାମୀ ଥିଲେ। ଏହା ବ୍ୟତୀତ ମନସା ମୁସା ଯେଉଁ ଘୋଡାରେ ଯାଉଥିଲେ, ତାର ସମ୍ମୁଖରେ ୫୦୦ଜଣିଆ ଦଳ ରହିଥିଲେ ଏବଂ ପ୍ରତ୍ୟେକଙ୍କ ହାତରେ ଏକ ସୁନା ବାଡି ଥିଲା।

ମାନସା ମୁସାଙ୍କର ଏହି ଦଳରେ ୮୦ଟି ଓଟ ଥିଲା ଏବଂ ପ୍ରତ୍ୟେକ ଓଟରେ ୧୩୬କିଲୋଗ୍ରାମ ସୁନା ଲଦା ହୋଇଥିଲା। ମନସା ମୁସା ଏତେ ଉଦାର ବୋଲି କୁହାଯାଉଛିଯେ ଯେତେବେଳେ ସେ ଇଜିପ୍ଟର ରାଜଧାନୀ କାଇରୋ ଦେଇ ଯାଇଥିଲେ ସେତେବେଳେ ସେ ଗରିବ ଲୋକଙ୍କୁ ଏତେ ଟଙ୍କା ଦାନ କରିଥିଲେଯେ ସେହି ଅଞ୍ଚଳରେ ଜିନିଷ ଗୁଡିକ ମହଙ୍ଗା ହୋଇ ଯାଇଥିଲ

ମନସା ମୁସାଙ୍କ ଦ୍ଵାରା ଗରିବଙ୍କ ମଧ୍ୟରେ ସୁନା ବାଣ୍ଟିବା କଥା ୟୁରୋପ ନିକଟରେ ପହଞ୍ଚିଗଲା, ସେମାନେ କେବଳ ଏହି ଜିନିଷକୁ ଦେଖିବା ପାଇଁ ମାଳି ସାମ୍ରାଜ୍ୟ ଆସିବାକୁ ଲାଗିଲେ। ସେମାନେ ଦେଖିବାକୁ ଚାହୁଁଥିଲେକି ଯେଉଁ ଧନ-ଦୌଲତ କଥା କୁହଯାଏ ରାଜାଙ୍କ ବିଷୟରେ ତାହା ସତ ନା ସତ ନୁହେଁ। ଶେଷରେ ସେ ନିଜର ଆଖିରେ ଦେଖି ଏହାକୁ ବିଶ୍ବାସ କରିଲେକି ମନସା ମୁସାଙ୍କ ନିକଟରେ ଅନେକ ଧନ-ଦୌଲତ ଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *